ତୁରନ୍ତ ବାଉଣ୍ଡାରି ଓ୍ବାଲ୍‌ କରିବାକୁ ସୁପାରିସ

ଭୁବନେଶ୍ୱର,୩୧ା୩(ବ୍ୟୁରୋ):ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ବହୁମୂଲ୍ୟ ସମ୍ପତ୍ତି ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଦୀର୍ଘ ବର୍ଷ ହେବ ସେଗୁଡ଼ିକ ମୁକ୍ତ ହୋଇ ପାରୁନାହିଁ। ଏହାକୁ ନେଇ ବିଧାନସଭା ଗୃହ କମିଟି ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ଜବରଦଖଲ ଜମିକୁ ପରିବହନ ବିଭାଗ ନିଜ ଅକ୍ତିଆରକୁ ନେବା ଲାଗି କମିଟି ସୁପାରିସ କରିଛନ୍ତି। ଜମିଗୁଡ଼ିକୁ ଓଏସ୍‌ଆର୍‌ଟିସି ନିଜ ଅଧୀନକୁ ଆଣି ବାଉଣ୍ଡାରି ଓ୍ବାଲ ନିର୍ମାଣ କରିବାକୁ ପ୍ରଥମ ପର୍ଯ୍ୟାୟରେ ୬.୧୦ କୋଟି ଟଙ୍କା ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିବାକୁ କମିଟି ତାଙ୍କ ରିପୋର୍ଟରେ ବିଭାଗକୁ ସୁପାରିସ କରିଛନ୍ତି। ସେହିପରି କମିଟି ଗମନାଗମନକୁ ତ୍ୱରାନ୍ବିତ କରିବାକୁ ୪୧୦ ନୂଆ ବସ୍‌ କିଣିବାକୁ ୨୧୩ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟର ବିିଭିନ୍ନ ସ୍ଥାନରେ ଡ୍ରାଇଭର ଓ ପାସେଞ୍ଜରମାନଙ୍କ ବିଶ୍ରାମ ସ୍ଥଳ ନିର୍ମାଣ କରିବା ସହ ଦୁର୍ଘଟଣାକୁ ଦୂର କରିବା ଲାଗି ଜାତୀୟ ରାଜପଥ କଡ଼ରୁ ଅଣଯୋଜନାରେ ନିର୍ମିିତ ମାର୍କେଟଗୁଡ଼ିକୁ ହଟାଇବାକୁ କମିଟି ପରାମର୍ଶ ଦେଇଛି। ଏଥିସହିତ ଯୁବପିଢ଼ିଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦେବା ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଏବଂ ପରିବହନ ବିଭାଗର ଖାଲି ସ୍ଥାନରେ ବସଷ୍ଟାଣ୍ଡ ନିର୍ମାଣ କରିବାକୁ କମିଟି ବିଭାଗକୁ ସୁପାରିସ କରିଛନ୍ତି। ରାଜ୍ୟରେ ପର୍ଯ୍ୟଟନ ସ୍ଥଳକୁ ବସ ଚଳାଚଳ ପର୍ଯ୍ୟାପ୍ତ ନାହିଁ। ଫଳରେ ପର୍ଯ୍ୟଟକମାନଙ୍କର ଆଗମନ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବସ ଚଳାଇବା ପାଇଁ କମିଟି ପରାମର୍ଶ ଦେଇଛି। ପରିବହନ ବିଭାଗ ଅଧୀନରେ ଥିବା ସମସ୍ତ ବସ୍‌କୁ ରାଜ୍ୟର ସବୁ ରୁଟ୍‌ରେ ଯିବାକୁ ଅନୁମତି ଦେବା ପାଇଁ କମିଟି ସୁପାରିସ କରିଛନ୍ତି। ରାଜ୍ୟରେ ଯୁବ ପାଇଲଟ୍‌ଙ୍କ ସଂଖ୍ୟା ବଢ଼ାଇବା ସକାଶେ ଭୁବନେଶ୍ୱର ବିମାନ ମନ୍ଦରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ କମିଟି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ୨୪ଟି ଜିଲାରେ ନିର୍ମାଣ ହେଉଥିବା ୫୫ଟି ବସ୍‌ଷ୍ଟାଣ୍ଡ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ଟି ବସଷ୍ଟାଣ୍ଟ ନିର୍ମାଣ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ କମିଟି ସୁପାରିଶ କରିଛନ୍ତି। ଏଥିସହିତ ପରିବହନ ବିଭାଗର ସମ୍ପତ୍ତିକୁ ଜିଆଇଏସ୍‌ ଆଧାରିତ ପରିଚାଳନା ବ୍ୟବସ୍ଥା କରିବାକୁ ସୁପାରିସ କରାଯାଇଛି। ଦୁର୍ଘଟଣାରେ ମୃତାହତଙ୍କ କ୍ଷତିପୂରଣ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପଞ୍ଚାୟତ, ପଞ୍ଚାୟତ ସମିତି ଓ ପୌର ପରିଷଦଗୁଡ଼ିକୁ ପ୍ରଚାର ପ୍ରସାର ଜୋରଦାର କରିବାକୁ ବିଧାନସଭା ଗୃହ କମିଟି ସୁପାରିସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri