Posted inଫୁରସତ

ବର୍ଷା ଛଡ଼ାଇନେଲା ଜୀବିକା: ଥକ୍କି ଯାଇ ରାସ୍ତା ମଝିରେ ବସି କାନ୍ଦିଲେ ପରିବା ଦୋକାନୀ, ଆଉ ତା ପରେ..

୨୦୨୦ ଦୁର୍ଘଟଣାର ବର୍ଷ। କରୋନା ଭଳି ଅନେକ ପ୍ରାକୃତି ବିପର୍ଯ୍ୟୟ ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ। ସେଭଳି ଏକ ହେଲା ବମ୍ବେରେ ହେଉଥିବା ମୁଷାଳଧାରା ବର୍ଷା। ପ୍ରବଳ ବର୍ଷା ଯୋଗୁ ସହରର ତଳିଆ ଅଂଶ ଜଳମଗ୍ନ ହୋଇଯାଇଚି। ପ୍ରଥମରୁ କରୋନାରେ ଜିଇଁବା କଷ୍ଟକର ହୋଇପଡ଼ିଥିବା ବେଳେ ଏବେ ବର୍ଷା ଅସୁବିଧାକୁ ଦ୍ୱିଗୁଣା କରିଛି। ସୋସିଆଲ ମିଡିଆରେ ଏକ ପରିବା ବିକାଳିଙ୍କ ଫଟୋ ଭାଇରାଲ ହେଉଛି, ଯିଏ ବିପର୍ଯ୍ୟୟରେ ଥକ୍କି ବସି ଯାଇଛନ୍ତି।

ବ୍ୟକ୍ତିଜଣଙ୍କ ଅଶୋକ ସିଂ(୪୫) ବୋଲି ଜଣାପଡ଼ିଛି। ସେ ଭେଣ୍ଡି ବଜାରରେ ପନିପରିବା ବିକ୍ରି କରନ୍ତି। ଦୀର୍ଘ ୪ ମାସ ପରେ ସେ ବୁଧବାର ପ୍ରଥମ ଥର ପାଇଁ ସେ ଦୋକାନ ଖୋଲିଥିଲେ। ହେଲେ ଚାରିଆଡେ ବନ୍ୟା ଭଳି ପରିସ୍ଥିତି ପାଇଁ ବାଧ୍ୟ ହୋଇ ତାଙ୍କୁ ଦୋକାନ ବନ୍ଦ କରିବାକୁ ପଡ଼ିଲା। ଏହାକୁ ନେଇ ଖାଲି ହାତରେ କୁର୍ଲାରେ ଥିବା ଘରକୁ ଫେରିବାକୁ ପଡ଼ିଥିଲା। ହେଲେ କିଙ୍ଗ ସର୍କଲ ପାଖରେ ସେ କାନ୍ଦି ପକାଇଥିଲେ। ସେ ଥକି ଯାଇ ରାସ୍ତା ମଝିରେ ଥିବା ଏକ ଡିଭାଇଡର ଉପରେ ବସିଯାଇଥିଲେ। ଏକ ଫଟୋଗ୍ରାଫର ଏହି ଫଟୋକୁ ଉଠାଇଥିଲେ। ଫଟୋରୁ ଅଶୋକଙ୍କ ଦୁଃଖ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା।

ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ବହୁତ ଲୋକ ଅଶୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଇତିମଧ୍ୟରେ ଲୋକମାନେ ତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲେଇ, ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା: ଭିଡିଓ ଦେଖିଲେ ହସି ହସି ଗଡିଯିବେ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବିଲେଇ...

ଏମିତି ମନ୍ଦିର ଯେଉଁଠି ପ୍ରସାଦ ଲଗାଯାଏ ଗାଡ଼ି ପାର୍ଟସ୍‌, କାରଣ ଜାଣିଲେ..

ମନ୍ଦିରରେ ସମସ୍ତେ ଧୂପ, ଦୀପ ଜଳାଇ କଦଳୀ, ନଡିଆ, ମିଠା ଆଦି ପ୍ରସାଦ ଲଗାନ୍ତି। କିନ୍ତୁ ଆମେ ଏଠାରେ ଯେଉଁ ମନ୍ଦିର କଥା କହୁଛୁ ସେଠି...

ଦେଖିବାକୁ ଏତେ ହ୍ୟାଣ୍ଡସମ୍‌ ଯେ ଡେଟ୍‌ କରିବାକୁ ମନା କରୁଛନ୍ତି ଝିଅ

ସୁନ୍ଦର ଚେହେରା ଯୋଗୁ ସହଜରେ ସାଥୀ ମିଳିବା କଥା ଅନେକ ଶୁଣିଥିବେ। ହେଲେ ବ୍ରିଟେନର ଜଣେ ଯୁବକ ଦେଖିବା ପାଇଁ ବହୁତ ହ୍ୟାଣ୍ଡସମ୍‌ ବୋଲି ତାଙ୍କୁ...

ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ଦେଖା ଯିବେନି ସୈନ୍ୟ, ନୂତନ ଜ୍ଞାନକୌଶଳରେ ହେବ ସମ୍ଭବ…

ତେଲ ଅଭିବ୍‌,୩୦।୬: ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ସୈନ୍ୟ ଦେଖା ଯିବେନି। ଫଳରେ ସହଜରେ ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇ ବିଜୟ ଲାଭ କରିହେବ। ଏଭଳି...

୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ...

ମାଛର ଦାମ୍‌ ୭୨ ଲକ୍ଷ: ରାତାରାତି ଲକ୍ଷପତି ପାଲଟିଲେ ଧୀବର …

କରାଚି,୩୧।୫: ଗୋଟିଏ ମାଛ ବିକ୍ରି କରି ଜଣେ ଧୀବର ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। ପାକିସ୍ତାନର ଧୀବର ସାଜିଦ୍‌ ହାଜି ଅବାବକର ୪୮ କିଲୋଗ୍ରାମ୍‌ର ବୃହତକାୟ...

ମାଟି ଖୋଳୁଖୋଳୁୁ ଜେସିବ୍‌ ମେଶିନ୍‌ ଉପରକୁ ଚାଲି ଆସିଲା ଭୟଙ୍କର ସାପ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବୋହୂଙ୍କ ଇଚ୍ଛା ପୂରଣ ପାଇଁ ଶ୍ୱଶୁର ନେଲେ ଏଭଳି ନିଷ୍ପତ୍ତି

ବିବାହରେ କନ୍ୟା ବିଦାୟ ଏକ ଭାବପ୍ରବଣ ମୂହୁର୍ତ୍ତ। ରାଜସ୍ଥାନର ଭରତପୁରରେ ଜଣେ କନ୍ୟାଙ୍କ ବିଦାୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛତ୍ରପୁରର ଗାଁର ଝିଅ ହେଲିକପ୍ଟରରେ...

Advertisement
Archives

Model This Week