ଅବାଧରେ ଚାଲିଛି ବେଆଇନ ଇଟାଭାଟି

ନିମାପଡ଼ା,୨୨।୨(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକର ଡେଣୁଅଁ, ମିଟେଇପୁର, ଭୋଗ୍ରଶାଳଦା, ଭିଲିଗ୍ରାମ, ସଲଙ୍ଗ, ବାମନାଳ, ହରିପୁର, ତମାଳୋ, ତୁଳସୀପୁର, ବାହାରେଣା, ଭୋଦର, କଳାପାଞ୍ଚଣ, ଛଣିଜଙ୍ଗ, ଅରିଷଣ୍ଢ ସମେତ ୩୨ ପଞ୍ଚାୟତ ଓ ଏନ୍‌ଏସିର ପାଟପୁର, ହାଟସାହି, ନୂଆରକରି, ଦିପିରେଣ୍ଟା, ଅଳନ୍ଧା, ଭୁବନପୁର, ତଳଅଣ୍ଢିଆ, ଅଣ୍ଡିଆସାହି ସମେତ ବିଭିନ୍ନ ଗ୍ରାମରେ ଛତୁଫୁଟିଲା ଭଳି ଚାଲିଛି ବେଆଇନ ଇଟାଭାଟି। ସରକାର ପ୍ରାୟ ୩ବର୍ଷ ହେଲା ଦେଶୀ ମାଟି ଇଟାକୁ ଅସିଦ୍ଧ(ବ୍ୟାନ୍‌) ଘୋଷଣା କରିଥିବାବେଳେ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳରେ ବେଆଇନ ଭାବେ ୬ଶହରୁ ଊର୍ଦ୍ଧ୍ୱ ଇଟାଭାଟି ଚାଲିଥିବା ଦୁର୍ଭାଗ୍ୟଜନକ। ଅନ୍ୟପଟେ ଏହି ବେଆଇନ ଇଟାଭାଟି ନିର୍ମାଣ ବଢ଼ିଚାଲିଥିବାରୁ ସରକାରଙ୍କ ରାଜସ୍ବ ବିଭାଗର ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ ହାନି ଘଟୁଛି। ହେଲେ ଏ ଦିଗରେ ନିମାପଡ଼ା ରାଜସ୍ବ ବିଭାଗର ସାମାନ୍ୟତମ ଦୃଷ୍ଟି ନାହିଁ। ଗଁା, ସାହି, ରାସ୍ତା ନିକଟରେ ଶତାଧିକ ସଂଖ୍ୟାରେ ଦିବାରାତ୍ର ଇଟାଭାଟି ଲାଗିରହୁଥିବାରୁ ରୌଦ୍ରତାପ, ଗ୍ରୀଷ୍ମ ପ୍ରବାହ ହୋଇ ଘରେ ଲୋକେ ରହି ନ ପାରି ଅତିଷ୍ଠ ହୋଇଗଲେଣି। ବେଆଇନ ଭାବେ ଇଟାଭାଟି ଜଳୁଥିବାରୁ ବାୟୁ ପ୍ରଦୂଷଣ ହୋଇ ଲୋକେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି। ଏ ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଗ୍ରାମବାସୀ କହିଛନ୍ତି। ଇଟାଭାଟି ମାଲିକ ଓ ରାଜସ୍ବ ବିଭାଗର କର୍ମଚାରୀଙ୍କ କୌଣସି ସଲାସୁତରା ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ଏପରିକି ଇଟାଭାଟି ମାଲିକମାନଙ୍କୁ ପରୋକ୍ଷ ଭାବେ ରାଜସ୍ବ ବିଭାଗର କର୍ମଚାରୀମାନେ ପ୍ରୋତ୍ସାହନ ଦେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଏଥିଯୋଗୁ ମାଲିକମାନେ ନିର୍ଭୀକରେ ଇଟାଭାଟି କାର୍ଯ୍ୟ ଚଲାଇ ଆସୁଛନ୍ତି। ଏହି ବେଆଇନ ଇଟାଭାଟିକୁ ଯଦି ଏବେ ରୋକା ନ ଯିବ ଭାଟିର ନିଆଁ, କୋଇଲା ଧୂଅଁା ଯୋଗୁ ନିମାପଡ଼ା ଅଞ୍ଚଳ ସାରା ପ୍ରଦୂଷଣ ହେବାର ଆଶଙ୍କା ହେଉଥିବାବେଳେ ଲୋକେ ମଧ୍ୟ ନାନା ରୋଗର ସମ୍ମୁଖୀନ ହେବେ। ଏ ସମ୍ପର୍କରେ ତହସିଲଦାର ରାମଚନ୍ଦ୍ର ଜେନା କହିଛନ୍ତି, ଖୁବଶୀଘ୍ର ବେଆଇନ ଇଟାଭାଟିଗୁଡ଼ିକ ଉପରେ ଚଢ଼ାଉ କରାଯିବା ସହ ମାଲିକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ଦିଗରେ ପୁରୀ ଜିଲାପାଳ, ରାଜସ୍ବ ମନ୍ତ୍ରୀ, ବିଭାଗୀୟ ସଚିବ, ୫-ଟି ସଚିବ ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବାକୁ ନିମାପଡ଼ାବାସୀଙ୍କ ପକ୍ଷରୁ ଦାବି ହେଉଛି। ଏହି ବେଆଇନ ଇଟାଭାଟି ତୁରନ୍ତ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆ ନ ଗଲେ ରାଜରାସ୍ତାକୁ ଓହ୍ଳାଇବାକୁ ନିମାପଡ଼ାବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri