ଦାନଗଦି ତହସିଲ: ବାଲିଘାଟର ବେଆଇନ ନିଲାମ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ୍‌.ଏ.),୧୬।୧୦: ଯାଜପୁର ଜିଲାର ଯାଜପୁର ଓ ଦାନଗଦି ତହସିଲ ଅଧୀନ ଲଘୁ ଖଣିଜ ଦ୍ରବ୍ୟ ବାଲି ସୈରାତ ଦୀର୍ଘମିଆଦୀ ଲିଜ ବିଜ୍ଞପ୍ତି ସମ୍ପୂର୍ଣ୍ଣ ଭାବେ ବେଆଇନ ପଦ୍ଧତିରେ ହୋଇଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ହାଇକୋର୍ଟରେ ନଂ.୨୧୦୭୮/୨୦୨୦ରେ ଏକ ରିଟି ପିଟିଶନ ଦାଖଲ କରାଯାଇଛି। ଦାନଗଦି ତହସିଲ ଅଧୀନ ଚକୁଆ ଓ ମାଣତିରା ବାଲିଘାଟ ଦୀର୍ଘମିଆଦି ଲିଜ ନିମନ୍ତେ ହୋଇଥିବା ବିଜ୍ଞପ୍ତି ଉପରେ ବିବାଦ ବଢ଼ିବାରେ ଲାଗିଛି। ଗ୍ରାମ ମନ୍ଦିର ପରିଚାଳନା ନାମରେ ଏହି ବାଲିଘାଟରୁ ଦୈନିକ ହଜାର ହଜାର ଟ୍ରିପ ବାଲି ଚୋରା ଚାଲାଣ ହେଉଥିବାରୁ ଲିଜ ପାଇଁ ହୋଇଥିବା ନୋଟିସକୁ କେହି ଗ୍ରହଣ କରିନାହାନ୍ତି। ଗତ ସେପ୍ଟେମ୍ବରରେ ନଂ.୩୩୫୬/୧୯।୯।୨୦୨୦ରେ ଜାରି ହୋଇଥିବା ବିଜ୍ଞପ୍ତିରେ ମାତ୍ର ଜଣେ ଆବେଦନ କରିଥିବାରୁ ତାହାକୁ ବାତିଲ କରି ପୁଣି ନଂ.୩୬୧୨/୧୨।୧୦।୨୦୨୦ରେ ଆଉ ଏକ ବିଜ୍ଞପ୍ତି ଜାରି କରାଯାଇଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ଏହି ବେଆଇନ କାରବାର କରାଯାଉଥିବା ଚର୍ଚ୍ଚା ହେଉଛି। ଦାନଗଦି ତହସିଲ କର୍ତ୍ତୃପକ୍ଷ ପରୋକ୍ଷରେ ଚୋରାଚାଲାଣକାରୀଙ୍କୁ ସହଯୋଗ କରି ମାସିକ ଚାନ୍ଦା ଆଦାୟ କରୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ବ୍ରାହ୍ମଣୀ ନଦୀର ଚକୁଆ ବାଲିଘାଟରୁ ଦୀର୍ଘଦିନ ହେଲା ବେଆଇନ ବାଲି ଉତ୍ତୋଳନ ହେଉଛି। ଏଥିରେ ରାଜ୍ୟ ସରକାର ବିପୁଳ ଅର୍ଥ ରାଜସ୍ବ ହରାଉଥିବା ବେଳେ ଦାନଗଦି ତହସିଲ କର୍ତ୍ତୃପକ୍ଷ ନୀରବତା ଅବଲମ୍ବନ କରିଆସୁଛନ୍ତି। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତ ସେପ୍ଟେମ୍ବର ୧୯ ତାରିଖରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଘାଟରେ ବେଆଇନ ବାଲି ଉତ୍ତୋଳନକୁ ବାରଣ କରାଯାଇଥିଲା। କିନ୍ତୁ ତହସିଲ ଅଧିକାରୀ କୌଣସି ଗାଡ଼ି ଜବତ କରି ନ ଥିବା ବେଳେ ଜରିମାନା ମଧ୍ୟ ଆଦାୟ କରି ନ ଥିଲେ। ଏପରିକି ନାଲି ଫିତା ମଧ୍ୟ ମାରି ନ ଥିଲେ। ତହି ଆରଦିନ ଉକ୍ତ ଘାଟ ନିଲାମ ପାଇଁ ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ବେଆଇନ ବାଲିଘାଟ ଯୋଗୁ ଚକୁଆ, ଦାମୋଦରପୁର, କେନ୍ଦୁଢିପି, ଦଶମାଣିଆ, ରାବଣା, ମାର୍ଥାପୁର, ଖପରିଆପଦା, ଯୋକଡିଆ, ନେଲିବାରି, ଜଗାଡିହ ପ୍ରଭୃତି ଗ୍ରାମ ପ୍ରଭାବିତ ହେଉଛି। ବିଶେଷକରି ଏଥିରେ ଯୋକଡ଼ିଆ ନନ୍ଦୀବନ୍ଧ ଉପରେ ବିପଦ ହେବା ସମ୍ଭାବନା ରହିଛି। ସେହିପରି ରେଳ ଓଭରବ୍ରିଜ ତଳୁ ବାଲି ଉଠାଣ ହେଉଥିବାରୁ ଏହି ଓଭରବ୍ରିଜ ଦୂର୍ବଳ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।
ଲଘୁଖଣିଜ ଚୋରାଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ (ପିଟିଏମ୍‌ଏମ୍‌ଇଏ) ଯୋଜନା ଅନୁଯାୟୀ, ବାଲି ଉତ୍ସ ଚିହ୍ନଟ କରିବାକୁ ଜଳ ସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ କିମ୍ବା ନିର୍ବାହୀ ଯନ୍ତ୍ରୀ ଓ ସେଠାକାର ତହସିଲଦାର ଯୁଗ୍ମ ଭାବେ ପଦକ୍ଷେପ ଗ୍ରହଣ କରିବେ। ବିଭାଗୀୟ ନିର୍ଦ୍ଦେଶନାମା ନଂ.୧୫୬୪୦/୧୫।୫।୨୦୧୭ ଅନୁସାରେ, ଉପଯୁକ୍ତ ଭାବେ ବାଲି ଉତ୍ସର ସୀମାଙ୍କନ କରି ପିଲର ପୋତାଯିବ। ଏହାବାଦ ମାଇନିଂ ପ୍ଲାନ ଏବଂ ପରିବେଶ ଅନୁମତି, ମାଇନିଂ ଅପରେଶନ ଏବଂ ବେଆଇନ ବାଲି ଖାଦାନ କାରବାର ଉପରେ ଅଙ୍କୁଶ ଲଗାଯିବା କଥା। ଯଦି କେହି ଲିଜ୍‌ଧାରୀ ଆଇନକୁ ଉଲ୍ଲଂଘନ କରୁଛନ୍ତି, ତେବେ ତାଙ୍କୁ (ଏମ୍‌ଏମ୍‌ଡିଆର୍‌) ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ-୧୯୫୭ ଅନୁସାରେ ଦଣ୍ଡିତ କରାଯାଇପାରିବ। ବାଲି ଖାଦାନ ଯୋଗୁ ଯଦି କୌଣସି ନଦୀବନ୍ଧ କ୍ଷତି ହେଉଥିବା ଜଣାପଡିବ, ତେବେ ସେହି ଘାଟର ଲିଜ ରଦ୍ଦ କରାଯିବ। ବେଆଇନ ବାଲି ଖାଦାନରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି, ଯାନବାହାନ ଆଦିକୁ ରାଜସ୍ବ ଓ ପୋଲିସ ପ୍ରଶାସନ ଜବତ କରି ସମ୍ପୃକ୍ତ ଲୋକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିପାରିବେ। କିନ୍ତୁ ଦାନଗଦି ତହସିଲରେ ଏସବୁ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଦାନଗଦି ତହସିଲଦାର ନର୍ମଦା ମୋଦିଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri