ଦାନଗଦି ତହସିଲ: ବାଲିଘାଟର ବେଆଇନ ନିଲାମ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ୍‌.ଏ.),୧୬।୧୦: ଯାଜପୁର ଜିଲାର ଯାଜପୁର ଓ ଦାନଗଦି ତହସିଲ ଅଧୀନ ଲଘୁ ଖଣିଜ ଦ୍ରବ୍ୟ ବାଲି ସୈରାତ ଦୀର୍ଘମିଆଦୀ ଲିଜ ବିଜ୍ଞପ୍ତି ସମ୍ପୂର୍ଣ୍ଣ ଭାବେ ବେଆଇନ ପଦ୍ଧତିରେ ହୋଇଥିବା ଅଭିଯୋଗ ହୋଇଛି। ଏହି ମର୍ମରେ ହାଇକୋର୍ଟରେ ନଂ.୨୧୦୭୮/୨୦୨୦ରେ ଏକ ରିଟି ପିଟିଶନ ଦାଖଲ କରାଯାଇଛି। ଦାନଗଦି ତହସିଲ ଅଧୀନ ଚକୁଆ ଓ ମାଣତିରା ବାଲିଘାଟ ଦୀର୍ଘମିଆଦି ଲିଜ ନିମନ୍ତେ ହୋଇଥିବା ବିଜ୍ଞପ୍ତି ଉପରେ ବିବାଦ ବଢ଼ିବାରେ ଲାଗିଛି। ଗ୍ରାମ ମନ୍ଦିର ପରିଚାଳନା ନାମରେ ଏହି ବାଲିଘାଟରୁ ଦୈନିକ ହଜାର ହଜାର ଟ୍ରିପ ବାଲି ଚୋରା ଚାଲାଣ ହେଉଥିବାରୁ ଲିଜ ପାଇଁ ହୋଇଥିବା ନୋଟିସକୁ କେହି ଗ୍ରହଣ କରିନାହାନ୍ତି। ଗତ ସେପ୍ଟେମ୍ବରରେ ନଂ.୩୩୫୬/୧୯।୯।୨୦୨୦ରେ ଜାରି ହୋଇଥିବା ବିଜ୍ଞପ୍ତିରେ ମାତ୍ର ଜଣେ ଆବେଦନ କରିଥିବାରୁ ତାହାକୁ ବାତିଲ କରି ପୁଣି ନଂ.୩୬୧୨/୧୨।୧୦।୨୦୨୦ରେ ଆଉ ଏକ ବିଜ୍ଞପ୍ତି ଜାରି କରାଯାଇଛି। କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ଏହି ବେଆଇନ କାରବାର କରାଯାଉଥିବା ଚର୍ଚ୍ଚା ହେଉଛି। ଦାନଗଦି ତହସିଲ କର୍ତ୍ତୃପକ୍ଷ ପରୋକ୍ଷରେ ଚୋରାଚାଲାଣକାରୀଙ୍କୁ ସହଯୋଗ କରି ମାସିକ ଚାନ୍ଦା ଆଦାୟ କରୁଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ବ୍ରାହ୍ମଣୀ ନଦୀର ଚକୁଆ ବାଲିଘାଟରୁ ଦୀର୍ଘଦିନ ହେଲା ବେଆଇନ ବାଲି ଉତ୍ତୋଳନ ହେଉଛି। ଏଥିରେ ରାଜ୍ୟ ସରକାର ବିପୁଳ ଅର୍ଥ ରାଜସ୍ବ ହରାଉଥିବା ବେଳେ ଦାନଗଦି ତହସିଲ କର୍ତ୍ତୃପକ୍ଷ ନୀରବତା ଅବଲମ୍ବନ କରିଆସୁଛନ୍ତି। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତ ସେପ୍ଟେମ୍ବର ୧୯ ତାରିଖରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ଘାଟରେ ବେଆଇନ ବାଲି ଉତ୍ତୋଳନକୁ ବାରଣ କରାଯାଇଥିଲା। କିନ୍ତୁ ତହସିଲ ଅଧିକାରୀ କୌଣସି ଗାଡ଼ି ଜବତ କରି ନ ଥିବା ବେଳେ ଜରିମାନା ମଧ୍ୟ ଆଦାୟ କରି ନ ଥିଲେ। ଏପରିକି ନାଲି ଫିତା ମଧ୍ୟ ମାରି ନ ଥିଲେ। ତହି ଆରଦିନ ଉକ୍ତ ଘାଟ ନିଲାମ ପାଇଁ ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏହି ବେଆଇନ ବାଲିଘାଟ ଯୋଗୁ ଚକୁଆ, ଦାମୋଦରପୁର, କେନ୍ଦୁଢିପି, ଦଶମାଣିଆ, ରାବଣା, ମାର୍ଥାପୁର, ଖପରିଆପଦା, ଯୋକଡିଆ, ନେଲିବାରି, ଜଗାଡିହ ପ୍ରଭୃତି ଗ୍ରାମ ପ୍ରଭାବିତ ହେଉଛି। ବିଶେଷକରି ଏଥିରେ ଯୋକଡ଼ିଆ ନନ୍ଦୀବନ୍ଧ ଉପରେ ବିପଦ ହେବା ସମ୍ଭାବନା ରହିଛି। ସେହିପରି ରେଳ ଓଭରବ୍ରିଜ ତଳୁ ବାଲି ଉଠାଣ ହେଉଥିବାରୁ ଏହି ଓଭରବ୍ରିଜ ଦୂର୍ବଳ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତପ୍ରକାଶ ପାଇଛି।
ଲଘୁଖଣିଜ ଚୋରାଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ (ପିଟିଏମ୍‌ଏମ୍‌ଇଏ) ଯୋଜନା ଅନୁଯାୟୀ, ବାଲି ଉତ୍ସ ଚିହ୍ନଟ କରିବାକୁ ଜଳ ସମ୍ପଦ ବିଭାଗ ସହନିର୍ବାହୀ ଯନ୍ତ୍ରୀ କିମ୍ବା ନିର୍ବାହୀ ଯନ୍ତ୍ରୀ ଓ ସେଠାକାର ତହସିଲଦାର ଯୁଗ୍ମ ଭାବେ ପଦକ୍ଷେପ ଗ୍ରହଣ କରିବେ। ବିଭାଗୀୟ ନିର୍ଦ୍ଦେଶନାମା ନଂ.୧୫୬୪୦/୧୫।୫।୨୦୧୭ ଅନୁସାରେ, ଉପଯୁକ୍ତ ଭାବେ ବାଲି ଉତ୍ସର ସୀମାଙ୍କନ କରି ପିଲର ପୋତାଯିବ। ଏହାବାଦ ମାଇନିଂ ପ୍ଲାନ ଏବଂ ପରିବେଶ ଅନୁମତି, ମାଇନିଂ ଅପରେଶନ ଏବଂ ବେଆଇନ ବାଲି ଖାଦାନ କାରବାର ଉପରେ ଅଙ୍କୁଶ ଲଗାଯିବା କଥା। ଯଦି କେହି ଲିଜ୍‌ଧାରୀ ଆଇନକୁ ଉଲ୍ଲଂଘନ କରୁଛନ୍ତି, ତେବେ ତାଙ୍କୁ (ଏମ୍‌ଏମ୍‌ଡିଆର୍‌) ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ-୧୯୫୭ ଅନୁସାରେ ଦଣ୍ଡିତ କରାଯାଇପାରିବ। ବାଲି ଖାଦାନ ଯୋଗୁ ଯଦି କୌଣସି ନଦୀବନ୍ଧ କ୍ଷତି ହେଉଥିବା ଜଣାପଡିବ, ତେବେ ସେହି ଘାଟର ଲିଜ ରଦ୍ଦ କରାଯିବ। ବେଆଇନ ବାଲି ଖାଦାନରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି, ଯାନବାହାନ ଆଦିକୁ ରାଜସ୍ବ ଓ ପୋଲିସ ପ୍ରଶାସନ ଜବତ କରି ସମ୍ପୃକ୍ତ ଲୋକଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିପାରିବେ। କିନ୍ତୁ ଦାନଗଦି ତହସିଲରେ ଏସବୁ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଦାନଗଦି ତହସିଲଦାର ନର୍ମଦା ମୋଦିଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ନିଆଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

College Election Suspend: ବାତିଲ ହେଲା କଲେଜ ନିର୍ବାଚନ, ବଡ଼ ନିଷ୍ପତ୍ତି ନେଲେ…

ଭୁବନେଶ୍ୱର,୮।୧୦: ବଡ଼ ଖବର । କଲେଜ ନିର୍ବାଚନ ବାତିଲ । VNରେ ଉତ୍ତେଜନା ପରେ ନିଷ୍ପତ୍ତି । ଯାଜପୁର ବ୍ୟାସନଗରରେ ଥିବା ଭି.ଏନ୍‌. ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?