ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ ଦୁଇଟି ବଟଲିଂ ମେସିନ୍ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଦିନ ଗୁପ୍ତ ସୂଚନାକୁ ଭିତ୍ତି କରି ଦିଗପହଣ୍ଡି ଅବକାରୀ ଥାନା ଓଆଇସି ସସ୍ମିତା ମଲ୍ଲିକଙ୍କ ନେତୃତ୍ୱରେ ଅବକାରୀ ଟିମ୍ ସାନଖେମୁଣ୍ଡି ବ୍ଲକ୍ କଂସାମାରି ଗ୍ରାମର ବ୍ୟବସାୟୀ ଶାନ୍ତନୁ ବିଷୋୟୀଙ୍କ ଘରେ ଚଢ଼ାଉ କରିଥିଲେ। ଖାନତଲାସୀ ସମୟରେ ଘର ଭିତରୁ ବିକ୍ରି ପାଇଁ ମହଜୁଦ ଥିବା ନକଲି ବିଦେଶୀ ମଦ, ବିଭିନ୍ନ ନାମୀଦାମୀ କମ୍ପାନୀର ଲେବୁଲ୍, ଖାଲି ବୋତଲ, ବଟଲିଂ ମେସିନ୍ ଏବଂ ଜରି ଅଖାରେ ରଖାଯାଇଥିବା ବିପୁଳ ପରିମାଣର ଦେଶୀ ମଦ ପାଉଚ୍ ଜବତ ହୋଇଥିଲା।

ଏହି ଚଢ଼ାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ୨୨ ଲିଟର୍ ୫୦୦ ମିଲିଲିଟର୍ ନକଲି ବିଦେଶୀ ମଦ, ୨୦ ଲିଟର୍ ୭୦୦ ମିଲିଲିଟର୍ ବିଦେଶୀ ମଦ, ୪୪.୨ ଲିଟର୍ ବିୟର, ୮ ଲିଟର୍ ସରକାରୀ ଦେଶୀ ମଦ ସମେତ ୭୫୦ ମିଲିଲିଟର୍ ବିଶିଷ୍ଟ ୩୦ ଟି ଖାଲି ବୋତଲ, ୧୮୦ ମିଲିଲିଟର୍ ବିଶିଷ୍ଟ ୫୦ ବୋତଲ, ୧୭ ଖାଲି ପେପର କାର୍ଟୁନ୍, ୨ ବଟଲିଂ ମେସିନ୍ ଏବଂ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରାଯାଇଛି।

ସାକ୍ଷୀମାନଙ୍କ ଉପସ୍ଥିତିରେ ଜବତ ତାଲିକା ପ୍ରସ୍ତୁତ କରାଯିବା ସହ କେମିକାଲ୍ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଇ ସିଲ୍ କରାଯାଇଥିଲା। ପରେ ଅଭିଯୁକ୍ତ ଶାନ୍ତନୁ ବିଷୋୟୀଙ୍କୁ ଗିରଫ କରି ଅବକାରୀ ଥାନା ମାମଲା ନଂ. ୧୦୩/୨୬-୨୭ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ୍ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଶାନ୍ତନୁ ନିଜ ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ବିଭିନ୍ନ ଗ୍ରାମାଞ୍ଚଳକୁ ଚୋରା ଚାଲାଣ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅବକାରୀ ଓଆଇସି ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଏଏସ୍‌ଆଇ ଏନ୍. ତ୍ରିପତି, କନେଷ୍ଟବଳ ରାଜେଶ ଜେନା, ବଳରାମ ପାତ୍ର, ଏସ୍.କେ. ରାଜେଶ ଉଦ୍ଦିନ୍ ଏବଂ ଆଲଫ ଲତା ସାହୁ ପ୍ରମୁଖ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

ଗ୍ରାମୀଣ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୩।୯,(ଦିଲ୍ଲୀପ ସାମଲ): ଜିଲାରେ ଜଳ ଓ ପରିମଳ ମିଶନ ପକ୍ଷରୁ ଚାଲିଥିବା ଗ୍ରାମୀଣ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ଛତ୍ରପୁର ସ୍ଥିତ ଜିଲାପାଳ କାର୍ଯ୍ୟାଳୟର…

ଚାକିରି ଦେବା ନାଁ ରେ ଠକେଇ; ଇଣ୍ଟରଭ୍ୟୁ ବେଳେ ଉତ୍ତେଜନା ; ଧରାହେଲେ ମଧ୍ୟସ୍ଥି, ମୁଖ୍ୟ ଅଭିଯୁକ୍ତ ଫେରାର

ଛତ୍ରପୁର,୩।୯,( ଦିଲ୍ଲୀପି ସାମଲ): ଚାକିରି ପାଇଁ ବର୍ତ୍ତମାନର ଯୁବ ପିଢୀ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏହାର ସୁଯୋଗ ନେଇ ଯୁବପିଢୀଙ୍କୁ ଠକିବାରେ ଲାଗିଛନ୍ତି କିଛି…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri