କାୟା ବିସ୍ତାରିଛି ବେଆଇନ ଚିଙ୍ଗୁଡ଼ି ଘେରି

ଜଗତ୍‌ସିଂହପୁର ଅଫିସ, ୨୪।୭: ଚିଙ୍ଗୁଡ଼ି ରପ୍ତାନି କ୍ଷେତ୍ରରେ ଜଗତ୍‌ସିଂହପୁର ଜିଲାର ନାଁ ଅଛି। ବିଶେଷକରି ଏରସମା, ବାଲିକୁଦା ଓ କୁଜଙ୍ଗ ତହସିଲ ଅନ୍ତର୍ଗତ ବ୍ୟାପକ ଅଞ୍ଚଳରେ ଚିଙ୍ଗୁଡ଼ି ଚାଷ ହେଉଛି। ସରକାରୀ ଭାବେ ୬,୨୫୦ ଏକର (ପ୍ରାୟ ୨୫୦୦ ହେକ୍ଟର) ବେସରକାରୀ ଜମିରେ ଏହି ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଛି। ହେଲେ ଏହି ଚାଷ ବେସରକାରୀ ଜମିରେ ସୀମିତ ନାହିଁ, ବହୁ ଗୁଣ ଅଧିକ ସରକାରୀ ଜମି ଏଥିପାଇଁ ଜବରଦଖଲରେ ରହିଛି। ସେଥିମଧ୍ୟରୁ ଏରସମା ଓ ବାଲିକୁଦା ତହସିଲରେ ଏବେସୁଦ୍ଧା ୧୭୦୦ ଏକର ସରକାରୀ ଜମି ଜବରଦଖଲ କରାଯାଇ ଚିଙ୍ଗୁଡ଼ି ଘେରି ହୋଇଥିବା ଚିହ୍ନଟ ହୋଇଛି। ଏନେଇ ୮୧୩ଟି କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଆହୁରି ବହୁ ଏକର ସରକାରୀ ଜମିରେ ହୋଇଥିବା ଚିଙ୍ଗୁଡ଼ି ଘେରି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସ୍ଥାନୀୟ ଅଞ୍ଚଳରୁ ଶୁଣିବାକୁ ମିଳୁଛି ଯେ ସରକାରୀ ଜମିରେ ହେଉଥିବା ଏହି ଚିଙ୍ଗୁଡ଼ି ଚାଷରୁ ଏତେ ଲାଭ ହେଉଛି ଯେ, ସେଥିରେ ଜିଲା ଓ ତହସିଲ ପ୍ରଶାସନର ଅଧିକାରୀ, ନେତା, ପୋଲିସ ଅଧିକାରୀମାନଙ୍କୁ ଦୀର୍ଘଦିନ ଧରି ସନ୍ତୁଷ୍ଟ କରାଯାଇଆସୁଛି। କେବଳ ସେତିକି ନୁହେଁ, ଏହି ଚାଷରେ ପ୍ରଶାସନିକ ଅଧିକାରୀ ଓ ନେତାମାନେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହୁଛନ୍ତି। ଏସବୁ ଉପରୁ ଦୃଷ୍ଟି ହଟାଇବା ପାଇଁ ସରକାରୀ ଜମିରେ ଚିଙ୍ଗୁଡ଼ି ଘେରି କରିଥିବା ନିର୍ଦ୍ଦିଷ୍ଟ କେତେଜଣକୁ ନୋଟିସ ଏବଂ ଜରିମାନା ଆଦାୟ କରାଯାଉଛି। ଅନ୍ୟପକ୍ଷରେ ଚିଙ୍ଗୁଡ଼ି ଘେରି ଯୋଗୁ ଧାନ ଓ ଅନ୍ୟ ଚାଷ ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହାର ପ୍ରତିବାଦ କଲେ ପ୍ରଶାସନ ଓ ପୋଲିସ ନୀରବଦ୍ରଷ୍ଟା ସାଜୁଥିବାବେଳେ ଓଲଟା ଚିଙ୍ଗୁଡ଼ି ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି।
ଜିଲା ମତ୍ସ୍ୟ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାର ପ୍ରାୟ ୧,୦୦୦ ଲୋକ (ଏରସମାରେ ୬୦%, ବାଲିକୁଦା ୩୫% ଓ କୁଜଙ୍ଗରେ ୫%) ଚିଙ୍ଗୁଡ଼ି ଚାଷ ପାଇଁ ଲାଇସେନ୍ସ କରି ସରକାରୀ ଯୋଜନାରେ ରିହାତି ପାଇଛନ୍ତି। ସେମାନେ ପ୍ରାୟ ୨୫୦୦ ହେକ୍ଟର ବେସରକାରୀ ଜମିରେ ଏହି ଚାଷ କରି ବେଶ୍‌ ଉପକୃତ ହେଉଛନ୍ତି। ଏରସମା ତହସିଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୯ଟି ଆର୍‌ଆଇ ସର୍କଲରେ ୧୧୯୪.୯୪ ଏକର ସରକାରୀ ଜମି ଜବରଦଖଲରେ ଚିଙ୍ଗୁଡ଼ି ଘେରି ହୋଇଥିବା ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ପଦ୍ମପୁର ସର୍କଲର ସର୍ବାଧିକ ୭୭୨.୬୬ ଏକର ନୂଆଗାଁର ୨୩୦.୯୭, ଜପାର ୬୪.୩୮, ସିହାର ୩୧.୧୫, ଭିତରଅନ୍ଧାରୀର ୨୯.୯୫, ଗଡ଼ବିଷୁନପୁରର ୨୨.୧୦, ଗୋଡ଼ାର ୪.୫୦, ଚଟୁଆର ୨୫.୯୭ ଓ ନାର୍ଦିଆ ସର୍କଲର ୧୩.୨୬ ଏକର ରହିଛି। ଗତ ୧୫ ତାରିଖରୁ ଗୁରୁବାର ପର୍ଯ୍ୟନ୍ତ ୪୫୩ ଜଣ ଘେରି ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ସେମାନେ ୧୫ ଦିନ ମଧ୍ୟରେ ସେମାନଙ୍କ ପକ୍ଷ ରଖିବେ। ସେହିପରି ବାଲିକୁଦା ତହସିଲ ଅନ୍ତର୍ଗତ ୨ଟି ଆର୍‌ଆଇ ସର୍କଲର ୫୧୧ ଏକର ସରକାରୀ ଜମି ଜବରଦଖଲ ସହ ଚିଙ୍ଗୁଡ଼ି ଘେରି କରାଯାଇଛି। ସେଥିମଧ୍ୟରୁ ମାଳ ସର୍କଲର ୩୧୧ ଓ ମରିଚପୁର ସର୍କଲର ୨୦୦ ଏକର ରହିଛି। ଏହା ଉପରେ ୨୨୮ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କୁ ପକ୍ଷ ରଖିବାକୁ ୧ ମାସ ସମୟ ଦିଆଯାଇଛି। ଗୁରୁବାର ସୁଦ୍ଧା ମାଳ ଓ ମରିଚପୁର ସର୍କଲର ଜବରଦଖଲକାରୀଙ୍କଠାରୁ ୨,୮୨,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି।
ଏକ ଘେରି ନିକଟ ଅଞ୍ଚଳର ଧାନ ଚାଷୀ ତଥା ବାଲିକୁଦା ତହସିଲ ଅନ୍ତର୍ଗତ ତେନ୍ତୁଳିବେଲାରୀର ଶରତ ସାହାଣୀ କହିଛନ୍ତି, ଚିଙ୍ଗୁଡ଼ିଘେରି ମାଲିକମାନେ ଲୁଣା ଜଳକୁ ଚାଷ ଜମିରେ ପୂରାଇ ଦେଉଥିବାରୁ ଧାନ ଚାଷ ପ୍ରଭାବିତ ହେଉଛି। ଏଥିଯୋଗୁ ଅନେକ ଲୋକ ଧାନ ଚାଷ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ୧ ଏକର ଜମିରେ ଧାନ ଚାଷ କଲେ ଯେତିକି ମିଳୁଛି, ଚିଙ୍ଗୁଡ଼ି ଚାଷରେ ତା’ଠାରୁ ବହୁଗୁଣ ଲାଭ ମିଳୁଛି। ଏଥିଯୋଗୁ ଅନେକ ଧାନ ଚାଷୀ ଚିଙ୍ଗୁଡ଼ି ଚାଷ ଆଡକୁ ଆକର୍ଷିତ ହେଉଛନ୍ତି। ଘେରି ମାଲିକ ତଥା କୁଶୁପୁରର ମାଧବାନନ୍ଦ ଗିରିଙ୍କ କହିବା କଥା ହେଲା, ତାଙ୍କ ଅଞ୍ଚଳର ଅନେକ ଲୋକ ବାପା, ଅଜା ଅମଳରୁ ସରକାରୀ ଜମିରେ ଧାନ ଚାଷ କରି ଆସୁଥିଲେ। କେତେଜଣ ଲୋକ ତହସିଲ କର୍ମଚାରୀଙ୍କୁ ଟଙ୍କା ଦେଇ ଉକ୍ତ ଜମିକୁ ନିଜ ନାମରେ ପଟ୍ଟା କରି ନେଇଛନ୍ତି। ଉକ୍ତ ଜମି ସବୁ ଲୁଣା କିସମର ଥିବାରୁ ଏକର ପ୍ରତି ୩ରୁ ୪ କୁଇଣ୍ଟାଲ ଧାନ ହେବା କଷ୍ଟକର। ତେଣୁ ଲୋକେ ଚିଙ୍ଗୁଡ଼ି ଚାଷ କରୁଛନ୍ତି।
ଏରସମା ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସ କହିଛନ୍ତି, ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ ଜମିରେ କରାଯାଇଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ହେବ। ଇତିମଧ୍ୟରେ ଅଧିକାଂଶଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଜୁଲାଇ ୩୧ ସୁଦ୍ଧା ଅବଶିଷ୍ଟଙ୍କୁ ନୋଟିସ କରିବାକୁ ଲକ୍ଷ୍ୟ ରହିଛି। ଆର୍‌ଆଇମାନେ ଘେରି ମାଲିକଙ୍କୁ ହାଜର ହେବା ପାଇଁ କହୁଛନ୍ତି। ତା’ ପରେ ଉଚ୍ଛେଦ ପାଇଁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇପାରେ। କୌଣସି ପ୍ରକାର ଚାପ ଆଗରେ ତହସିଲ ପ୍ରଶାସନ ମୁଣ୍ଡ ନୁଆଁଇବ ନାହିଁ ବୋଲି ତହସିଲଦାର ଦାସ କହିଛନ୍ତି।
ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ଦାସ କହିଛନ୍ତି, ଜିଲାପାଳ, ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଜବରଦଖଲ ଉପରେ ସର୍ଭେ ହୋଇଥିଲା। ୨ ସୁପରଭାଇଜର ଓ ସମ୍ପୃକ୍ତ ଆର୍‌ଆଇଙ୍କୁ ନେଇ ଟିମ୍‌ ଗଢ଼ାଯାଇଥିଲା। ସର୍ଭେ ରିପୋର୍ଟ ଆସିଲା ପରେ ଅବରୋଧ ମାମଲା ରୁଜୁ କରାଯାଇଥିଲା। ମାଳ ସର୍କଲ ପାଇଁ ଜୁଲାଇ ୫, ୬, ୭ ଓ ମରିଚିପୁର ପାଇଁ ୧୩, ୧୪ ଓ ୧୫ ତାରିଖରେ ଶୁଣାଣି ହୋଇଥିଲା। ଜବରଦଖଲକାରୀଙ୍କୁ ଜରିମାନା ଦାଖଲ ପାଇଁ କୁହାଯିବା ସହ ଉଚ୍ଛେଦ ସମ୍ପର୍କରେ ଅବଗତ କରାଯାଇଥିଲା। ଅଗଷ୍ଟ ୨୦ରୁ ୨୫ ଭିତରେ ଉଚ୍ଛେଦ ପ୍ରକ୍ରିୟା ହୋଇଯିବ। ଉପଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ କହିଛନ୍ତି, ଜୁଲାଇ ୩୧ ସୁଦ୍ଧା କାରଣ ଦର୍ଶାଅ ନୋଟିସ ସାରିବାକୁ ତହସିଲଦାରମାନଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri