ବଢୁଛି ବେଆଇନ ବାଲି ପରିବହନ

ରସୁଲପୁର,୧୭ା୬(ଡି.ଏନ.ଏ.):ରସୁଲପୁର ତହସିଲ ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ ନିଲାମ ବାଲିଘାଟ ରହିଛି। ତେବେ ଉକ୍ତ ବାଲିଘାଟଗୁଡ଼ିକରୁ ଦୈନିକ ଶହଶହ ଟ୍ରିପ୍‌ ବାଲି ବେଆଇନ ଭାବେ ପରିବହନ ହେଉଥିବା ଅଭିଯୋଗ ହେଉଛି। ଲିଜ୍‌ଧାରୀ ଲଘୁଖଣିଜ ପରିବହନ ଆଇନ ଖିଲାପ କରି ବାଲି ପରିବହନ କରୁଛନ୍ତି। ଫଳରେ ସରକାରଙ୍କ କୋଟିକୋଟି ଟଙ୍କାର ରାଜସ୍ବହାନି ଘଟୁଛି। ତେବେ ଏସବୁ ଖୋଲାମେଲାରେ ଚାଲୁଛି। ହେଲେ ତହସିଲ ପ୍ରଶାସନ ଓ ପୋଲିସ ବାଲିଚାଲାଣ ରୋକିବାରେ ବିଫଳ ହେଉଛନ୍ତି। ଅନ୍ୟପକ୍ଷରେ ପ୍ରଶାସନର ଭୂମିକା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ଏଥିସହ ବେଆଇନ ବାଲି ପରିବହନକୁ ନେଇ ବିରୋଧର ସ୍ବର ତେଜିବାରେ ଲାଗିଛି। ଗତ ଶନିବାର କୁଆଖିଆ ଥାନା ଅଧୀନ ରାଜେନ୍ଦ୍ରପୁର ପଞ୍ଚାୟତର ଲୋକେ ବେଆଇନ ବାଲି ପରିବହନକୁ ବିରୋଧ କରି ରାସ୍ତାରୋକୋ କରିଥିଲେ। ଫଳରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ମୂଳାପାଳ-ରାଜେନ୍ଦ୍ରପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା। ୩୦ରୁ ଊର୍ଦ୍ଧ୍ୱ ବେଆଇନ ବାଲି ବୋଝେଇ ଟ୍ରକ୍‌ ଓ ହାଇୱା ରାସ୍ତାରେ ଅଟକି ରହିଥିଲା। ପୋଲିସ ପହଞ୍ଚତ୍ ରାସ୍ତା ଅବରୋଧକାରୀଙ୍କୁ ବୁଝାଇ ରାସ୍ତାରୋକୋ ହଟାଇଥିଲା। ତେବେ ପୋଲିସ ଅବରୋଧକାରୀଙ୍କୁ ଡରାଇ ରାସ୍ତାରୁ ହଟାଇ ଦେଇଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି।
ପ୍ରକାଶଯେ, ରସୁଲପୁର ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ବାଲିଘାଟକୁ ତହସିଲ ପକ୍ଷରୁ ନିଲାମ ଦିଆଯାଇଛି। ଉକ୍ତ ଘାଟ ପରିଚାଳନା ପାଇଁ ମାଇନିଂ ପ୍ଲାନକୁ ଖିଲାପ କରି ବାଲିମାଫିଆ ବାଲି ଚାଲାଣ କରୁଛନ୍ତି। ଫଳରେ ବ୍ରାହ୍ମଣୀ ନଦୀବନ୍ଧ, ମୂଳାପାଳ-ରାଜେନ୍ଦ୍ରପୁର ରାସ୍ତା ପ୍ରଭାବିତ ହେଉଛି। ନିଲାମ ଘାଟରେ ଶ୍ରମିକ ବାଲି ଲୋଡ୍‌ କରିବା ସହ ଟ୍ରାକ୍ଟରରେ ବାଲି ପରିବହନ ହେବା କଥା। ହେଲେ ମାଫିଆ ଭାରିଯାନ ଜରିଆରେ ଓଭର ଲୋଡିଂ କରି ବାଲି ପରିବହନ କରୁଥିବାରୁ ଅଞ୍ଚଳ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେହିପରି ଭାରିଯାନରେ ବାଲି ପରିବହନ ଯୋଗୁ ନଦୀବନ୍ଧ ଦୁର୍ବଳ ହୋଇଯାଉଛି। ଘାଟସ୍ଥଳରେ ବନ୍ୟା ସମୟରେ ବନ୍ଧରେ ଘାଇ ସୃଷ୍ଟି ହେବା ସମ୍ଭାବନା ଉପୁଜୁଛି। ଗାଁ ରାସ୍ତାଗୁଡ଼ିକ ଖାଲଖମାରେ ଭର୍ତ୍ତି ହୋଇରହିଛି। ଏହି ସ୍ଥିତିରେ ରାସ୍ତାରେ ଯାତାୟାତ କରୁଥିବା ଦୁଇ ଚକିଆ ଯାନର ଚାଳକ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତାରେ ପ୍ରତ୍ୟହ ଏକାଧିକ ଦୁର୍ଘଟଣା ଘଟୁଛି। ଏହି ବାଟ ଦେଇ କୁଆଖିଆ ବଜାର, ରସୁଲପୁର ବ୍ଲକ୍‌, କୁଆଖିଆ ଥାନା, ରସୁଲପୁର ଦମକଳକେନ୍ଦ୍ର, କୁଆଖିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦି ବିଭିନ୍ନ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ଅନ୍ୟ ବାଟକୁ ବ୍ୟବହାର କରୁଛନ୍ତି, ଯଦ୍ଦ୍ବାରା ସେମାନଙ୍କୁ ଲକ୍ଷ୍ୟସ୍ଥଲରେ ପହଞ୍ଚତ୍ବା ପାଇଁ ଅଧିକ ରାସ୍ତା ବୁଲିବାକୁ ପଡୁଛି। ଉକ୍ତ ରାସ୍ତାରେ ଅଧିକ ୨ ଓ ୪ ଚକିଆ ଯାନ ଯାତାୟାତ କରୁଛି। ବହୁ ଆଗନ୍ତୁକ ଓ ସ୍ଥାନୀୟ ଲୋକେ ଏହି ରାସ୍ତା ଦେଇ ଦୂରଦୂରାନ୍ତକୁ ଯାତାୟାତ କରୁଛନ୍ତି। ତେବେ ଉକ୍ତ ରାସ୍ତାରେ ପଡ଼ି ରହିଥିବା ବାଲି ଆସ୍ତରଣକୁ ସଫା ନ କଲେ ଦୁର୍ଘଟଣା ଘଟି ଧନଜୀବନ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ବଢୁଛି। ତେବେ ରଜ ଛୁଟି ପରେ ସ୍କୁଲ୍‌, କଲେଜ ଖୋଲିବ। ତେଣୁ ତୁରନ୍ତ ବେଆଇନ ବାଲି ପରିବହନ ବନ୍ଦ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏଥିସହିତ ମୂଳାପାଳ-ରାଜେନ୍ଦ୍ରପୁର ରାସ୍ତା ଏକ ଗ୍ରାମାଞ୍ଚଳ ବହୁଳ ରାସ୍ତା ହୋଇଥିବାରୁ ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ ବନ୍ଦ କରିବାକୁ ଦାବି ହୋଇଛି। ଏହା ନ ହେଲେ ବହୁ ବିଦ୍ୟାର୍ଥୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ତେବେ ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା କୁଆଖିଆ ଥାନା ଏସ୍‌ଆଇ ଦୁଷ୍ମନ୍ତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ସ୍ଥାନୀୟ ଲୋକେ ବାଲି ପରିବହନ ହେଉଥିବା ଗାଡ଼ିଗୁଡିକୁ ବନ୍ଦ କରିଥିବା ନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ବାଲି ପରିବହନ ବେଳେ ଗାଡ଼ି ଉପରେ ପାଲ ପଡୁ ନ ଥିବା ଓ ରାସ୍ତା ଉପରେ ବାଲି ଆସ୍ତରଣ ଜମି ରହିଥିବାରୁ ଯାତାୟାତରେ ବାଧା ଉପୁଜୁଛି ଏବଂ ଦୁର୍ଘଟଣା ଘଟୁଛି। ଏ ଦିଗରେ ସୁଧାର ଆଣିବା ପାଇଁ ଲିଜ୍‌ଧାରୀଙ୍କୁ ସୂଚନା ଦିଆଯାଇଛି। ସେମାନେ ତୁରନ୍ତ ପଦକ୍ଷେପ ନେବେ ବୋଲି ଏସ୍‌ଆଇ ଦାସ ପ୍ରକାଶ କରିଛନ୍ତି। ହେଲେ ବେଆଇନ ବାଲି ପରିବହନ ନେଇ ପୋଲିସ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ। ବେଆଇନ ବାଲି ପରିବହନ ସମ୍ପର୍କରେ ତହସିଲଦାର ନିରଞ୍ଜନ ସାହୁଙ୍କ ପ୍ରତିକ୍ରିୟା ନେବାକୁ ବାରମ୍ବାର ପ୍ରୟାସ କରାଯାଇ ଥିଲେ ମଧ୍ୟ ସେ ଫୋନ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?