ବେଆଇନ ବାଲି ଚାଲାଣ,ପ୍ରଶାସନ ନୀରବ

ରାଉରକେଲା,୧୯।୬: (ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ତହସିଲ ଅଧୀନ ତୁମକେଲା ଓ ଲଇକେରା ଘାଟରୁ ପ୍ରତିଦିନ ଶହ ଶହ ଗାଡ଼ିରେ ବେଆଇନ ଭାବେ ବାଲି ଉଠାଯାଉଛି। ଫଳରେ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଛି। ଏ ଦିଗରେ ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବାଲି ମାଫିଆ ସକ୍ରିୟ ହୋଇପଡିଥିବା ଆଲୋଚନା ହେଉଛି।
ସୂଚନା ଅନୁସାରେ, ରାଉରକେଲା ତହସିଲ ଅଧୀନରେ ୭ ବାଲିଘାଟ ରହିଛି। ଏହି ବାଲିଘାଟରୁ ପ୍ରତିବର୍ଷ ଖଣିଜ ରାଜସ୍ବ ଆକାରରେ ୪କୋଟିରୁ ଉର୍ଦ୍ଧ୍ୱ ରାଜସ୍ବ ସରକାରଙ୍କ ତହବିଲକୁ ଯାଇଥାଏ। ତନ୍ମଧ୍ୟରୁ ୧୬ ନମ୍ବର ତୁମକେଲା ଓ ଲଇକେରା ବାଲିଘାଟରୁ ବାଲି ଉଠାଣ ପାଇଁ ଏପର୍ଯ୍ୟନ୍ତ ରାଜସ୍ବ ବିଭାଗ ପକ୍ଷରୁ ଅନୁମତି ଦିଆଯାଇନାହିଁ। ଏହାସତ୍ତ୍ୱେ ଉକ୍ତ ବାଲିଘାଟରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶହ ଶହ ଗାଡ଼ି ଯୋଗେ ବେଆଇନ ଭାବେ ବାଲି ଉଠାଣ କରାଯାଉଛି। ସେହିପରି ସହରର ତାପମାତ୍ରା ୪୪ ଡିଗ୍ରୀ ରହୁଥିବା ବେଳେ ଶ୍ରମିକମାନଙ୍କୁ ଦିନତମାମ ଟାଣଖରାରେ ବାଲି ଉତ୍ତୋଳନ କାମରେ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ବାଲିଘାଟ ଲିଜ୍‌ଧାରୀଙ୍କ ନାଁରେ ରହିଥିବା କୋଟି କୋଟି ଟଙ୍କା ବକେୟା ରାଜସ୍ବ ଖଜଣା ଆଦାୟ ହେଉନାହିଁ। ସେହିପରି ମାସ ମାସ ଧରି ବାଲିଘାଟ ଗୁଡିକ ନିଲାମ ହେଉ ନ ଥିବାରୁ ଏହା ମାଫିଆଙ୍କୁ ସୁହାଉଛି। ଏ ସମ୍ପର୍କରେ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଲେ, ରାଉରକେଲା ତହସିଲ ଅଧୀନ ବିଭିନ୍ନ ବାଲିଘାଟ ନିଲାମ ହୋଇଛି। କେବଳ ୧୬ ନମ୍ବର ବାଲଘାଟ ନିଲାମ ହୋଇନାହିଁ। ଉକ୍ତ ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ଉପରେ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଶିଶୁ ନିର୍ଯାତନା ନେଇ ସଚେତନ କାର୍ଯ୍ୟକ୍ରମ, ସୁରକ୍ଷିତ ଶୈଶବ….

ପୁରୁଷୋତ୍ତମପୁର,୧୮।୫( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୋମବାର ହିନ୍ଦି ପ୍ରଚାସଭା ପରିଷରରେ ସୁରକ୍ଷିତ ଶୈଶବ,…

ସରକାରଙ୍କ ବଡ଼ ଘୋଷଣା; ମହିଳାଙ୍କୁ ମାସିକ ୩ ହଜାର, ୭ମ ବେତନ ଆୟୋଗ ଲାଗୁ, ମାଗଣା ବସ୍ ଯାତ୍ରା

କୋଲକାତା,୧୮।୫: ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର ତାଙ୍କର ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି । ଏଥିରେ ମହିଳାମାନଙ୍କୁ ମାସିକ ୩ ହଜାର ଆର୍ଥିକ…

ମସ୍କଙ୍କ ବୟାନକୁ ନେଇ ସୋସିଆଲ ମିଡିଆରେ ହଇଚଇ, ଝିଅମାନଙ୍କ…

ନୂଆଦିଲ୍ଲୀ,୧୮।୫: ଏଲନ ମସ୍କ ପୁଣିଥରେ ନିଜ ବୟାନକୁ ନେଇ ଖବରର ଶିରୋନାମା ପାଲଟିଛନ୍ତି । ଏଥର ସେ ଇନଷ୍ଟାଗ୍ରାମକୁ “ଝିଅମାନଙ୍କ ପ୍ଲାଟଫର୍ମ” ବୋଲି କହି ଏକ ନୂତନ…

ଭୁବନେଶ୍ବରରେ ତେଲ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା, କାଲିଠୁ….

ଭୁବନେଶ୍ବର,୧୮।୫: ରାଜ୍ୟରେ ତେଲ ସଂକଟ ଭିତରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୟାନ ସାମ୍ନାକୁ ଆସିଛି । ତୈଳ ସ୍ଥିତିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବା…

ଯୁକ୍ରେନ ଡ୍ରୋନ ମାଡ଼ରେ ମାଧବନ୍ଧର ଓଡ଼ିଆ ଯୁବକ ମୃତ, ଚାକିରି କରିବାକୁ ରୁଷିଆ ଯାଇଥିଲେ ରାମେୟା

ଚିକିଟି,୧୮।୫(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧ ଗ୍ରାମର ଜଣେ ଯୁବକ ଯୁକ୍ରେନର ଡ୍ରୋନ ମାଡ଼ରେ ପ୍ରାଣ ହରାଇଛନ୍ତି । ଶନିବାର ତାଙ୍କର…

୨୦ ଦିନରେ କୋଟି କୋଟି ଟଙ୍କାର ଶେୟାର କିଣିଲେ ଟ୍ରମ୍ପ, ଥରି ଉଠିଲା ଆମେରିକା

ଓ୍ବାଶିଂଟନ,୧୮।୫: ଏହି ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ବା ତାଙ୍କ ପରାମର୍ଶଦାତାମାନେ ୩,୭୦୦ରୁ ଅଧିକ ଷ୍ଟକ ବାଣିଜ୍ୟ କରିଛନ୍ତି। ଏହି…

କୋଣାଦିତ୍ୟରେ ନବ ଆଳତି ପରମ୍ପରା

ପଦ୍ମକ୍ଷେତ୍ର କୋଣାର୍କଠାରେ ଅଭିନବ ଆଳତି ପରମ୍ପରା କଥା ପୂର୍ବ ସଂଖ୍ୟାରେ ଆମେ ଆଲୋଚନା କରିଥିଲେ। ତାହାର ଏକ ଚମତ୍କାର ଦିଗ ରହିଛି। ଭାରତରେ ଅନ୍ୟ କେଉଁ କ୍ଷେତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri