ବେଆଇନ ରେଲଓ୍ବେ ଟିକେଟ କାରବାର: ୨ ମାସରେ ୬ ର଼୍ୟାକେଟ ଠାବ କରିଛି ଆର୍‌ପିଏଫ୍‌

ବ୍ରହ୍ମପୁର ଅଫିସ,୩୦।୬: ରେଳ ଯାତ୍ରୀଙ୍କୁ ସହଜ ଓ ସୁବିଧାରେ ସମସ୍ତ ସେବା ଯୋଗାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଷ୍ଟେଶନର ଉନ୍ନତୀକରଣ ଠାରୁ ଆରମ୍ଭ କରି ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଲୋକେ ଘରେ ବସି ଟ୍ରେନ୍‌ ଟିକେଟ୍‌ ବୁକିଂ କରିବା ଲାଗି ସୁବିଧା କରାଯାଇଛି। ଏଥିପାଇଁ ଆଇଆରସିଟି ତରଫରୁ ସ୍ବତନ୍ତ୍ର ୱେବସାଇଟ୍‌ ରହିଛି। କିନ୍ତୁ କେତେଜଣ ଦଲାଲ୍‌ ଏହି ୱେବସାଇଟର ଅପବ୍ୟବହାର କରି ଅସାଧୁ ଉପାୟରେ ଟଙ୍କା ଉପାର୍ଜନ କରୁଛନ୍ତି। ଏଭଳି ଦଲାଲ୍‌ ଉପରେ ପ୍ରହାର କରିଛି ଆର୍‌ପିଏଫ। ଗତ ୨ ମାସ ମେ ଓ ଜୁନ ମଧ୍ୟରେ ବ୍ରହ୍ମପୁର ଆରପିଏଫ ଥାନା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଟିକେଟ୍‌ କାରବାର କରୁଥିବା ୬ଟି ର଼୍ୟାକେଟ୍‌ ଠାବ କରାଯାଇଛି। ଏଥିସହିତ ଲକ୍ଷାଧିକ ଟଙ୍କାର ଟିକେଟ୍‌ ମଧ୍ୟ ଜବତ କରାଯାଇଛି। ବ୍ରହ୍ମପୁର ଆର୍‌ପିଏଫର ଟିମ୍‌ ଏଭଳି ବେଆଇନ କାରବାରରେ ଲିପ୍ତ ଦଲାଲ୍‌ଙ୍କୁ ପ୍ରଥମେ ଚିହ୍ନଟ କରିଥିଲା। ଏକ ତାଲିକା ପ୍ରସ୍ତୁତ କରି ପର୍ଯ୍ୟାୟ କ୍ରମେ ସେମାନଙ୍କ ଆଡ୍ଡ଼ାରେ ଚଢ଼ାଉ କରାଯାଇଥିଲା। ବିଭିନ୍ନ ଇଣ୍ଟରନେଟ୍‌ ଜୋନ୍‌ ଓ ଦୋକାନରେ ବ୍ୟକ୍ତିଗତ ୟୁଜର୍‌ ଆଇଡି ବ୍ୟବହାର କରି ଦଲାଲମାନେ ରେଳ ଟିକେଟ୍‌ ବୁକିଂ କରୁଥିଲେ। ପରେ ସେହି ଟିକେଟକୁ ଚଢ଼ା ଦରରେ ବିକ୍ରି କରୁଥିଲା। ଏଭଳି କାରବାର ରୋକିବା ପାଇଁ ବ୍ରହ୍ମପୁର ଆରପିଏଫ ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଞ୍ଜାମ ଜିଲାର କେ.ନୂଆଗାଁ, ଦିଗପହଣ୍ଡି, କବିସୂର୍ଯ୍ୟନଗର, ବୁଗୁଡ଼ା ଓ ପୁରୁଷୋତ୍ତମପୁର ଥାନା ଇଲାକାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଦଲାଲମାନେ ବିଭିନ୍ନ ସପ୍ଟୱେର୍‌ ବ୍ୟବହାର କରି ଏହି କାରବାର କରୁଥିବା ଜଣାପଡ଼ିଥିଲା। ତେଣୁ ଆର୍‌ପିଏଫ ତରଫରୁ କମ୍ପ୍ୟୁଟର ହାର୍ଡ଼ଡିସ୍କ ଓ ଇଣ୍ଟରନେଟ୍‌ ସଂଯୋଗରେ ବ୍ୟବହାର ହେଉଥିବା ମୋବାଇଲ୍‌ ଜବତ କରିଥିଲା। ଏହାସହିତ ୬ଟି ମାମଲାରେ ମୋଟ ୩ଲକ୍ଷ ୧୫ହଜାର ଟଙ୍କାର ପୁରୁଣା ଟିକେଟ୍‌ ଓ ୩୨ହଜାର ଟଙ୍କାର ଟିକେଟ୍‌(ଫ୍ୟୁଚର୍‌ ଟିକେଟ୍‌) ଜବତ କରାଯାଇଥିଲା। ଏ ସଂକ୍ରାନ୍ତରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ଆରପିଏଫ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri