ବେଆଇନ ରେଲଓ୍ବେ ଟିକେଟ କାରବାର: ୨ ମାସରେ ୬ ର଼୍ୟାକେଟ ଠାବ କରିଛି ଆର୍‌ପିଏଫ୍‌

ବ୍ରହ୍ମପୁର ଅଫିସ,୩୦।୬: ରେଳ ଯାତ୍ରୀଙ୍କୁ ସହଜ ଓ ସୁବିଧାରେ ସମସ୍ତ ସେବା ଯୋଗାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଷ୍ଟେଶନର ଉନ୍ନତୀକରଣ ଠାରୁ ଆରମ୍ଭ କରି ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଲୋକେ ଘରେ ବସି ଟ୍ରେନ୍‌ ଟିକେଟ୍‌ ବୁକିଂ କରିବା ଲାଗି ସୁବିଧା କରାଯାଇଛି। ଏଥିପାଇଁ ଆଇଆରସିଟି ତରଫରୁ ସ୍ବତନ୍ତ୍ର ୱେବସାଇଟ୍‌ ରହିଛି। କିନ୍ତୁ କେତେଜଣ ଦଲାଲ୍‌ ଏହି ୱେବସାଇଟର ଅପବ୍ୟବହାର କରି ଅସାଧୁ ଉପାୟରେ ଟଙ୍କା ଉପାର୍ଜନ କରୁଛନ୍ତି। ଏଭଳି ଦଲାଲ୍‌ ଉପରେ ପ୍ରହାର କରିଛି ଆର୍‌ପିଏଫ। ଗତ ୨ ମାସ ମେ ଓ ଜୁନ ମଧ୍ୟରେ ବ୍ରହ୍ମପୁର ଆରପିଏଫ ଥାନା ଅଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଟିକେଟ୍‌ କାରବାର କରୁଥିବା ୬ଟି ର଼୍ୟାକେଟ୍‌ ଠାବ କରାଯାଇଛି। ଏଥିସହିତ ଲକ୍ଷାଧିକ ଟଙ୍କାର ଟିକେଟ୍‌ ମଧ୍ୟ ଜବତ କରାଯାଇଛି। ବ୍ରହ୍ମପୁର ଆର୍‌ପିଏଫର ଟିମ୍‌ ଏଭଳି ବେଆଇନ କାରବାରରେ ଲିପ୍ତ ଦଲାଲ୍‌ଙ୍କୁ ପ୍ରଥମେ ଚିହ୍ନଟ କରିଥିଲା। ଏକ ତାଲିକା ପ୍ରସ୍ତୁତ କରି ପର୍ଯ୍ୟାୟ କ୍ରମେ ସେମାନଙ୍କ ଆଡ୍ଡ଼ାରେ ଚଢ଼ାଉ କରାଯାଇଥିଲା। ବିଭିନ୍ନ ଇଣ୍ଟରନେଟ୍‌ ଜୋନ୍‌ ଓ ଦୋକାନରେ ବ୍ୟକ୍ତିଗତ ୟୁଜର୍‌ ଆଇଡି ବ୍ୟବହାର କରି ଦଲାଲମାନେ ରେଳ ଟିକେଟ୍‌ ବୁକିଂ କରୁଥିଲେ। ପରେ ସେହି ଟିକେଟକୁ ଚଢ଼ା ଦରରେ ବିକ୍ରି କରୁଥିଲା। ଏଭଳି କାରବାର ରୋକିବା ପାଇଁ ବ୍ରହ୍ମପୁର ଆରପିଏଫ ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଞ୍ଜାମ ଜିଲାର କେ.ନୂଆଗାଁ, ଦିଗପହଣ୍ଡି, କବିସୂର୍ଯ୍ୟନଗର, ବୁଗୁଡ଼ା ଓ ପୁରୁଷୋତ୍ତମପୁର ଥାନା ଇଲାକାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଦଲାଲମାନେ ବିଭିନ୍ନ ସପ୍ଟୱେର୍‌ ବ୍ୟବହାର କରି ଏହି କାରବାର କରୁଥିବା ଜଣାପଡ଼ିଥିଲା। ତେଣୁ ଆର୍‌ପିଏଫ ତରଫରୁ କମ୍ପ୍ୟୁଟର ହାର୍ଡ଼ଡିସ୍କ ଓ ଇଣ୍ଟରନେଟ୍‌ ସଂଯୋଗରେ ବ୍ୟବହାର ହେଉଥିବା ମୋବାଇଲ୍‌ ଜବତ କରିଥିଲା। ଏହାସହିତ ୬ଟି ମାମଲାରେ ମୋଟ ୩ଲକ୍ଷ ୧୫ହଜାର ଟଙ୍କାର ପୁରୁଣା ଟିକେଟ୍‌ ଓ ୩୨ହଜାର ଟଙ୍କାର ଟିକେଟ୍‌(ଫ୍ୟୁଚର୍‌ ଟିକେଟ୍‌) ଜବତ କରାଯାଇଥିଲା। ଏ ସଂକ୍ରାନ୍ତରେ ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ଆରପିଏଫ ତରଫରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri