ବିନା ଫଳକରେ ଚାଲିଛି ଜାତୀୟ ସ୍ବାସ୍ଥ୍ୟ ମିଶନ ଗୃହ ନିର୍ମାଣ

ଜଳେଶ୍ୱର, ୩୦।୬(ଡି.ଏନ.ଏ.): ବାଲେଶ୍ୱର ଜିଲାର ଜଳେଶ୍ୱର ସହରର ବଡବଜାରଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଜାତୀୟ ସ୍ବାସ୍ଥ୍ୟ ମିଶନର ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିରେ ନିମ୍ନମାନର ଇଟା ବ୍ୟବହାର କରାଯାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି ା ଇଟାଗୁଡିକ ବ୍ୟବହାର ପୂର୍ବରୁ ବର୍ଷାପାଣିରେ ଧୋଇ ଯାଉଥିବା ଦେଖିବାକୁ ମିଳିଛି। ଅବଧିର ୩ ମାସ ବିତିଯାଇଥିଲେ ମଧ୍ୟ କାମ ସରିବାର ନାମ ଧରୁନାହିଁ ା କେବଳ ଏତିକି ନୁହେଁ ଏଠାରେ ଚିକିତ୍ସା ଲାଗି ପ୍ରତିଦିନ ଶତାଧିକ ରୋଗୀ ଆସୁଥିବା ବେଳେ ସେମାନଙ୍କ ବିଶୁଦ୍ଧ ପିଇବା ପାଣି ଓ ଶୌଚ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ଦେଖାଦେଇଛି ା
ମଧ୍ୟସ୍ଥଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ଗୃହ ନିର୍ମାଣ ଲାଗି ୨୦୧୯-୨୦ରେ ୭୬ଲକ୍ଷ ୯୭ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ଏହି କାର୍ଯ୍ୟକୁ ଗତ ୧୦ା୯ା୨୧ରେ ଆରମ୍ଭ ହୋଇଥିବା ବେଳେ ତା୯ା୩ା୨୨ରେ ଶେଷ ହେବା କଥା ା କିନ୍ତୁ ଏବେ ବି କାର୍ଯ୍ୟର ୩୫ ଭାଗ ବାକି ପଡିଛି ା ଏହି ଗୃହ ନିର୍ମାଣ ମନଇଚ୍ଛା କରାଯାଉଥିବାରୁ ବିଭିନ୍ନ ସମୟରେ ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ତ୍ତୃପକ୍ଷ, ଜିଲାପାଳଙ୍କର ଦୃଷ୍ଟି ଆକର୍ଷଣ କରାଯାଇଆସୁଛି ା ଶୌଚାଳୟ ନ ଥିବାରୁ ରୋଗୀଙ୍କୁ ବହୁ ହୀନସ୍ତା ହେବାକୁ ପଡୁଛି ା ସ୍ବାସ୍ଥ୍ୟ କେନ୍ଦ୍ରରେ ପିଇବାପାଣି ଭଳି ସର୍ବନିମ୍ନ ସୁବିଧା ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାର୍ଯ୍ୟର ସବିଶେଷ ତଥ୍ୟ ଫଳକରେ ଲେଖାଯିବାର ନିୟମ ଥିବା ବେଳେ ଏହାକୁ ଉଲ୍ଲଂଘନ କରାଯାଇଛି ା ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଇଞ୍ଜିନିୟର ଆଶୁତୋଷ ପାଣିଗ୍ରାହୀଙ୍କୁ ପଚାରିବାରୁ ପ୍ରାୟ ୭୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ସେଥିରୁ ୩୯ଲକ୍ଷ ୪୮ହଜାର ୬୮୦ଟଙ୍କା ବ୍ୟୟବରାଦରେ ଗୃହ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ା
କିନ୍ତୁ ଅସ୍ଥାୟୀ ଶୌଚାଳୟ ନିର୍ମାଣ ଲାଗି ଚେଷ୍ଟା କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌ ଶୋ’ରୁମ୍‌

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?