ଛଟପଟ କରୁଛି ବେଆଇନ ପାର୍କିଂ, ଓଭରବ୍ରିଜ୍‌ କାମ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଭୁବନେଶ୍ୱର ମଧ୍ୟଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ସହରବାସୀଙ୍କ ପାଇଁ ଏବେ ବଡ଼ ସମସ୍ୟା ପାଲଟିଛି। ବାରମ୍ବାର ଦୁର୍ଘଟଣା ଜୀବନ ନେଉଥିବାବେଳେ ଏବେ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ୍‌ ଅଣନିଃଶ୍ୱାସୀ କରିଦେଉଛି। ଖଣ୍ଡଗିରିଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନର ଓଭରବ୍ରିଜ୍‌ ନିର୍ମାଣ ଚାଲିଥିବାରୁ ଗାଡ଼ିମୋଟର ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି। ବିଶେଷକରି ଖଣ୍ଡଗିରି ଛକ ଓ ଆଖପାଖ ଜାତୀୟ ରାଜପଥ ପାର୍ଶ୍ୱରେ ବସ୍‌ ଓ ଟ୍ରକ୍‌ ପାର୍କିଂ କରାଯାଉଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ପୋଲିସ, ରାଜପଥ କର୍ତ୍ତୃପକ୍ଷ ଓ ବ୍ରିଜ୍‌ ନିର୍ମାଣ କରୁଥିବା ସଂସ୍ଥା ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଉ ନ ଥିବାରୁ ଦିନକୁ ଦିନ ଯନ୍ତ୍ରଣା ବଢ଼ୁଛି।

୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ଲାଗି ରହୁଛି। ଦିନଠାରୁ ରାତି ସମସ୍ୟା ସବୁଠୁ ବଳିଯାଉଛି। ଖଣ୍ଡଗିରି ଓ ଉଦୟଗିରିକୁ ପର୍ଯ୍ୟଟକଙ୍କ ଆଗମନ ଲାଗି ରହୁଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଥିବା ହସ୍ପିଟାଲ, ଶିଳ୍ପାନୁଷ୍ଠାନ, ବଜାର ଓ କଲୋନୀକୁ ଖଣ୍ଡଗିରି ଛକଦେଇ ଲୋକେ ଯାତାୟାତ କରୁଛନ୍ତି। ଜାତୀୟ ରାଜପଥ ହୋଇଥିବାରୁ ଏହି ବାଟଦେଇ ପ୍ରତିଦିନ ଅସଂଖ୍ୟ ଗାଡ଼ିମୋଟର ଚଳାଚଳ କରୁଛି। ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୋଲିସ ଜଗୁଥିଲେ ମଧ୍ୟ ଭିଡ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ରାତି ସମୟରେ ଶ୍ରମିକ ମାନେ ଓଭରବ୍ରିଜ୍‌ କାର୍ଯ୍ୟ କରୁଥିବାରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଗାଡି ଚଳାଚଳ ଉପରେ କିଛି ପ୍ରତିବନ୍ଧକ ଲଗାଯାଇଛି। କୋଳଥିଆରୁ ବରମୁଣ୍ଡା ଓଭରବ୍ରିଜ ଆରମ୍ଭ ଯାଏ ଓ୍ବାନ୍‌ ଓ୍ବେ କରାଯାଉଛି। ଏହା ସାଙ୍ଗକୁ ବେଆଇନ ପାର୍କିଂ ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି। ରମାମଣୀ ପେଟ୍ରୋଲ ପମ୍ପ ସାମ୍ନା ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ବସ୍‌ ପାର୍କିଂ ହୋଇ ରହୁଛି। ଦିନରେ ବିଭିନ୍ନ ସ୍ଥାନରୁ ଆସିଥିବା ବସ୍‌ ରାତି ସମୟରେ ଏହିଠାରେ ତେଲ ପକାଇବା ସହ ଗାଡିକୁ ରାସ୍ତା ପାର୍ଶ୍ୱରେ ପାର୍କିଂ କରି ରଖୁଛନ୍ତି। ରାସ୍ତା ଦୁଇ ପାର୍ଶ୍ୱର ଅଧାରୁ ଅଧିକ ଜାଗା ଏହି ବେଆଇନ ବସ୍‌ ପାର୍କିଂରେ ଯାଉଛି। ରାତି ସମୟରେ ଭୁବନେଶ୍ୱରରୁ ଦୂର ସ୍ଥାନକୁ ବସ୍‌ ଓ ଟ୍ରକ୍‌ ଚଳାଚଳ କରୁଛି। ଏମିତିକି ଅସଂଖ୍ୟ ମାଲବାହୀ ଟ୍ରକ୍‌ , କଣ୍ଟେନର ଆସୁଛି। ତେଣୁ ରାତି ୯ଟା ପରେ ଟ୍ରାଫିକ ଜାମ୍‌ ଅସମ୍ଭାଳ ହୋଇପଡୁଛି। ଜାତୀୟ ରାଜପଥ ଉପରେ ବସ୍‌, ଟ୍ରକ୍‌, କାର୍‌ ବହୁ ସମୟ ଧରି ଲମ୍ବା ଲାଇନରେ ଛିଡା ହୋଇ ରହୁଥିବାରୁ ଦୀର୍ଘ ସମୟ ଟ୍ରାଫିକ ଜାମ୍‌ ହେଉଛି। ସାଧାରଣ ଲୋକଙ୍କଠାରୁ ଆମ୍ବୁଲାନ୍ସ ମଧ୍ୟ ଘଣ୍ଟା ଘଣ୍ଟା ଧରି ଜାମ୍‌ରେ ଫସି ରହୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?