ଛଟପଟ କରୁଛି ବେଆଇନ ପାର୍କିଂ, ଓଭରବ୍ରିଜ୍‌ କାମ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଭୁବନେଶ୍ୱର ମଧ୍ୟଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ସହରବାସୀଙ୍କ ପାଇଁ ଏବେ ବଡ଼ ସମସ୍ୟା ପାଲଟିଛି। ବାରମ୍ବାର ଦୁର୍ଘଟଣା ଜୀବନ ନେଉଥିବାବେଳେ ଏବେ ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ୍‌ ଅଣନିଃଶ୍ୱାସୀ କରିଦେଉଛି। ଖଣ୍ଡଗିରିଠାରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନର ଓଭରବ୍ରିଜ୍‌ ନିର୍ମାଣ ଚାଲିଥିବାରୁ ଗାଡ଼ିମୋଟର ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି। ବିଶେଷକରି ଖଣ୍ଡଗିରି ଛକ ଓ ଆଖପାଖ ଜାତୀୟ ରାଜପଥ ପାର୍ଶ୍ୱରେ ବସ୍‌ ଓ ଟ୍ରକ୍‌ ପାର୍କିଂ କରାଯାଉଥିବାରୁ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ପୋଲିସ, ରାଜପଥ କର୍ତ୍ତୃପକ୍ଷ ଓ ବ୍ରିଜ୍‌ ନିର୍ମାଣ କରୁଥିବା ସଂସ୍ଥା ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଉ ନ ଥିବାରୁ ଦିନକୁ ଦିନ ଯନ୍ତ୍ରଣା ବଢ଼ୁଛି।

୮ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ଲାଗି ରହୁଛି। ଦିନଠାରୁ ରାତି ସମସ୍ୟା ସବୁଠୁ ବଳିଯାଉଛି। ଖଣ୍ଡଗିରି ଓ ଉଦୟଗିରିକୁ ପର୍ଯ୍ୟଟକଙ୍କ ଆଗମନ ଲାଗି ରହୁଛି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଥିବା ହସ୍ପିଟାଲ, ଶିଳ୍ପାନୁଷ୍ଠାନ, ବଜାର ଓ କଲୋନୀକୁ ଖଣ୍ଡଗିରି ଛକଦେଇ ଲୋକେ ଯାତାୟାତ କରୁଛନ୍ତି। ଜାତୀୟ ରାଜପଥ ହୋଇଥିବାରୁ ଏହି ବାଟଦେଇ ପ୍ରତିଦିନ ଅସଂଖ୍ୟ ଗାଡ଼ିମୋଟର ଚଳାଚଳ କରୁଛି। ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୋଲିସ ଜଗୁଥିଲେ ମଧ୍ୟ ଭିଡ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ। ରାତି ସମୟରେ ଶ୍ରମିକ ମାନେ ଓଭରବ୍ରିଜ୍‌ କାର୍ଯ୍ୟ କରୁଥିବାରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଗାଡି ଚଳାଚଳ ଉପରେ କିଛି ପ୍ରତିବନ୍ଧକ ଲଗାଯାଇଛି। କୋଳଥିଆରୁ ବରମୁଣ୍ଡା ଓଭରବ୍ରିଜ ଆରମ୍ଭ ଯାଏ ଓ୍ବାନ୍‌ ଓ୍ବେ କରାଯାଉଛି। ଏହା ସାଙ୍ଗକୁ ବେଆଇନ ପାର୍କିଂ ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି। ରମାମଣୀ ପେଟ୍ରୋଲ ପମ୍ପ ସାମ୍ନା ରାସ୍ତାର ଦୁଇ ପାର୍ଶ୍ୱରେ ଅନେକ ବସ୍‌ ପାର୍କିଂ ହୋଇ ରହୁଛି। ଦିନରେ ବିଭିନ୍ନ ସ୍ଥାନରୁ ଆସିଥିବା ବସ୍‌ ରାତି ସମୟରେ ଏହିଠାରେ ତେଲ ପକାଇବା ସହ ଗାଡିକୁ ରାସ୍ତା ପାର୍ଶ୍ୱରେ ପାର୍କିଂ କରି ରଖୁଛନ୍ତି। ରାସ୍ତା ଦୁଇ ପାର୍ଶ୍ୱର ଅଧାରୁ ଅଧିକ ଜାଗା ଏହି ବେଆଇନ ବସ୍‌ ପାର୍କିଂରେ ଯାଉଛି। ରାତି ସମୟରେ ଭୁବନେଶ୍ୱରରୁ ଦୂର ସ୍ଥାନକୁ ବସ୍‌ ଓ ଟ୍ରକ୍‌ ଚଳାଚଳ କରୁଛି। ଏମିତିକି ଅସଂଖ୍ୟ ମାଲବାହୀ ଟ୍ରକ୍‌ , କଣ୍ଟେନର ଆସୁଛି। ତେଣୁ ରାତି ୯ଟା ପରେ ଟ୍ରାଫିକ ଜାମ୍‌ ଅସମ୍ଭାଳ ହୋଇପଡୁଛି। ଜାତୀୟ ରାଜପଥ ଉପରେ ବସ୍‌, ଟ୍ରକ୍‌, କାର୍‌ ବହୁ ସମୟ ଧରି ଲମ୍ବା ଲାଇନରେ ଛିଡା ହୋଇ ରହୁଥିବାରୁ ଦୀର୍ଘ ସମୟ ଟ୍ରାଫିକ ଜାମ୍‌ ହେଉଛି। ସାଧାରଣ ଲୋକଙ୍କଠାରୁ ଆମ୍ବୁଲାନ୍ସ ମଧ୍ୟ ଘଣ୍ଟା ଘଣ୍ଟା ଧରି ଜାମ୍‌ରେ ଫସି ରହୁଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri