ପଶ୍ଚିମ ବଡ଼ଚଣାରେ ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨୪ା୬(ଡି.ଏନ.ଏ.): ଦର୍ପଣ ତହସିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ପ୍ରାୟ ୪ଟି ପଞ୍ଚାୟତରେ ବ୍ୟାପକ ବେଆଇନ ମାଙ୍କଡ଼ା ଖାଦାନ ଚାଲୁଛି। ଯେଉଁଦିନ ତହସିଲ ତରଫରୁ ଚଢ଼ାଉ କରାଯାଉଛି ସେହି ଦିନଟି ଖାଦାନ ବନ୍ଦ ରହୁଥିବାବେଳେ ଅନ୍ୟଦିନ ଖାଦାନରେ ବ୍ୟାପକ କାରବାର ହେଉଛି। ପଥର ମାଫିଆମାନେ ଦୀର୍ଘ ୧ ମାସ ହେବ ସକ୍ରିୟ ହୋଇ ଉଠିଛନ୍ତି। ବୈରୀ ଥାନା ପାଖଦେଇ ଚୋରା ମାଙ୍କଡ଼ା ଗାଡ଼ିଗୁଡ଼ିକ ଯାଉଥିବାବେଳେ ପୋଲିସର ନୀରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହି ତହସିଲ ଅଧୀନ ବୈରୀ, ଅମିୟଝରି, ନିମଡ଼ିହ, ବରଗଡ଼ା ଓ ଶାଳପଡ଼ା ଆଦି ସ୍ଥାନରେ ୧୦ରୁ୧୨ଟି ବେଆଇନ ଖାଦାନ ଚାଲୁଛି। ତହସିଲ ତରଫରୁ ବୈରୀର ଗୋଟିଏ ବେସରକାରୀ ଜାଗାରୁ ମାଙ୍କଡ଼ା ଖନନ ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ଏହାର ସୁଯୋଗ ନେଇ ମାଫିଆ ବିଭିନ୍ନ ସ୍ଥାନରୁ ଖାଦାନ ସୃଷ୍ଟି କରି ଖନନ କରୁଛନ୍ତି। ମେଶିନ ସାହାଯ୍ୟରେ ରାତିଅଧରେ ଦୈନିକ ଶହଶହ ଟ୍ରିପ୍‌ ମାଙ୍କଡ଼ା ଖନନ କରାଯାଇ ବାହାରକୁ ଚାଲାଣ କରାଯାଉଛି। ଏପରି କି କେତେକ ସ୍ଥାନରେ ମାଙ୍କଡ଼ା ପଥରକୁ ଗଚ୍ଛିତ ରଖାଯାଇ ସୁବିଧା ସୁଯୋଗ ଦେଖି ଚାଲାଣ କରାଯାଉଛି। ଗୋଟିଏ ବେସରକାରୀ ଜମିକୁ ଅନୁମତି ଦିଆଯାଇଥିବା ବେଳେ ମାଫିଆ ଜଙ୍ଗଲ ଜମି ଓ ସରକାରୀ ଜମିରୁ ମଧ୍ୟ ପଥର ଖନନ କରୁଛନ୍ତି। ଗତ ସପ୍ତାହରେ ଏ ସମ୍ପର୍କରେ ଅଭିଯୋଗ ପାଇ ଦର୍ପଣ ତହସିଲଦାରଙ୍କ ସ୍ବତନ୍ତ୍ର ସ୍କ୍ବାଡ୍‌ ଚଢ଼ାଉ କରି ୩ ଟ୍ରକ୍‌ ଓ ଗୋଟିଏ ଜେସିବି ମେଶିନ ଜବତ କରିଥିଲା। ତେବେ ଏଭଳି ଚଢ଼ାଉକୁ ନଜର ରଖି ମାଫିଆ ରାସ୍ତା ଉପରେ ଲୋକଙ୍କୁ ଠିଆକରି ରଖୁଛନ୍ତି ଏବଂ ସେମାନେ ତହସିଲ ତରଫରୁ ଚଢ଼ାଉ ହେବାର ଖବର ପାଇ ସଙ୍ଗେସଙ୍ଗେ ସୂଚନା ଦେଉଛନ୍ତି। ବୈରୀ ରେଞ୍ଜ ଅଫିସ ଓ ଥାନାଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏଭଳି ବେଆଇନ ଖାଦାନ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀ ଏହା ଜାଣିଥିଲେ ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି।
ସୂଚନା ଥାଉକି, ୨୦୧୧ ମସିହାରେ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅରବିନ୍ଦ ପାଢ଼ୀ ବେଆଇନ ମାଙ୍କଡ଼ା ଖାଦାନ ଚାଲୁଥିବା ନେଇ ଖବର ପାଇ ଆସିଥିବାବେଳେ ସେତେବେଳେ ୪ଜଣ ସରକାରୀ କର୍ମଚାରୀଙ୍କୁ ଏଥିରେ ସମ୍ପୃକ୍ତି ଥିବାନେଇ ନିଲମ୍ବିତ କରିଥିଲେ। ବନବିଭାଗ ଓ ରାଜସ୍ବ ବିଭାଗର ଏହି ୪କର୍ମଚାରୀଙ୍କୁ ନିଲମ୍ବିତ ହେବାପରେ ସେଠାରେ ସରକାରୀ ଅଧିକାରୀଙ୍କ ମଧ୍ୟରେ ସେତେବେଳେ କୋକୁଆଭୟ ସୃଷ୍ଟି ହୋଇଥିଲା। ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ନ ହେବା ହେତୁ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ବୈରୀ ପଞ୍ଚାୟତ ଅନ୍ତର୍ଗତ ବଗଉଠାରେ ଏକ ବେଆଇନ ଖାଦାନ ଚାଲିଥିବାବେଳେ ସୀମା ନିର୍ଦ୍ଧାରଣ ନ ହୋଇଥିବା ହେତୁ ସେମାନେ ଦର୍ପଣ ତହସିଲ ଅଞ୍ଚଳରେ ଖୋଳୁଥିବା ବେଳେ ଏହା ଟାଙ୍ଗୀ ତହସିଲର ବୋଲି କହୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରେ ସେ କୁହନ୍ତି, ବେଆଇନ ଖନନ ସମ୍ପର୍କରେ ଖବର ପାଇଲେ ସଙ୍ଗେସଙ୍ଗେ ଚଢ଼ାଉ ଜାରି ରହୁଛି ଏବଂ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ନିକଟରୁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଉଛି। ଚଳିତ ବର୍ଷ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚାଲାଣରେ ଆମ ତହସିଲ ସର୍ବାଧିକ ଜରିମାନା ଆଦାୟ କରିଛି। ଆଗକୁ ବେଆଇନ ଖନନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଦେଖିବାକୁ ଅପେକ୍ଷା କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri