ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଜବତ: ୮ ଗିରଫ

ଗଞ୍ଜାମ, ୧୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାଳିବନ୍ଧସ୍ଥିତ ଋଷୁକୁଲ୍ୟା ମୁହାଣ ଠାରୁ ୮ କିଲୋମିଟର ସମୁଦ୍ର ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲରକୁ ସୋମବାର ବିଳମ୍ବିତ ରାତିରେ ଜବତ କରାଯାଇଛି। ସେହି ଟ୍ରଲରରେ ଥିବା ୮ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ସମସ୍ତ ଯୁବକ ଆନ୍ଧ୍ରପ୍ରଦେଶ ବୋଲି ଜଣାପଡିଛି। ଜବତ ଟ୍ରଲର ଓ ଗିରଫ ଯୁବକମାନଙ୍କୁ ଫିସର ଡିପାର୍ଟମେଣ୍ଟ ଆର୍ଯ୍ୟପଲ୍ଲୀ ମେରାଇନ ଥାନାକୁ ହସ୍ତାନ୍ତର କରାଯାଇଥିବା ରମ୍ଭା ବନଖଣ୍ଡ ଅଧିକାରୀ ସୋମନାଥ ମାଲିକ ସୂଚନା ଦେଇଛନ୍ତି। ସେମାନଙ୍କଠାରୁ ଜବତ କରାଯାଇଥିବା ବିପୁଳ ପରିମାଣର ମାଛକୁ ପୁରୁଣାବନ୍ଧ ଓ ପାଳିବନ୍ଧ ମହିଳା ସହାୟିକା ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଜବତ ବେଳେ ଫରେଷ୍ଟର ସୋମନାଥ ମାଲିକଙ୍କ ସମେତ ନିରାକାର ବେହେରା, ରାଜେଶ୍ୱର ବେହେରା ଓ ୧୨ଜଣ ବନ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆଉ ମାତ୍ର ଦିନ କେଇଟା ପରେ ବିରଳ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ। ଏହି ଦୃଷ୍ଟିରୁ ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ସମୁଦ୍ରରେ ମାଛ ମାରିବାକୁ ବାରଣ କରାଯାଇଛି ।ଏଥିପାଇଁ ବନ ବିଭାଗ କର୍ମଚାରୀମାନେ ଦୈନଦିନ କଡା ପ୍ରହାର ମାରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri