ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୫।୩(ଡି.ଏନ୍‌.ଏ.):ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ପଶ୍ଚିମ ବଡ଼ଚଣା କୁହାଯାଉଥିବା ୫ଟି ପଞ୍ଚାୟତରେ ୧୫ରୁ ଊର୍ଦ୍ଧ୍ୱ ବେଆଇନ ମାଙ୍କଡ଼ା ଖାଦାନ ଚାଲିଛି। ଏ ସମ୍ପର୍କରେ ସ୍ଥନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ। ଦର୍ପଣ ତହସିଲ କର୍ତ୍ତୃପକ୍ଷ ଓ ବୈରୀ ଥାନା ପୋଲିସ ଏ ସମ୍ପର୍କରେ ଜାଣିଥିଲେ ମଧ୍ୟ ନୀରବ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଜାନୁୟାରୀ ୨୯ରେ ଧରିତ୍ରୀରେ ‘ଚାଲିଛି ବେଆଇନ ମାଙ୍କଡ଼ା ଖାଦାନ’ ଶୀର୍ଷକ ଖବର ପ୍ରକାଶ ପରେ ଯାଜପୁର ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ବୈରୀ ଥାନାକୁ ଗସ୍ତ ସମୟରେ ଛଚିଆ ବୈରୀ ମଧ୍ୟରୁ ଦୁଇଟି ମାଙ୍କଡ଼ା ବୋଝେଇ ଟ୍ରକ ଜବତ କରିଥିଲେ। ଏହାପରେ କୌଣସି ବିଭାଗୀୟ ଅଧିକାରୀ ଚଢ଼ାଉ କରୁନାହାନ୍ତି। ଫଳରେ ଦୈନିକ ଶହ ଶହ ଟ୍ରିପ୍‌ ମାଙ୍କଡ଼ା ବୋଝେଇ ଟ୍ରକ ଛତିଆ-କଳକଳା ରାସ୍ତା ଓ ଶାଳପଡ଼ା-ଦର୍ପଣୀ ରାସ୍ତା ଦେଇ ଯାଉଥିବାବେଳେ ପୋଲିସ କିମ୍ବା ତହସିଲ କର୍ତ୍ତୃପକ୍ଷ ଏହାକୁ କେବେ ଧରିବା ଜଣାପଡୁ ନାହିଁ। ରାସ୍ତାକଡ଼ରେ ବୈରୀ ଥାନା ଥିବାବେଳେ ପୋଲିସ ପଦକ୍ଷେପ ନ ନେବା ଯୋଗୁ କୋଟିକୋଟି ଟଙ୍କାର ରାଜସ୍ବ ହାନି ଘଟୁଛି।
ସୂଚନା ଥାଉକି, ଶାଳପଡ଼ା, ସମିଆ, ବୈରୀ, ପାରିଆ ଆଦି ପଞ୍ଚାୟତରେ ଏହି ଖାଦାନ ଗୁଡ଼ିକ ରହିଛି। ପଥର ମାଫିଆ ଦିନରେ ପଥର କାଟୁଥିବାବେଳେ ସନ୍ଧ୍ୟାପରେ ଏହାକୁ ଟ୍ରକ ଯୋଗେ ବାହାରକୁ ଚାଲାଣ କରୁଛନ୍ତି। ଏପରିକି ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲାକୁ ଏହି ଚୋରା ମାଙ୍କଡ଼ା ପଥର ବ୍ୟାପକ ଭାବେ ଚାଲାଣ ହେଉଛି। ପ୍ରତ୍ୟେକ ବର୍ଷ ଏହି ଚୋରା କାରବାର ଅନାୟସରେ ଚାଲୁଥିବାବେଳେ ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ। ୧୫ବର୍ଷ ତଳେ ତତ୍କାଳୀନ ଆରଡିସି ଏହି ବେଆଇନ ମାଙ୍କଡ଼ା ଖାଦାନ ଉପରେ ଚଢାଉ କରି ୬ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ। ରାଜସ୍ବ ଓ ବନ ବିଭାଗ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଏହାପରେ ଦୁଇରୁ ତିନି ବର୍ଷ ଖାଦାନ ଗୁଡ଼ିକ ବନ୍ଦ ହୋଇଯାଇଥିଲା। ପରେ ଖାଦାନଗୁଡ଼ିକ ଲୁଚା ଛପାରେ ଚାଲୁ ରହିଛି। ଏହି ଚୋରା ବ୍ୟବସାୟରେ କେତେକ ରାଜନୈତିକ ବ୍ୟକ୍ତି ବିଶେଷ ସମ୍ପୃକ୍ତିଥିବାରୁ ପୋଲିସ କିମ୍ବା ତହସିଲ ପ୍ରଶାସନର ହାତ ପାଉନାହିଁ ବୋଲି ଚର୍ଚ୍ଚା ହେଉଛି। ଯଦି ଖାଦାନ ଗୁଡ଼ିବ ବନ୍ଦ ନକରାଯାଏ ତେବେ ରାଜ୍ୟ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଇବେ। ତେଣୁ ଏ ଦିଗରେ ଜିଲାପାଳ ଦୃଷ୍ଟିଦେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, କେବଳ ପାରିଆ ପଞ୍ଚାୟତରେ ଗୋଟିଏ ଖାଦାନକୁ ନିଲାମ ଦିଆଯାଇଛି। ଅନ୍ୟ କୌଣସି ଖାଦାନକୁ ନିଲାମ ଦିଆଯାଇ ନାହିଁ। ତୁରନ୍ତ ବେଆଇନ ଅନ୍ୟଖାଦାନ ଉପରେ ଚଢ଼ାଉ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ବିବାହ ପାଇଁ କଥା ଦେଇଥିବା ପ୍ରେମିକା ରଚିଲେ ହତ୍ୟା ଷଡ଼ଯନ୍ତ୍ର: ଭାବି ସ୍ବାମୀଙ୍କୁ…ପୂରା ଘଟଣା ଜାଣିଲେ ଥରିଉଠିବ ଛାତି

ପୁଣେ,୨୪ା୬: ପୁଣେର ଲୋହାଗଡ଼ ଦୁର୍ଗରେ ଗତ ୧୮ ତାରିଖରେ ୨୫ ବର୍ଷୀୟ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ବିଶାଲ ଅଗ୍ରଓ୍ବାଲଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ଖସିପଡ଼ି ହୋଇଥିଲା ବୋଲି…

୧ରେ ରାଜ୍ୟ କ୍ୟାବିନେଟ୍‌: ୭ରୁ ଊର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମିଳିବ ଅନୁମୋଦନ

ଭୁବନେଶ୍ୱର,୨୪ା୬(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜୁଲାଇ ପହିଲାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri