ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରକୁ ଲଗାମ ନାହିଁ : ମିଳୁଥିବା ସାର୍ଟିଫିକେଟ କାମରେ ଲାଗୁନି

କେନ୍ଦ୍ରାପଡ଼ା ଅଫିସ, ୧୮।୧୨: ବୈଷୟିକ ଶିକ୍ଷା ପ୍ରତି ଯୁବତୀ ଯୁବକଙ୍କ ମଧ୍ୟରେ ଏବେ ଆକର୍ଷଣ ବଢୁଛି। କମ୍ପ୍ୟୁଟର ବିନା କାର୍ଯ୍ୟ କରିବା ଅସମ୍ଭବ ହେଉଛି। ଯୁବପିଢ଼ିଙ୍କ ପାଇଁ ଏହି ଶିକ୍ଷାର ଆବଶ୍ୟକତା ରହିଛି। ଏହାର ସୁଯୋଗ କେତେକ ଜାଲ ସଂସ୍ଥା ନେଉଛନ୍ତି। ଏହି ସଂସ୍ଥା ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ର ଖୋଲି ଜାଲ ସାର୍ଟିଫିକେଟ ବାଣ୍ଟୁଛନ୍ତି। ଫଳରେ ଛାତ୍ରୀଛାତ୍ରମାନେ ଠକାମିର ଶିକାର ହେଉଛନ୍ତି। ଚାକିରି ପାଇଁ ଏହି ସାର୍ଟିଫିକେଟକୁ ଦେଖାଇଲେ ତାହା ଜାଲ ବୋଲି କୁହାଯାଉଛି।
କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ସାନମଙ୍ଗର ବୈଲୋଚନ ଦାସ ୮ ଦିନ ପୂର୍ବେ ଏପରି ଏକ ଘଟଣାର ଶିକାର ହୋଇଛନ୍ତି। ଜିଲାରେ ଥିବା ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ତନଖି କରି କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜିଲାପାଳଙ୍କୁ ଗୁରୁବାର ଦାବିପତ୍ର ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରର ଏକ ତାଲିମ କେନ୍ଦ୍ରରୁ ପିଜିଡିସିଏ କୋର୍ସ କରିଛନ୍ତି। ପାସ କରିଥିବା ସାର୍ଟିଫିକେଟ ସମ୍ପୃକ୍ତ ସଂସ୍ଥା ପରୀକ୍ଷା ପରେ ଦେଇଛନ୍ତି। ତେବେ ୧୦ ଦିନ ତଳେ ହାଇଦ୍ରାବାଦକୁ କର୍ମନିଯୁକ୍ତି ପାଇଁ ଯାଇଥିବା ବେଳେ ପିଜିଡିସିଏ ପ୍ରମାଣପତ୍ର ଦେଖାଇଥିଲି। ସେଠାରେ ଏହାର ବୈଧତା ନେଇ ପ୍ରଶ୍ନ ଉଠାଯିବା ସହ ପଦବୀ ପାଇଁ ଅଯୋଗ୍ୟ ଘୋଷିତ କରାଯାଇଛି। ସୂଚନା ଅଧିକାର କର୍ମୀ ଅଶେଷ କୁମାର ଖଟୁଆ କୁହନ୍ତି, ୨୦୧୭ରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଏ ନେଇ ଏକ ପ୍ରଶ୍ନ କରାଯାଇଥିଲା। ଏଥିରେ ରାଜ୍ୟରେ ପିଜିଡିସିଏ ପରିଚାଳନା ପାଇଁ ଅନୁମତି ପାଇଥିବା ସଂସ୍ଥା ଅଥବା ଶିକ୍ଷାନୁଷ୍ଠାନର ନାମ ପ୍ରକାଶ ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ କରାଯାଇଥିଲା। ଏ ବର୍ଷ ଅଗଷ୍ଟ ୧ରେ ମିଳିଥିବା ତଥ୍ୟ (ପତ୍ରସଂଖ୍ୟା-୨୮୭୨୨)ରେ ରାଜ୍ୟର ମାତ୍ର ୧୩ଟି ଶିକ୍ଷା ଅନୁଷ୍ଠାନକୁ ମଞ୍ଜୁରୀ ମିଳିଛି। ଏହି ତଥ୍ୟକୁ ତର୍ଜମା କଲେ ରାଜ୍ୟ ସରକାରଙ୍କ ନଜର ଆଢୁଆଳରେ ୧୦ରୁ ଅଧିକ ଜାଲ ସଂସ୍ଥା ନିଜର ନେଟ୍‌ୱର୍କ ରାଜ୍ୟ ସାରା ବିଛାଇଛନ୍ତି। ଏ ସଂସ୍ଥାଗୁଡ଼ିକ କେନ୍ଦ୍ରାପଡ଼ା ଜିଲାରେ ୩୦ରୁ ଅଧିକ ସ୍ଥାନରେ ତାଲିମ କେନ୍ଦ୍ର ଖୋଲିଛନ୍ତି। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ବୈଷୟିକ କ୍ଷମତା ବୃଦ୍ଧିକୁ ପ୍ରାଧାନ୍ୟ ଦେଉଛନ୍ତି। ସ୍କିଲ ଇଣ୍ଡିଆ, ସ୍କିଲ ଓଡ଼ିଶାରେ ଯୁବବର୍ଗ ସାମିଲ ହୋଇ ଦେଶ ଓ ରାଜ୍ୟକୁ ଆଗେଇ ନେବାକୁ ସଚେତନତା ସୃଷ୍ଟି କରୁଛନ୍ତି। ଏ ନେଇ ସରକାରଙ୍କ ଅନୁଦାନ ବହୁଳ ଭାବେ ଖର୍ଚ୍ଚ ହେଉଛି। ତେବେ ତୃଣମୂଳସ୍ତରରେ ଯୋଜନାର କାର୍ଯ୍ୟକାରିତା ଓ ତନଖି ପାଇଁ ଅଦ୍ୟାବଧି ଉପଯୁକ୍ତ ଭିତ୍ତିଭୂମି ପ୍ରତିଷ୍ଠା କରାଯାଇନାହିଁ। ଏହାର ସୁଯୋଗ ନେଇ କେତେକ ଜାଲ ସଂସ୍ଥା ଓ ବ୍ୟକ୍ତି ବିଶେଷ ନାମକୁମାତ୍ର ଶିକ୍ଷାକେନ୍ଦ୍ର ଖୋଲି ସାର୍ଟିଫିକେଟ ବିକ୍ରି କରୁଛନ୍ତି। ସେହିପରି ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କୁହନ୍ତି, ଦେଶ ସ୍ବାଧୀନତାର ଅବଧି ପୂର୍ବରୁ ଶିକ୍ଷାର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଏକ ମୌଳିକ ସେବା ଓ ଅଧିକାର ହୋଇଛି। ତେବେ କେତେକ ଘରୋଇ ସଂସ୍ଥା ସେବା ବଦଳରେ ଅର୍ଥ ଉପାର୍ଜନ ପାଇଁ ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ଶିକ୍ଷାର୍ଥୀଙ୍କୁ ଭ୍ରମିତ କରୁଥିବା ଦେଖାଯାଉଛି। ଏପରିକି କେତେକ ଘରୋଇ ଶିକ୍ଷାନୁଷ୍ଠାନ ବୈଧତା ନ ଥାଇ ପ୍ରମାଣପତ୍ର ଯୋଗାଉଥିବାରୁ ଯୁବବର୍ଗ ଠକାମିର ଶିକାର ହେଉଛନ୍ତି। ଜିଲାରେ ବେଆଇନ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ସମ୍ପର୍କରେ ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ର କହିଛନ୍ତି, ଅଭିଯୋଗକାରୀ ବୈଲୋଚନ ଭୁବନେଶ୍ୱରର ଏକ ତାଲିମକେନ୍ଦ୍ରର ପ୍ରମାଣପତ୍ର ପାଇଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏହି ସଂସ୍ଥାର କୌଣସି ଶାଖା ନାହିଁ। ତେବେ ଏପରି ବେଆଇନ ଶିକ୍ଷାନୁଷ୍ଠାନର ତନଖି କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?