ବଢୁଛି ବେଆଇନ ବ୍ଲାଷ୍ଟିଂ

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ)/ବେଗୁନିଆ, ୨୬ା୬(ହରପ୍ରସନ୍ନ ପଣ୍ଡା): ଖୋର୍ଦ୍ଧା ଜିଲାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଓ ଖଣିରୁ ମାଙ୍କଡ଼ା ପଥର, ମୋରମ ଚୋରାଚାଲାଣ ବଢ଼ିଚାଲିଛି। ଏକାଧିକ ଖଣିକୁ ଶ୍ରୀମନ୍ଦିର ପ୍ରଶାସନର ଅନୁମୋଦନ ନ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ବ୍ଲାଷ୍ଟିଂ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ। ଖୋର୍ଦ୍ଧା ଓ ବେଗୁନିଆ ବ୍ଲକରେ ୧୫୨ କ୍ରଶର ୟୁନିଟ୍‌ରୁ ୫୭ ସଂସ୍ଥାକୁ ବାଦ୍‌ ଦେଲେ ଅନ୍ୟ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପାହାଡ଼ ଖନନକୁ ଅନୁମତି ନ ଥିଲେ ମଧ୍ୟ ବ୍ଲାଷ୍ଟିଂ ଚାଲିଛି। ଫଳରେ ପରିବେଶ ଉପରେ ପ୍ରଭାବ ପଡୁଛି। ୧୬ ଓ ୫୭ ନମ୍ବର ଜାତୀୟ ରାଜପଥ ଗଳାବାଟ ସାଜିଥିବା ବେଳେ ଦୈନିକ ଟ୍ରକ୍‌ରେ ମାଙ୍କଡ଼ା ପଥର ଓ ମୋରମ ଚାଲାଣ ହେଉଛି। ଜିଲା ପ୍ରଶାସନର ଆନ୍ତରିକତା ଅଭାବରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି।
ବେଗୁନିଆ ବ୍ଲକର ସିକୋ, ଦେଉଳି, ପରିଛଳ, ରାଉତପଡ଼ା ଆଦି ପଞ୍ଚାୟତ ଅଞ୍ଚଳରେ ଥିବା ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ କରାଯାଉଛି। ଖଣି ମାଫିଆମାନେ କମ୍ପ୍ରେସର ସାହାଯ୍ୟରେ ଆମୋନିୟମ ସାର, ବାରୁଦ, ଡିନାମାଇଟ ଓ ଜିଲୋଟିନ୍‌ ବ୍ୟବହାର କରି ବ୍ଲାଷ୍ଟିଂ କରିଚାଲିଛନ୍ତି। ପରିଛଳ, ଖଡ଼ିପଦର ଏବଂ ଡଙ୍ଗରପଡ଼ା ମୌଜାରେ ଥିବା ପାହାଡ଼କୁ ମାଫିଆମାନେ ବ୍ଲାଷ୍ଟିଂ କରି ମାଟିରେ ମିଶାଇ ଦେବେ ବୋଲି ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏ ସମ୍ପର୍କରେ ବେଗୁନିଆ ତହସିଲଦାର ପ୍ରଧାନ ଟୁଲ୍ଲୀ ଆମ୍ମା କୁହନ୍ତି, ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ଜରିମାନା ଆଦାୟ ହେଉଛି। ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାରେ ବେଆଇନ ପଥର ଖନନକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ପୂର୍ବରୁ କ୍ଷୋଭ ପ୍ରକାଶ କରିଥିଲେ। ଚୋରାଚାଲାଣ ରୋକିବା ପାଇଁ ଖୋର୍ଦ୍ଧା ଜିଲାପାଳ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ମୁଖ୍ୟ ପରିଚାଳକ, ଖୋର୍ଦ୍ଧା ଏସ୍‌ପି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଖନନ କିପରି ବନ୍ଦ ହେବ, ପଥର ମାଫିଆଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କଠାରୁ ପରିବେଶ କ୍ଷତିଭରଣା ଆଦାୟ କରାଯିବ। ଖୋଳାଯାଇଥିବା ସ୍ଥାନର ପୁନରୁଦ୍ଧାର ପାଇଁ କମିଟି କାମ କରିବ ବୋଲି ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ବେଆଇନ ପଥର ଖନନ ରୋକିବା ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିର୍ଦ୍ଦେଶକୁ ଦୀର୍ଘମାସ ବିତିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇ ନ ଥିବା ଜଣାପଡ଼ିଛି। ଲଘୁ ଖଣିଜ ଚୋରାଚାଲାଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପ୍ରଶାସନ ପକ୍ଷରୁ ଚଢ଼ାଉ ସତ୍ତ୍ୱେ ରାତିରେ ଶହ ଶହ ଟ୍ରକ୍‌, ହାଇଓ୍ବାରେ ମୋରମ ଓ ମାଙ୍କଡ଼ା ପଥର ଚାଲାଣ ହେଉଛି। ପ୍ରଶାସନ ପକ୍ଷରୁ କେବଳ ବର୍ଷ ଶେଷ ଆଡ଼କୁ ରାଜସ୍ବ ଆଦାୟ ରେକର୍ଡ ହାସଲ ଲାଗି ଜରିମାନା କରାଯାଉଛି। ଅନ୍ୟ ସମୟରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପ୍ରଶାସନ ଏବଂ ପୋଲିସ ବିଭାଗର କେତେଜଣ ଅଧିକାରୀ ଏହି ଚୋରାଚାଲାଣକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଲଘୁ ଖଣିଜ ଚୋରାଚାଲାଣ ରୋକିବା ଲାଗି ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, ନିୟମ ଉଲ୍ଲଂଘନକାରୀଙ୍କ ଅନୁମତି ବାଜ୍ୟାପ୍ତ କରାଯାଉଥିବା ବେଳେ ବେଆଇନ ଖଣି ଉପରେ ଚଢ଼ାଉ ଜାରି ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?