ନିଷେଧ ସତ୍ତ୍ୱେ ବଢୁଛି ବେଆଇନ ଘେରି

ଖୋର୍ଦ୍ଧା ଅଫିସ,୨୩ା୯: ଏସିଆ ମହାଦେଶର ବୃହତ୍‌ ହ୍ରଦ ଚିଲିକାର ମୁହାଣ ଦିନକୁ ଦିନ ପୋତି ହେବାରେ ଲାଗିଛି। ଫଳରେ ଏହାର ପରିସୀମା ସଙ୍କୁଚିତ ମଧ୍ୟ ହେବାରେ ଲାଗିଛି। ଚିଙ୍ଗୁଡି ଚାଷ ପାଇଁ ଚିଲିକାରେ ବେଆଇନ ଭାବେ ଗଢ଼ି ଉଠିଛି ହେକ୍ଟର ହେକ୍ଟର ଘେରି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲା ପ୍ରଶାସନ ପକ୍ଷରୁ ଘେରି ଉଚ୍ଛେଦ କରାଯାଉଛି। ହେଲେ ଯେତିକି ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଉଛି, ପୁଣି ସେତିକି ମାଡି ଚାଲିଛି। ଜଳରେ ଲବଣାଂଶ ବଢ଼ି ଚାଲିଥିବା ବେଳେ ନଳଘାସ ଓ ରାଜଦଳ ଦିନକୁ ଦିନ ମାଡ଼ିବାରେ ଲାଗିଛି। ତେବେ ଚିଲିକା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ହରାଇବା ସ୍ଥିତି ଉପୁଜିଛି। ଏନେଇ ମତ୍ସ୍ୟଜୀବୀ ସ୍ଥାନୀୟ ପ୍ରଶାସନ ଠାରୁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦପେକ୍ଷ ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନର ନୀରବତା ଯୋଗୁ ଚିଲିକାର ଜୈବ ବିବିଧତା ଦିନକୁ ନଷ୍ଟ ହେବାକୁ ବସିଛି ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲାର ୧୧୬୫ ବର୍ଗ କିମି ଇଲାକାରେ ଚିଲିକା ପରିବ୍ୟାପ୍ତ ରହିଥିଲା। ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଫଳରେ ୧ ହଜାର କି.ମି. ମଧ୍ୟରେ ସୀମିତ ରହିଥିବା ଜଣାପଡିଛି। ଗଞ୍ଜାମ ଜିଲାର ୭୪.୩୩ ବର୍ଗ କି.ମି., ଖୋର୍ଦ୍ଧା ଜିଲାର ୭୨.୯୯ ବର୍ଗ କିମି ଏବଂ ପୁରୀ ଜିଲାର ୮୮୪.୫୬ ବର୍ଗ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ଚିଲିକାରେ ୫୨ଟି ନଦୀ ନାଳ ମିଶିଛି। ଖରାଦିନେ ଚିଲିକାରେ ଜଳଧାରଣ କ୍ଷମତା କମୁଥିବା ବେଳେ ବର୍ଷା ଋତୁରେ ପାଣି ଆସିଲେ ଏହା ପରିସୀମା ବୃଦ୍ଧି ପାଇଥାଏ। ଖରାଦିନେ ଏହା ପ୍ରାୟ ୯ଶହ ବର୍ଗ କିମି ଏବଂ ବର୍ଷାଦିନେ ପ୍ରାୟ ୧୧ଶହ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। ତେବେ ବର୍ଷାଦିନେ ନଦୀନାଳଗୁଡିକର ବାଲି, ପ୍ଲାଷ୍ଟିକ, ପଲିଥିନ ବର୍ଜ୍ୟବସ୍ତୁ ଚିଲିକାରେ ମିଶୁଛି। ଏହା ଦ୍ୱାରା ଜଳଚର ଜୀବଙ୍କ ଉପରେ ପ୍ରଭାବ ପଡୁଛି। ଚିଲିକାରେ ପ୍ରାୟ ୧୫୦ ବର୍ଗ କିମି ଇଲାକାରେ ନଳଘାସ ପରିପୂର୍ଣ୍ଣ ହୋଇ ରହିଛି। ପୁରୀ ଜିଲାର ବରକୁଦି ଠାରୁ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ କୁମଣ୍ଡପାଟଣା, ସୋରଣ, ଭୂଷଣ୍ଡପୁର ଆଦି ଉପକୂଳ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇ ରହିଛି। ସେହିପରି ମଲାଗୁଣୀ, ରାଜୁଆ, ଭାର୍ଗବୀ, ଦୟା, ମକରା ଆଦି ନଦୀର ରାଜଦଳ ଭାସି ଆସି ଚିଲିକାର ଉପକୂଳବର୍ତ୍ତୀ ଅଞ୍ଚଳର ୩ରୁ ୫ କିମି ପର୍ଯ୍ୟନ୍ତ ଜମି ରହିଛି। ନଇରି, ବଉଳାବନ୍ଧ, କୁମାଣ୍ଡଳ, ନିମିନା, ହାଟବରଡି, ବାଲୁଗାଁ, ସୋରଣ, କାଳୁପଡାଘାଟ, ମଙ୍ଗଳାଯୋଡି ମୁହଁାଣ ଭଳି ଅନେକ ସ୍ଥାନରେ ରାଜଦଳ ରହିଥିବାରୁ ମତ୍ସ୍ୟଜୀବୀ ଡଙ୍ଗା ଧରି ଚିଲିକାକୁ ମାଛ ମାରିବାକୁ ଯାଇ ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୧୯୯୯ ମସିହା ମହାବାତ୍ୟାଠାରୁ ବର୍ତ୍ତମାନ ମଧ୍ୟରେ ସରୁ ବାଉଁଶ ଚିଲିକାର ବିଭିନ୍ନ ଅଞ୍ଚଳକୁ ମାଡିଗଲାଣି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ଗଢ଼ି ଉଠିଥିବା ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଓ ଚିଲିକା, ପୁରୀ ଜିଲା କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରି ରହିଛି। ତେବେ ଯେତିକି ଉଚ୍ଛେଦ ହେଉଛି ପୁଣି ବଢିଚାଲିଥିବା ଦେଖିବାକୁ ମିଳିଛି। ବେଆଇନ ଘେରି ଯୋଗୁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଚିଲିକାରେ ଘେରି ଉଚ୍ଛେଦ ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ରହିଥିବା ମାଟିର ଘେରି(ମାଟିବନ୍ଧ) କରି ଚିଙ୍ଗୁଡି ଚାଷ ଚାଲିଛି। ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଟାଙ୍ଗୀ ବ୍ଲକ ଭୂଷଣ୍ଡପୁର ଅଞ୍ଚଳରେ ଦୀର୍ଘଦିନ ଧରି ରହିଥିବା ଏକର ଏକର ମାଟିବନ୍ଧକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ମାଧ୍ୟମରେ ନଷ୍ଟ କରାଯାଇଛି। ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କୁହନ୍ତି, ଚିଲିକାର ଜୈବ ବିବିଧତା ନଷ୍ଟ ହେବାକୁ ବସିଛି। ଏଥିପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେବା ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ମନୋଜ ପାଢୀ କୁହନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବେଆଇନ ଭାବେ ଗଢି ଉଠିଥିବା ଚିଲିକାରେ ଘେରି ଉଚ୍ଛେଦ କରାଯାଇଛି। ପୁଣି ଘେରି କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହିତ ଚିଲିକାରେ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଏହାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri