ଦୁର୍ବଳ ଭିତ୍ତିଭୂମି ପ୍ରତି ପଡ଼ୁନି ଦୃଷ୍ଟି

ଛେଣ୍ଡିପଦା,୧୦।୮(ସ୍ବ.ପ୍ର.): ୪୧ ବର୍ଷର ପ୍ରାଥମିକ ବିଦ୍ୟାଳୟ। ହେଲେ ୫ଟି ଶ୍ରେଣୀର ପିଲାଙ୍କ ପାଇଁ ନାହିଁ ୫ଟି ଶ୍ରେଣୀଗୃହ। ଯେଉଁ ୩ଟି କୋଠରି ଅଛି, ସେଥିରୁ ୨ଟି ବିପଦପୂର୍ଣ୍ଣ। କେତେବେଳେ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି ତ ପୁଣି ବର୍ଷା ହେଲେ ଗଳୁଛି ପାଣି। ଜଳ ଯୋଗାଣ ପାଇପ୍‌ ବିଛାଯିବାକୁ ଭଙ୍ଗାଯାଇଥିବା ପାଚେରିର ଫାଟକ ଢଳି ରହିଥିଲେ ମଧ୍ୟ ତାହାର ପ୍ରତିକାର କରାଯାଉ ନାହିଁ। ଅନୁଗୋଳ-ଛେଣ୍ଡିପଦା ୬୩ନଂ. ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ଛେଣ୍ଡିପଦା ବ୍ଲକ ରାଇଝରଣ ପଞ୍ଚାୟତ ଟାଙ୍ଗରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଏତେ ଦୁର୍ବଳ ଅବସ୍ଥାରେ ଥିଲେ ବି ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ। ଏହାକୁ ନେଇ ପରିଚାଳନା କମିଟି ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୧୯୮୧ ମସିହାରେ ନିର୍ମିତ ଟାଙ୍ଗରସାହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ମୋଟ ୫୫ ପିଲା ପଢ଼ୁଛନ୍ତି। କିନ୍ତୁ ଆବଶ୍ୟକ ଶ୍ରେଣୀ ଗୃହ ଅଭାବ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ୫ଟି ଶ୍ରେଣୀର ପିଲାଙ୍କ ପାଇଁ ୫ଟି କୋଠରି ପ୍ରଶାସନ ନିର୍ମାଣ କରି ନ ଥିବାରୁ ଏଠାରେ ୩ଟି ଗୃହରେ ହିଁ ପିଲାଙ୍କୁ ବସିବାକୁ ପଡ଼ୁଛି। ପୂର୍ବରୁ ଥିବା ଏକ ଛାତ କୋଠରିର ଅବସ୍ଥା ଅତ୍ୟନ୍ତ ଖରାପ ଅବସ୍ଥାକୁ ଆସିଯାଇଛି। ଉପରୁ ସିମେଣ୍ଟ ଖଣ୍ଡ ଖସୁଥିବାରୁ ପିଲାଙ୍କ ପ୍ରତି ବିପଦ ଆଶଙ୍କା ରହିଛି। ବର୍ଷା ହେଲେ ପାଣି ଗଳୁଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ସେହିପରି ଏକ ଟାଇଲ ଛାତ ଗୃହ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଅଛି। ତେବେ ଦୁଇବଖରା ଆଜବେଷ୍ଟସ ଘର ଭାଙ୍ଗି ମାତ୍ର ଗୋଟିଏ ନୂଆ ଛାତ କୋଠରି ନିର୍ମାଣ କରାଯିବା ଏକମାତ୍ର ଆଶ୍ୱାସନା ପାଲଟିଛି। ସେହିପରି ଗ୍ରାମ୍ୟ ମେଗା ଜଳଯୋଗାଣ ପ୍ରକଳ୍ପର ପାଇପ୍‌ ବିଛାଯିବା ପାଇଁ ୨ ପଟ ପାଚେରି ଭଙ୍ଗାଯାଇଥିବାବେଳେ ତାହାକୁ ନିର୍ମାଣ କରାଯାଉ ନାହିଁ। ଫଳରେ ବିଦ୍ୟାଳୟ ପରିସରରେ ଗୋରୁ ପଲ ପଶିଯାଉଥିବା ବେଳେ ରାତିରେ ମଦ୍ୟପଙ୍କ ଏହା ଆଡ଼୍ଡାସ୍ଥଳ ପାଲଟିଛି। ଦୁଇଟି ଫାଟକ ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। ଉକ୍ତ ଫାଟକ କାନ୍ଥ ଢଳି ରହିଥିବାରୁ ଛାତ୍ରୀଛାତ୍ରମାନେ ଭୟ ମଧ୍ୟରେ ଯାତାୟାତ କରୁଛନ୍ତି। ଦୟନୀୟ ହୋଇପଡ଼ିଥିବା ଏହି ଶିକ୍ଷାନୁଷ୍ଠାନ ସମ୍ପର୍କରେ ପରିଚାଳନା କମିଟି ଓ ଅଭିଭାବକଙ୍କ ପକ୍ଷରୁ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଉ ନାହିଁ। ଏହି ରାଜପଥ ଦେଇ ସର୍ବଦା ପ୍ରଶାସନିକ ଅଧିକାରୀମାନେ ଯାତାୟାତ କରୁଛନ୍ତି। ହେଲେ ସେମାନଙ୍କ ଦୃଷ୍ଟିରେ ଏହା କିପରି ପଡ଼ୁନାହିଁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

 

ଭିତ୍ତିଭୂମି ସୁଦୃଢ଼ କରାଯାଉ
ବିଦ୍ୟାଳୟର ବିପଦପୂର୍ଣ୍ଣ ଅବସ୍ଥା ସମ୍ପର୍କରେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଛି। ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ ପାଇଁ ଦାବି କରାଯାଇଛି। ହେଲେ ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଜିଲା ପ୍ରଶାସନ ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ କରିବାକୁ ଦାବି ହେଉଛି।
-ଅନାମ ସାହୁ, ୱାର୍ଡ ସଭ୍ୟ
ବର୍ଷା ହେଲେ ପାଠପଢ଼ା ବନ୍ଦ
ବର୍ଷା ହେଲେ ଟାଙ୍ଗରସାହି ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରୁ ପାଣି ଗଳୁଛି। ଫଳରେ ପିଲାଙ୍କ ପାଠପଢା ବନ୍ଦ ରହୁଛି। କୋଠରିଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ଥିବା ସତ୍ତ୍ୱେ ଛାତ୍ରୀଛାତ୍ରମାନଙ୍କୁ ସେଠାରେ ବସାଯାଉଛି। ବାରମ୍ବାର ଆପତ୍ତି ଅଭିଯୋଗ କରାଗଲେ ମଧ୍ୟ ତାହାକୁ କର୍ଣ୍ଣପାତ କରାଯାଉ ନାହିଁ।
ପ୍ରିୟଙ୍କା ବାରିକ, ପରିଚାଳନା କମିଟି ସଭାପତି
ବହୁ ଅସୁବିଧା ଭୋଗୁଛନ୍ତି ଛାତ୍ରୀଛାତ୍ର
ଦୀର୍ଘବର୍ଷର ଏହି ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଅନୁଯାୟୀ ଶ୍ରେଣୀଗୃହ ନିର୍ମାଣ କରା ନ ଯିବା ବଡ଼ ପରିତାପର ବିଷୟ। ଏ ନେଇ ବହୁବାର ଅଭିଯୋଗ ପରେ ଦୁଇଟି ପୁରୁଣା ଆଜବେଷ୍ଟସ ଗୃହ ଭାଙ୍ଗି ଗୋଟିଏ ମାତ୍ର ଶ୍ରେଣୀଗୃହ ନିର୍ମାଣ କରାଯାଇଛି। କିନ୍ତୁ ଏହା ସମସ୍ୟାର ସମାଧାନ କରିପାରି ନ ଥିବାରୁ ଛାତ୍ରୀଛାତ୍ରମାନେ ବହୁ ଅସୁବିଧା ଭୋଗୁଛନ୍ତି।
-ରଞ୍ଜନ କୁମାର ସାହୁ, ପୁରାତନ ଛାତ୍ର
ଅର୍ଥ ଆସିଲେ ନିର୍ମାଣ କାମ ହେବ
ପାଚେରି ଭାଙ୍ଗିଥିବା ସଂସ୍ଥା ଏ ନେଇ ଆବଶ୍ୟକ ଟଙ୍କା ଜମା କରିବା ପରେ ପାଚେରି ମରାମତି କରାଯିବ। ଜିଲା ଖଣିଜ ପାଣ୍ଠି ଅର୍ଥରେ ନୂତନ ଶ୍ରେଣୀଗୃହ ନିର୍ମାଣ ଓ ମରାମତି କରିବା ନିମନ୍ତେ ବିଡିଓଙ୍କୁ ଅବଗତ କରାଯାଇଛି। ଅର୍ଥ ଆସିଲେ କାର୍ଯ୍ୟ କରାଯିବ। ତେବେ ସରପଞ୍ଚ ଚାହିଁଲେ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ କରିପାରିବେ।
-ମଧୁସ୍ମିତା ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri