ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା: ଲୋକେ ଅସନ୍ତୁଷ୍ଟ

ପଟ୍ଟାଙ୍ଗି,୨୬।୧(ଡି.ଏନ୍‌.ଏ.): ଗଣତନ୍ତ୍ର ଦିବସରେ ସାଧାରଣ ସ୍ଥଳରେ ହେଉଥିବା ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମକୁ ଅଣଦେଖା। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ମିନିଷ୍ଟାଡିୟମ ପରିସରରେ।
ଏ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ଦେଖାଦେବା ସହ ବ୍ଲକ ପ୍ରଶାସନର ସହଯୋଗକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ଉକ୍ତ ଷ୍ଟାଡିୟମରେ ପ୍ରତ୍ୟେକ ବର୍ଷ ସାଧାରଣତନ୍ତ୍ର ଦିବସ ଆୟୋଜିତ ହୁଏ। ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ଅତିଥି ଭାବେ ଆମନ୍ତ୍ରଣ କରାଯାଇ ଜାତୀୟ ପତାକା ଉତ୍ତୋଳନ ହେଉଥିଲା । ହେଲେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ ହୋଇ ନ ଥିବା ବେଳେ ଅନେକ ଛାତ୍ରୀଛାତ୍ର ଫେରି ଆସିଥିଲେ ।
ଏହି ବ୍ୟତିକ୍ରମକୁ ଦୃଷ୍ଟିରେ ରଖି ୟୁନାଇଟେଡ କ୍ଲବର ଯୁବଗୋଷ୍ଠୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟପକ୍ଷରେ ବ୍ଲକରେ ବ୍ଲକ ଅଧ୍ୟକ୍ଷା, ବିଧାୟକ ଏବଂ ବ୍ଲକ ପ୍ରଶାସନ ଥାଇ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଅଣଦେଖା କରିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ କ୍ଲିନିକ ଉପରେ ପ୍ରଶାସନର ଚଢାଉ:  ବାହାରେ ତାଲା, ଭିତରେ ରୋଗୀ ଚିକିତ୍ସା

ଦିଗପହଣ୍ଡି,୫ା୧(ଡି.ଏନ.ଏ.)-ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ସାଗର ପାଥୋଲୋଜି ଏବଂ କଲ୍ୟାଣୀ ମେଡ଼ିସିନ ଷ୍ଟୋର ଓ କ୍ଲିନିକ୍‌ରେ ଶନିବାର ପୁଣିଥରେ ପ୍ରଶାସନିକ ଚଢାଉ କରାଯାଇଥିଲା।...

କରୋନାରେ ପ୍ରାଣ ହରାଇଲେ ଆଉ ଜଣେ କରୋନା ଯୋଦ୍ଧା: ଥାନା ପରିସରରେ ଦିଆଗଲା ଶେଷ ସମ୍ମାନ

ବାଲିଗୁଡା,୮।୧୦(ଡି.ଏନ.ଏ): କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ପୁଣି ଜଣେ କରୋନା ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି। ସେ କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ କନଷ୍ଟେବଳ ଭାବେ...

କରୋନା କଟକଣା ଯୋଗୁ ପାଟଣା ବ୍ଲକରେ ନିରାଡମ୍ବରେ ପାଳିତ ହେଲା ସ୍ବାଧୀନତା ଦିବସ

ପାଟଣା,୧୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଶନିବାର ୭୪ତମ ସ୍ବାଧୀନତା ଦିବସ କରୋନା କଟକଣା ଯୋଗୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ମୁଖ୍ୟାଳୟ ଷ୍ଟାଡିୟମ୍‌ଠାରେ...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଲା, ଜଣେ ଅଟକ

କେନ୍ଦୁଝର,୨୫ା୩(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକ ତଳଚମ୍ପେଇ ରାସ୍ତା କୋଡରୁ ଶନିବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ତଳକଇଁସାର ଗାଁର ପ୍ରଶାନ୍ତ...

ଶିମିଳିପାଳରୁ ୨ ଦେଶୀ ବନ୍ଧୁକ ଜବତ

ଖୁଣ୍ଟା,୧୭ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଡୁକୁରା ବନ୍ୟପ୍ରାଣୀ ବିଭାଗ ପାଟ୍ରୋଲିଂ ସମୟରେ ଶିମିଳିପାଳ ଅଭ୍ୟୟାରଣ୍ୟ ମଧ୍ୟରୁ ୨ ଦେଶୀ ବନ୍ଧୁକ ଜବତ କରିଛି। ଅଭୟାରଣ୍ୟର କମ୍ପାର୍ଟମେଣ୍ଟ ଇଡି-୪ର...

ଯୁବନେତାଙ୍କୁ ଚାପୁଡା ମାରିଲେ ଏମ୍‌ପି

ପାରଳାଖେମୁଣ୍ଡି,୨୫।୯(ସ୍ବ.ପ୍ର.):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ମଙ୍ଗଳବାର ଜିଲା ବିଜେଡିର ଏକ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି...

‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର...

ବନ୍ଦ ପଡ଼ିଛି ପ୍ରକଳ୍ପ, ବିଦ୍ୟୁତ୍‌ ବିଲ୍‌ ୮୦ ହଜାର

ଖଣ୍ଡପଡ଼ା,୧୧ା୧୦(ସ୍ବ.ପ୍ର.): ଦୀର୍ଘ ବର୍ଷ ହେଲା ଉଠା ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡିଛି। ବିଦ୍ୟୁତ୍‌ ତାର ଚୋରି ହେବା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ତଥାପି...

Advertisement
Archives

Model This Week