ଆନ୍ଦୋଳନକୁ ଅଣଦେଖା

ଆକାର ପଟେଲ

ଚଳିତ ମାସ ଶେଷଆଡ଼କୁ, ଅର୍ଥାତ୍‌ ୨୬ ସେପ୍ଟେମ୍ବରରେ ସଂଯୁକ୍ତ କିଷାନ ମୋର୍ଚ୍ଚା କୃଷି ଆଇନଗୁଡ଼ିକ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦେଇଛି। ଗତ ବର୍ଷ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା ଓ ଏଯାବତ ଚାଲିଛି। କାହିଁକି ଏହା ଚାଲୁଛି ତାହାର ସବିଶେଷ ସମୀକ୍ଷା ବା ଅନୁଧ୍ୟାନ କରାଯିବା ଦରକାର। ଆନ୍ଦୋଳନରତ କୃଷକମାନେ କେନ୍ଦ୍ର ସରକାରଙ୍କୁ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରଥମ ଦାବି ହେଉଛି; ନିୟନ୍ତ୍ରିତ ମଣ୍ଡି ବାହାରେ କୃଷିଜାତ ଉପତ୍ାଦର ଟିକସମୁକ୍ତ କାରବାର ପ୍ରତ୍ୟାହାର, କୃଷି କ୍ଷେତ୍ରରେ କର୍ପୋରେଟଗୁଡ଼ିକର ପ୍ରବେଶ ବନ୍ଦ କରିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗ୍ୟାରେଣ୍ଟି ଦେବା। ଦ୍ୱିତୀୟରେ, ଆଇନରେ ଥିବା ଚୁକ୍ତିଭିତ୍ତିକ କୃଷିକୁ ବାଦ୍‌ ଦେବା। ତୃତୀୟରେ ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ପ୍ରତ୍ୟାହାର କରିବା, କୃଷିଜାତ ଉପତ୍ାଦର ଅତ୍ୟଧିକ ଗଚ୍ଛିିତ ପ୍ରକ୍ରିୟାକୁ ଅପରାଧମୁକ୍ତ କରିବା। ଚତୁର୍ଥ ଦାବି ହେଉଛି; ବିଦ୍ୟୁତ୍‌ ଅଧ୍ୟାଦେଶ, ୨୦୨୦ରେ ପ୍ରସ୍ତାବିତ ସଂଶୋଧନଗୁଡ଼ିକ ଦ୍ୱାରା ବିଦ୍ୟୁତ୍‌ ସବ୍‌ସିଡି ଶେଷ ହୋଇଯାଉଥିବାରୁ ଏହାକୁ ପ୍ରତ୍ୟାହାର କରିବା ଏବଂ ଏସବୁ ବଦଳରେ ନଗଦ ସବ୍‌ସିଡି ପ୍ରଦାନ କରିବା। ପଞ୍ଚମରେ, ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦରକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହଟାଇବା। ଷଷ୍ଠରେ, ନଡ଼ାପୋଡ଼ିକୁ ଅପରାଧୀକରଣ କରୁଥିବା ଷ୍ଟ୍ର ପଲ୍ୟୁଶନ ଅର୍ଡିନାନ୍ସ ବା ନଡ଼ା ପ୍ରଦୂଷଣ ଅଧ୍ୟାଦେଶ ୨୦୨୦କୁ ରଦ୍ଦ କରିବା। ସପ୍ତମ ଦାବି ଥିଲା, ରାଜ୍ୟ ଅଧିକାର କ୍ଷେତ୍ର ଉପରେ କେନ୍ଦ୍ର ବୈଧାନିକ ହସ୍ତକ୍ଷେପ ବନ୍ଦ କରୁ; କାରଣ କୃଷି ହେଉଛି ରାଜ୍ୟର ପ୍ରସଙ୍ଗ, କେନ୍ଦ୍ରର ନୁହେଁ। ଏବଂ ଶେଷରେ ଯେଉର୍ଁମାନେ ଭୀମାକୋରେଗାଁଓ ଘଟଣା ଓ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ପ୍ରତିବାଦରେ ଜେଲରେ ରହିଛନ୍ତି, ସେମାନଙ୍କୁ ନିଃସର୍ତ୍ତରେ ମୁକ୍ତ କରାଯାଉ।
ଗତ ବର୍ଷ ୩୦ ଡିସେମ୍ବରରେ ମୋଦି ସରକାର ବିଦ୍ୟୁତ୍‌ ଅଧ୍ୟାଦେଶ (ଦାବି ୪) ସଂଶୋଧନକୁ ହଟାଇ ନେବା ଏବଂ ନଡ଼ାପୋଡ଼ି ଜରିମାନା (ଦାବି ୬)ରୁ କୃଷକମାନଙ୍କୁ ମୁକ୍ତ କରିବା ଲାଗି ରାଜି ହୋଇଥିଲେ। ଚଳିତ ବର୍ଷ ଜାନୁୟାରୀ ୧୨ରେ ସୁପ୍ରିମକୋର୍ଟ କୃଷି ଆଇନଗୁଡ଼ିକର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଏହି ସ୍ଥଗିତାଦେଶ କୃଷକଙ୍କ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦାବି ଉପରେ ବ୍ୟାଖ୍ୟା କରିଥିଲା। ପରେ କୋର୍ଟ କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା କରି ଏକ ସୁପାରିସ ସମ୍ବଳିତ ରିପୋର୍ଟ ଦାଖଲ କରିବା ଲାଗି ୪ ଜଣିଆ କମିଟି ଗଠନ କରିଥିଲେ। କମିଟିର ସଦସ୍ୟ ଭୂପିନ୍ଦର ସିଂ ମାନ୍‌ କୃଷକମାନଙ୍କ ସପକ୍ଷରେ ରହିଛନ୍ତି ବୋଲି କହି କମିଟିରୁ ଓହରିଗଲେ। ଅନ୍ୟ ତିନି ସଦସ୍ୟଙ୍କ ମଧ୍ୟରେ ଥିବା ଦୁଇ କୃଷି ଅର୍ଥନୀତିଜ୍ଞ ସରକାରଙ୍କ ସପକ୍ଷରେ ଲେଖିଥିତ୍ଲେ। କୃଷକ ସଂଗଠନଗୁଡ଼ିକ ସରକାରଙ୍କୁ ସାକ୍ଷାତ କରିବା ପାଇଁ ମନା କରିଦେଇଥିଲେ ଓ ୬ ମାସ ପୂର୍ବେ ଅର୍ଥାତ୍‌ ମାର୍ଚ୍ଚରେ ଏକ ବନ୍ଦ ଲଫାପାରେ ସେମାନଙ୍କ ସୁପାରିସଗୁଡ଼ିକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରଦାନ କରିଥିଲେ। ଚଳିତ ବର୍ଷ ଜୁଲାଇ ୪ରେ ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋଏଲ ବ୍ୟବସାୟୀମାନଙ୍କ ପାଇଁ ମୁଗ ବ୍ୟତୀତ ସମସ୍ତ ଡାଲିର ଗଚ୍ଛିତ ସୀମା ଲାଗୁ କରିଥିତ୍ଲେ। ଏଥିରେ ହୋଲ୍‌ସେଲ ପାଇଁ ୨୦୦ ଟନ୍‌ ଏବଂ ରିଟେଲ୍‌ ଲାଗି ୫ ଟନ୍‌ ସୀମା ଧାର୍ଯ୍ୟ କରାଯାଇଥିଲା। ମୂଲ୍ୟ ବୃଦ୍ଧି ହେଉଥିବାରୁ ଏହା କରାଯାଇଥିଲା ବୋଲି କୁହାଯାଇଥିଲେ ବି ଏହି ନିର୍ଦ୍ଧାରିତ ସୀମାରୁ ବୁଝାପଡ଼ୁଛି ଯେ, ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ହଟାଇବା ବିରୋଧରେ ଥିଲେ। ଅନ୍ୟପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ଗଠିତ କମିଟିର ସଦସ୍ୟମାନେ ପ୍ରଦାନ କରିଥିବା ରିପୋର୍ଟ ଏଯାବତ ଫାଇଲ ଭିତରେ ପଡ଼ିରହିଛି, ଯାହାକୁ ନେଇ ଗତ ସପ୍ତାହରେ କମିଟିର ସଦସ୍ୟ ଅନୀଲ ଘନଓ୍ବାତ ନିଜର ନୈରାଶ୍ୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ରିପୋର୍ଟ ପ୍ରକାଶ କରାଗଲା ପରେ ସୃଷ୍ଟି ହେବାକୁ ଥିବା ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସରକାର ଏବଂ କୋର୍ଟଙ୍କୁ ବିଚାର କରିବାକୁ ପଡ଼ିବ। ଏଥିତ୍ରୁ ସ୍ପଷ୍ଟ ହେଉଛି ଯେ, କମିଟି ତିନି କୃଷି ଆଇନ ପ୍ରତ୍ୟାହାର ସପକ୍ଷରେ ନାହାନ୍ତି। ଘନଓ୍ବାତଙ୍କ ଅନୁଯାୟୀ ଏହି ଆଇନଗୁଡ଼ିକରେ ଅନେକ ତ୍ରୁଟି ରହିଛି, ଯେଉଁଥିରେ ସୁଧାର ଆଣିବା ଆବଶ୍ୟକ। କୃଷକମାନଙ୍କ ଦାବିଗୁଡ଼ିକର ଏହା ହଁି ଏବକାର ସ୍ଥିତି ଯେଉଁଥିପାଇଁ ସେମାନେ ଏଯାବତ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ଦାବିଗୁଡ଼ିକରୁ କେତେକ ପୂରଣ କରାଯାଇ ସାରିଲାଣି, କେତେକ ସ୍ଥଗିତ ରହିଛି। ଘଟଣାକ୍ରମରେ ସରକାର ଆଇନକୁ ପ୍ରତ୍ୟାହାର ନ କରି ଏକ ନିୟମ ବାଢ଼ିଥିତ୍ଲେ। ଚଳିତ ବର୍ଷ ପ୍ରାରମ୍ଭରେ ସରକାର ଆଇନଗୁଡ଼ିକୁ କାର୍ଯ୍ୟକାରୀ ନ କରି ୧୮ ମାସ ସ୍ଥଗିତ ରଖିବାକୁ ଇଚ୍ଛୁକ ଥିଲେ। ଏଣୁ କୌଣସି କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଇ ନ ଥିବା ଆଇନଗୁଡ଼ିକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କୁ କିଏ ଅଟକାଉଛି? ଜୁନ୍‌ରେ ଆମତ୍ନିର୍ଭର ଭାରତ ପ୍ୟାକେଜ୍‌ର ଏକ ଅଂଶ ଭାବେ ଆଇନଗୁଡ଼ିକୁ ଅଧ୍ୟାଦେଶ ଭାବେ ପାସ୍‌ କରାଗଲା। କୃଷି ଆଇନଗୁଡ଼ିକୁ ନେଇ ବିଶ୍ୱରେ ସବୁଠୁ ବଡ଼ ତଥା ଦୀର୍ଘ ଗଣ ଆନ୍ଦୋଳନ ଜାରି ରହିଥିବାବେଳେ ତାହାକୁ ସନ୍ଦେହଜନକ ଭାବେ ରାଜ୍ୟ ସଭାରେ ବିନା ପ୍ରତିରୋଧରେ ପାସ୍‌ କରାଗଲା। ଉକ୍ତ ଆନ୍ଦୋଳନରେ ପ୍ରାୟ ୬୦୦ କୃଷକଙ୍କ ମୃତ୍ୟୁ ଘଟିସାରିଲାଣି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଅନ୍ୟ କୌଣସି ଗୋଷ୍ଠୀ ମଧ୍ୟ କୃଷି ଆଇନ ଲାଗୁ କରାଯିବା ଲାଗି ଦାବି କରୁନାହାନ୍ତି। ଏହାବାଦ୍‌ ସରକାରଙ୍କ ଉପରେ ଏହି ଆଇନ କାର୍ଯ୍ୟକାରୀ କରିବା ପାଇଁ କୌଣସି ଚାପ ପଡ଼ୁନାହିଁ। ସରକାର କେବଳ ଆଇନଗୁଡ଼ିକୁ ଶୀତଳଭଣ୍ଡାରରେ ପକାଇ ଦେଇଛନ୍ତି ଓ କୃଷକ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ସେମାନେ ଥକିଯାଇ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଏହାକୁ ଶେଷ କରନ୍ତୁ ବୋଲି ସରକାର ଆଶା କରୁଛନ୍ତି। ଏଭଳି ଘଟିବାର କୌଣସି ସଙ୍କେତ ଦେଖାଯାଉନାହିଁ, ବରଂ ଆଗକୁ ଭାରତ ବନ୍ଦ ଆସୁଛି। ଏଣୁ ଆଇନଗୁଡ଼ିକୁ ପ୍ରତ୍ୟାହାର ନ କରି କାହିଁକି ସରକାର ଆନ୍ଦୋଳନକୁ ଲମ୍ବିବାକୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?