ଗ୍ୟାସ୍‌ ଟ୍ରାଜେଡି ମୁକାବିଲା ଯୋଜନାକୁ ଅଣଦେଖା

ଯାଜପୁର ଅଫିସ,୯ା୩: ୧୯୮୪ର ଭୋପାଳ ଗ୍ୟାସ୍‌ ଟ୍ରାଜେଡି କଥା ମନେପଡ଼ିଲେ ଏବେ ବି ଦେହ ଶିହରି ଉଠେ। ଏଥିରେ ପ୍ରାୟ ୩,୭୮୭ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ସଂଖ୍ୟା ବି କମ୍‌ ନ ଥିଲା। ୨୦୦୮ରେ ସମ୍ବଲପୁର ଜିଲା ଠେଲକୋଲୋଏସ୍ଥିତ ଭୂଷଣ ଷ୍ଟିଲର କ୍ଲୋରିନ ଗ୍ୟାସ୍‌ ଲିକ୍‌ ୪ ଶ୍ରମିକଙ୍କ ଜୀବନ ନେଇଥିଲା। ଉପରୋକ୍ତ ଦୁଃଖଦ ଘଟଣା ପରେ ରାସାୟନିକ ଦୁର୍ଘଟଣାର ମୁକାବିଲା ପାଇଁ ଓଡ଼ିଶାରେ ଏକ ଅଫ୍‌ ସାଇଟ୍‌ ଜରୁରିକାଳୀନ ଯୋଜନାର ପରିକଳ୍ପନା କରାଯାଇଥିଲା। କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁ ପ୍ରାୟ ୧ ବର୍ଷ ହେଲା ଏହି ଯୋଜନା କାର୍ଯ୍ୟକାରୀ ହୋଇପାରି ନାହିଁ। ଏହାକୁ ନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓଏସ୍‌ଡିଏମ୍‌ଏ) ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆସନ୍ତା ୧୧ରେ ପୁଣି ଏକ ବୈଠକର ଆୟୋଜନ କରାଯାଉଛି।
ଓଏସ୍‌ଡିଏମ୍‌ଏର ରିପୋର୍ଟ ଅନୁସାରେ ୨୦୨୧ ମାର୍ଚ୍ଚରେ ଅନୁଗୋଳ, ଗଞ୍ଜାମ, ଝାରସୁଗୁଡ଼ା, ରାୟଗଡ଼ା, ସୁନ୍ଦରଗଡ଼ ଏବଂ କଟକ ଜିଲାର ଏଫ୍‌ଆଇସିସିଆଇ(ଫେଡେରେଶନ ଅଫ୍‌ ଇଣ୍ଡିଆନ ଚ୍ୟାମ୍ବରର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ) ଏବଂ ଖୋର୍ଦ୍ଧା, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ ଓ ସମ୍ବଲପୁର ଜିଲାର ଡିଏମ୍‌ଆଇ(ଡିଜାଷ୍ଟର ମ୍ୟାନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ, ଭୋପାଳ)କୁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ଗତ ୨୩ା୬ା୨୦୨୧ରେ ଅନୁଗୋଳ ଜିଲା, ୧୬ା୭ା୨୦୨୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଗଞ୍ଜାମ ଓ ରାୟଗଡ଼ା ଜିଲା ଏବଂ ୨୮ା୮ା୨୦୨୧ରେ ଖୋର୍ଦ୍ଧା, ଜଗତ୍‌ସିଂହପୁର, ଯାଜପୁର, ଢେଙ୍କାନାଳ ଓ ସମ୍ବଲପୁର ଜିଲା କର୍ତ୍ତୃପକ୍ଷଙ୍କୁ ନେଇ ଭର୍ଚୁଆଲ ବୈଠକ ହୋଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବାକୁ ପ୍ରତ୍ୟେକ ଜିଲାକୁ ୪ ମାସ ସମୟ ଦିଆଯାଇଥିଲା। ସଂପୃକ୍ତ ଜିଲାପାଳମାନେ ଏହାର ସମୀକ୍ଷା କରିବାକୁ ଅନୁରୋଧ କରାଯାଇଥିଲା। ହେଲେ ଚିନ୍ତାର ବିଷୟ , ଇତିମଧ୍ୟରେ ପ୍ରାୟ ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏଯାଏ ଗୋଟିଏ ବି ଯୋଜନା ପ୍ରସ୍ତୁତ ହୋଇ ପାରିନାହିଁ ବୋଲି ଓଏସ୍‌ଡିଏମ୍‌ଏର ଚିଫ୍‌ ଜେନେରାଲ ମ୍ୟାନେଜର ସୁସ୍ମିତା ବେହେରା ସଂପୃକ୍ତ ଜିଲାପାଳମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି। ଏଭଳି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଜିଲା ପ୍ରଶାସନ ହାଲୁକା ଭାବେ ଗ୍ରହଣ କରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ବୋଲି ମନେ ହେଉଛି ।
ସଂପ୍ରତି ଉପରୋକ୍ତ ୧୧ ଜିଲାରେ ଏକାଧିକ ଶିଳ୍ପ କାରଖାନା ଗଢ଼ି ଉଠିଛି। ବ୍ଲାଷ୍ଟ ଫର୍ନେସ ସମେତ ଅନ୍ୟାନ୍ୟ ଯନ୍ତ୍ରପାତି ବ୍ୟବହାରରେ ପର୍ଯ୍ୟାପ୍ତ ବିଷାକ୍ତ ରାସାୟନିକ ପଦାର୍ଥ ଉପଯୋଗ କରାଯାଉଛି। ବିଭିନ୍ନ ସମୟରେ କର୍ମଚାରୀ ଓ ଅଧିକାରୀଙ୍କ ଅବହେଳା ଯୋଗୁ ରାସାୟନିକ ଗ୍ୟାସ୍‌ ଲିକ୍‌ ହେବାର ସମ୍ଭାବନା ରହୁଛି। ବେଳେବେଳେ କେତେକ କାରଖାନାରୁ ରାସାୟନିକ ଗ୍ୟାସ୍‌ ଲିକ୍‌ ହୋଇ ନାକଫଟା ଦୁର୍ଗନ୍ଧ ହେଉଥିବା ନଜିର ରହିଛି। ଏହି ପରିସ୍ଥିତିରେ ମୁକାବିଲା ପାଇଁ ଅଫ୍‌ ସାଇଟ୍‌ ଜରୁରିକାଳୀନ ଯୋଜନାର ଆବଶ୍ୟକତା ରହୁଛି। ଏଥିପାଇଁ ଓଏସ୍‌ଡିଏମ୍‌ଏ ପକ୍ଷରୁ ଆସନ୍ତା ୧୧ରେ ପୁଣି ଥରେ ଭର୍ଚୁଆଲ ବୈଠକର ଆୟୋଜନ ହେଉଛି। ଏଥିରେ ଜିଲାପାଳ, ଏସ୍‌ପି, ସିଡିଏମ୍‌ଓ, ଜିଲା ଅଗ୍ନିଶମ ଅଧିକାରୀ, ଫ୍ୟାକ୍ଟରୀ ଆଣ୍ଡ ବୋଏଲର ଉପନିର୍ଦ୍ଦେଶକ, ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ, ଆରଟିଓ, ସିଏସ୍‌ଓ, ଅଣ୍ଡରଗ୍ରାଉଣ୍ଡ ପାଇପ୍‌ ଲାଇନ୍‌ କର୍ତ୍ତୃପକ୍ଷ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri