ପରିବେଶକୁ ଅଣଦେଖା: ୩ ବର୍ଷରେ ୯ ଏନ୍‌ଜିଟି ମାମଲା

କେନ୍ଦ୍ରାପଡା, ୨୬ା୯ (ଜଗନ୍ନାଥ ଧଳ): ପରିବେଶ ସୁରକ୍ଷା ସାମ୍ପ୍ରତିକ ସମୟରେ ଏକ ଆହ୍ବାନ ହୋଇଛି। ଜାତିସଂଘଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ପର୍ଯ୍ୟନ୍ତ ଏ ନେଇ ବିବିଧ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ପ୍ରାକୃତିକ ବିପର୍ଯ୍ୟୟର ବାରମ୍ବାର ଶିକାର ହେଉଥିବା କେନ୍ଦ୍ରାପଡ଼ା ଜିଲା ଏ ନେଇ ସଚେତନ ହୋଇନାହିଁ। ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ବର୍ଦ୍ଧିତ ମାମଲା ସଂଖ୍ୟାରୁ ଏହାର ସୂଚନା ମିଳିଛି। ଲଘୁ ଖଣିଜ ସମ୍ପଦ ଉଠାଣ ଓ ଜୈବ ବିବିଧତା ନଷ୍ଟକୁ ନେଇ ୩ ବର୍ଷ ମଧ୍ୟରେ ୯ଟି ଏନ୍‌ଜିଟି ମାମଲା ରୁଜୁ ହୋଇଛି। ବିଶ୍ୱ ପ୍ରସିଦ୍ଧ ଭିତରକନିକାର ଜୈବ ବିବିଧତା ନଷ୍ଟହେବା ଆଶଙ୍କାରେ ହୋଇଥିବା ଏନ୍‌ଜିଟି ମାମଲା ଏବେ ଶୁଣାଣି ଅପେକ୍ଷାରେ ଅଛି। ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ପାନୀୟ ଜଳ ପ୍ରକଳ୍ପ ଜଙ୍ଗଲ ଜମିରେ ଅଛି। ଏ ନେଇ ଏନ୍‌ଜିଟିର ନିର୍ଦ୍ଦେଶକ୍ରମେ ଜମି ବଦଳ ସହ ଗଛ କ୍ଷତିଭରଣା ବାବଦ ୮୪,୫୬,୩୭୦ ଟଙ୍କା ଗ୍ରାମ୍ୟ ଜଳ ଯୋଗାଣ ବିଭାଗରୁ ଜଙ୍ଗଲ ବିଭାଗକୁ ଦିଆ ଯାଇଥିବା ସୂଚନା ମିଳିଛି। ସେହିପରି ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ୍‌ ରେଳପଥରେ ମହାନଦୀ ଓ ବ୍ରାହ୍ମଣୀ ତଟର ଲଘୁ ଖଣିଜ ସମ୍ପଦ ବିନିଯୋଗ ବିରୋଧରେ ହୋଇଥିବା ଏନ୍‌ଜିଟି ମାମଲାରେ ଜିଲା ପ୍ରଶାସନର ବିଫଳତା ପଦାକୁ ଆସିଛି। ନଦୀ ତଟାଞ୍ଚଳକୁ ସାଟେଲାଇଟ ସର୍ଭିଲାନ୍ସ ଓ ଆବଶ୍ୟକ ସିସିଟିଭିରେ ନଜର ରଖିବା ସହ ଅନ୍ୟ ପରାମର୍ଶ ଦିଆଯାଇଥିଲେ ମଧ୍ୟ ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇନାହିଁ। ଏହି ମାମଲାରେ ଲୁଟ ଖଣିଜ ସମ୍ପଦର ଭରଣା ବାବଦ ୨,୫୫,୧୧,୬୩୨ ଟଙ୍କା ଧାର୍ଯ୍ୟ ହୋଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ପରିବେଶ ସୁରକ୍ଷା ପ୍ରତି ଜିଲା ପ୍ରଶାସନ ସଚେତନ ନୁହନ୍ତି। ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ସର୍ବଦା ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି। ତଟକ୍ଷୟରୁ ରକ୍ଷା ପାଇଁ ହେନ୍ତାଳବଣ ରକ୍ଷା ଆବଶ୍ୟକ। ଶିଳ୍ପ ଓ ଚିଙ୍ଗୁଡ଼ି ଘେରିର ବର୍ଜ୍ୟ ରାସାୟନିକ ପଦାର୍ଥ ହେନ୍ତାଳବଣ ସହ ସାମୁଦ୍ରିକ ଅଞ୍ଚଳ ନଷ୍ଟ କରୁଛି। ଏ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁକରି ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଭଦ୍ରକର ମେଗା ପାନୀୟ ଜଳ ପ୍ରକଳ୍ପକୁ ଖରସ୍ରୋତା ନଦୀରୁ ପାଣି ଉଠାଗଲେ ଜାତୀୟ ଉଦ୍ୟାନର ଜୈବ ବିବିଧତା ନଷ୍ଟହେବ। ଏହା ଜାଣିବା ସତ୍ତ୍ୱେ ପ୍ରକଳ୍ପ ବନ୍ଦ କରାଯାଉନାହିଁ। ଏ ନେଇ ଜିଲାର ୪ ପରିବେଶବିତ ଓ ଶିକ୍ଷାବିତ ଏନ୍‌ଜିଟିରେ ମାମଲା କରିଛନ୍ତି। ବୁଦ୍ଧିଜୀବୀ ବିଭୂତି ଭୂଷଣ ରାଉତ କହିଛନ୍ତି, ଜିଲାର ଆଳି, ଡେରାବିଶ, ଗରଦପୁର, ରାଜକନିକା, ମାର୍ଶାଘାଇ, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ନଦୀର ୨୮ ସଇରାତରେ ବାଲି ଉଠାଣ ପାଇଁ ଜିଲା ପ୍ରଶାସନ ଟେଣ୍ଡର ମାଧ୍ୟ ଦେଇଛନ୍ତି। ସମୁଦାୟ ୧୫୭.୩୩୬ ହେକ୍ଟର ଆୟତନର ଏହି ସଇରାତ ପାଇଁ ରାଜସ୍ବ ଧାର୍ଯ୍ୟ କରାଯାଇଛି। ଏଥିସହ ନିର୍ଦ୍ଦିଷ୍ଟ ପରିମାଣରେ ବାଲି ଉଠାଣ ପାଇଁ ଅନୁମତି ଦିଆଯାଉଥିଲେ ମଧ୍ୟ ଲିଜ୍‌ଧାରୀ ଅଧିକ ପରିମାଣରେ ବାଲି ଉଠାଉଛନ୍ତି। ଏପରିକି କେତେକ ସ୍ଥାନରେ ସଇରାତ ନିଲାମ ହୋଇ ନ ଥିଲ ମଧ୍ୟ ବାଲି ଉଠାଣ ଚାଲିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକର ବ୍ରାହ୍ମଣୀ ନଦୀରୁ ବାଲି ଉଠାଣ, କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରରେ ବାଲି ଉଠାଣକୁ ନେଇ ଏନ୍‌ଜିଟିରେ ମାମଲା ହୋଇଛି। ଅଶେଷ ଖଟୁଆ କହିଛନ୍ତି, ପାଟକୁରା ଥାନା ଅଞ୍ଚଳରେ ବେଆଇନ ବାଲି ଉଠାକୁ ନେଇ ଗ୍ୟାଙ୍ଗୱାର ହୋଇଛି। ପରିବେଶ ମଞ୍ଜୁରୀ ସମ୍ପର୍କିତ ମଞ୍ଜୁରୀ ନ ଥାଇ ଲଘୁ ଖଣିଜ ସମ୍ପତ୍ତି ଲୁଟ ହେଉଛି। ଜିଲା ପ୍ରଶାସନ ଏ ସମ୍ପର୍କରେ ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri