ଖଣି ପ୍ରଭାବିତଙ୍କ ଦାବିକୁ ଅଣଦେଖା

ଯୋଡ଼ା, ୩୦।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ କାର୍ଯ୍ୟକ୍ଷମ ଟାଟାଷ୍ଟିଲ ଲଙ୍ଗ ପ୍ରଡକ୍ଟ କମ୍ପାନୀ ୨୮ନଂ. ଜିଲା ପରିଷଦ ଜୋନ୍‌ ଅଧୀନ ୫ ପଞ୍ଚାୟତର ବାସିନ୍ଦାଙ୍କ ସମସ୍ୟାକୁ ଅଣଦେଖା କରିଆସୁଛି। ନିଯୁକ୍ତି, ପ୍ରଦୂଷଣ ଭଳି ୨୧ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନରେ କମ୍ପାନୀ କର୍ତ୍ତୃପକ୍ଷ ଆନ୍ତରିକତା ଦେଖାଉନାହାନ୍ତି। ଏହାର ପ୍ରତିବାଦରେ କାରଖାନା ପାର୍ଶ୍ୱବର୍ତ୍ତୀ ୫ ପଞ୍ଚାୟତବାସୀ ଏବଂ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ନୀରବତା ଅଞ୍ଚଳବାସୀଙ୍କ ସମସ୍ୟା ବଢ଼ାଇ ଚାଲିଥିବାବେଳେ ଏହାର ତ୍ୱରିତ ସମାଧାନ ନ ହେଲେ କାରଖାନା ଫାଟକ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ବିରିକଳା, ଦେଓଝର, ଅସେଇଁକଳା, କଣ୍ଡରା, ଚମକପୁର ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଭେଟି ୨୧ ଦାବି ସମ୍ବଳିତ ଦାବିପତ୍ର ୪ ଥର ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକଙ୍କୁ ଅଣଦେଖା କରି ବାହାର ଲୋକଙ୍କୁ ନିଯୁକ୍ତି ଦିଆଯିବାକୁ ସେମାନେ ବିରୋଧ କରି ଆସୁଛନ୍ତି। ଏଥିସହ ଛାତ୍ରୀଛାତ୍ରଙ୍କ ସୁବିଧା ଦୃଷ୍ଟିରୁ ଟାଟା ଡିଏଭି, ସେଣ୍ଟ ଟେରେସା ସ୍କୁଲକୁ ବସ୍‌ ଚଳାଚଳ, ଜନପ୍ରତିନିଧିଙ୍କୁ ଅଣଦେଖା କରି କମ୍ପାନୀ କର୍ତ୍ତୃପକ୍ଷ ମନଇଚ୍ଛା ଜାରି ରଖିଥିବା କମ୍ପାନୀ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟ ବନ୍ଦ, ଖଣି ପ୍ରଭାବିତ ଲୋକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ ପ୍ରଦାନ, ପଞ୍ଚାୟତ ପ୍ରତିନିଧିଙ୍କ ବିନା ସହମତିରେ କମ୍ପାନୀ କରୁଥିବା ଫୁଟବଲ ଟୁର୍ନାମେଣ୍ଟ ବନ୍ଦ କରିବା, କମ୍ପାନୀ ଅଧୀନରେ କାର୍ଯ୍ୟରତ ୟୁଏଇ ଠିକାସଂସ୍ଥାରେ ସ୍ଥାନୀୟ ଅଞ୍ଚଳର ଗାଡ଼ି ନିୟୋଜନ, ରେଲୱେ ସାଇଡିଂଠାରୁ ପ୍ଲାଣ୍ଟକୁ ସଂଯୋଗ କରୁଥିବା ୫୨୦ନଂ. ଜାତୀୟ ରାଜପଥକୁ ପ୍ରଦୂଷଣ ମୁକ୍ତ କରିବା, ଜମିହରାଙ୍କୁ ନିଯୁକ୍ତିରେ ଅଗ୍ରାଧିକାର, କମ୍ପାନୀ ଉତ୍ତୋଳନ କରୁଥିବା କଞ୍ଚାମାଲକୁ ସମ୍ପୂର୍ଣ୍ଣ ରେଳଯୋଗେ ପରିବହନ ନ କରି ସଡ଼କ ପଥରେ ପରିବହନ କରିବା ପ୍ରମୁଖ ଦାବି ରହିଛି। ତେବେ କମ୍ପାନୀ ଏହାକୁ ପୂରଣ ଦିଗରେ ଆଗ୍ରହ ଦେଖାଉନାହିଁ। ଏପରି କି ନବନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା ମଧ୍ୟ କରୁ ନାହିଁ। ଏଭଳି ମନମୁଖି କାର୍ଯ୍ୟ ପ୍ରତିବାଦରେ ସୋମବାର ବିଲେଇପଦାସ୍ଥିତ ରୂପାସାହିଠାରେ ବିରିକଳା ସରପଞ୍ଚ ମୁଖ ନାଏକ, ସମିତିସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ, ଦେଓଝର ସରପଞ୍ଚ ଧ୍ରୁବଚରଣ ନାଏକ, ସମିତିସଭ୍ୟା ଲକ୍ଷ୍ମୀ ମୁଣ୍ଡା, କଣ୍ଡରା ସରପଞ୍ଚ ରୀନା ନାଏକ, ସମିତିସଭ୍ୟ ସୋମନାଥ ମହାନ୍ତ, ବିରିକଳାର ସରପଞ୍ଚ ନାଏକଙ୍କ ସମେତ ବିଭିନ୍ନ ପଞ୍ଚାୟତର ଓ୍ବାର୍ଡସଭ୍ୟ, ଗ୍ରାମବାସୀ ଏକାଠି ହୋଇ ବୈଠକ କରିଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଶୀଘ୍ର ଦାବି ପୂରଣ ନ କଲେ କମ୍ପାନୀ ଫାଟକ ସମ୍ମୁଖରେ ଜନଆନ୍ଦୋଳନ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିରିକଳା ସମିତିସଭ୍ୟ ଖୁଣ୍ଟିଆ କହିଛନ୍ତି, କମ୍ପାନୀ କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା କରିଛନ୍ତି। ତେଣୁ ଏହାକୁ ପୁନର୍ବାର କରିବାକୁ ସେ ଦାବି କରିଛନ୍ତି।
ଏ ସମ୍ପର୍କରେ କମ୍ପାନୀର କର୍ପୋରେଟ୍‌ କମ୍ୟୁନିକେଶନ ଅଧିକାରୀ ଆର୍‌. ସୋମନାଥ କହିଛନ୍ତି, ନିର୍ବାଚନ ବେଳେ ନବନିର୍ବାଚିତ ପ୍ରତିନିଧିମାନେ ଗ୍ରାମବାସୀଙ୍କୁ କମ୍ପାନୀରେ ନିଯୁକ୍ତି କରାଇଦେବା, କମ୍ପାନୀକୁ କହି ସ୍କୁଲ ବସ୍‌ ଚଳାଇବା, ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଆଦି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହିସବୁ ପ୍ରତିଶ୍ରୁତି କମ୍ପାନୀକୁ ପଚାରି ଦେବାର ଉଚିତ୍‌ ଥିଲା। କମ୍ପାନୀର ସିଏସ୍‌ଆର କାର୍ଯ୍ୟର ବଜେଟ୍‌ ଜାନୁୟାରୀରେ କରାଯାଇଥାଏ। ଜନପ୍ରତିନିଧିମାନେ ମାର୍ଚ୍ଚ କିମ୍ବା ଏପ୍ରିଲରେ ଏଭଳି ଦାବି କଲେ କମ୍ପାନୀ କେମିତି ଶୁଣିବ ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri