କଟକଣାକୁ ବେଖାତିର: ପୁଣି କ୍ରୁଏଜ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୫।୨ : ଉତ୍ତର କୋରିଆ ଏକାଧିକ କ୍ରୁଜ କ୍ଷେପଣାସ୍ତ୍ର ସମୁଦ୍ରକୁ ନିକ୍ଷେପ କରିଛି। କଟକଣାକୁ ବେଖାତିର କରି ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ବୁଧବାର ଏହା କରାଯାଇଛି। ଜାନୁଆରୀ ପରଠାରୁ ଏହା ହେଉଛି କିମଙ୍କର ପଞ୍ଚମ ପରୀକ୍ଷା। ଦକ୍ଷିଣ କୋରିଆ ସୈନ୍ୟବାହିନୀ କହିଛି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଯୋଗୁ ଉପଦ୍ୱୀପ ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି।

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍‌ ଅଫ ଷ୍ଟାଫସ କହିଛନ୍ତି ଦକ୍ଷିଣ କୋରିଆ ଏବଂ ଆମେରିକା ସୈନ୍ୟବାହିନୀ ପୂର୍ବ ଉପକୂଳବର୍ତ୍ତୀ ସହର ୱାନସାନର ଉତ୍ତର-ପୂର୍ବରେ ସମୁଦ୍ରରେ କ୍ରୁଏଜ କ୍ଷେପଣାସ୍ତ୍ର ପରୀକ୍ଷଣକୁ ବିଶ୍ଳେଷଣ କରୁଛନ୍ତି। ଦକ୍ଷିଣ କୋରିଆସୈନ୍ୟମାନେ କ୍ରୁଏଜ କ୍ଷେପଣାସ୍ତ୍ର ର ସଠିକ ସଂଖ୍ୟା କିମ୍ବା ଦୂରତା ପ୍ରଦାନ କରି ନାହାନ୍ତି। କ୍ଷେପଣାସ୍ତ୍ରଗୁଡିକ ସ୍ଥଳଭାଗ କିମ୍ବା ସମୁଦ୍ରୀଚ ପରୀକ୍ଷଣ କରାଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଜଏଣ୍ଟ ଚିଫ୍‌ ଅଫ ଷ୍ଟାଫସ କହିଛନ୍ତି, ଆମର ସୈନ୍ୟବାହିନୀ ସଜାଗ ଅଛନ୍ତି। ଉତ୍ତର କୋରିଆର ପରବର୍ତ୍ତୀ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଆମର ୟୁଏଏସ ସହଯୋଗୀମାନଙ୍କ ସହିତ ଆମେ କାର୍ଯ୍ୟ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

ଶିଶୁ ଓ ସୋସିଆଲ ମିଡିଆ

ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଶିଶୁ ଓ କିଶୋରଙ୍କ ଉପରେ ଅତ୍ୟଧିକ ମାତ୍ରାରେ ପଡ଼ୁଥିବାରୁ ନିର୍ଦ୍ଦିଷ୍ଟ ବୟସ ବର୍ଗ ପାଇଁ…

ଇରାନ ଉପରୁ କଟକଣା ହଟାଇଲା ଆମେରିକା: ଭାରତକୁ ମିଳି ନ ପାରେ ବିଶେଷ ଲାଭ

ଦୁବାଇ,୨୪ା୬: ନୂଆ ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ଇରାନ ଉପରୁ ସମସ୍ତ ପ୍ରତିବନ୍ଧକ ୬୦ ଦିନ ପାଇଁ ହଟାଇ ଦେଇଛି। ତେବେ ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri