ପ୍ରସଙ୍ଗକୁ ଅଣଦେଖା

ପୁନର୍ବାର ଏକ ବଜେଟ ଆସିଛି ଓ ଉପସ୍ଥାପିତ ହୋଇଯାଇଛି। ଏହା ଆସିବାର ଦୁଇଦିନ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥା ବା ବଜେଟ ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟା ଦେଖିଛୁ ଏବଂ ବୁଝିଛୁ। ଏହା ମଧ୍ୟରୁ ଅଧିକାଂଶ ଦୁଇଟି ଜିନିଷ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ପ୍ରଥମଟି ହେଉଛି ସରକାରଙ୍କ ଟିକସ ଓ ଖର୍ଚ୍ଚ ବ୍ୟବସ୍ଥା ଏବଂ ଏହାର ନିଅଣ୍ଟିଆ ସ୍ଥିତି। ଦ୍ୱିତୀୟଟି ହେଉଛି ମାଗଣା ବଣ୍ଟନ ଏବଂ ରିହାତି। ବଜେଟରେ ଏସବୁ ସ୍ଥାନ ପାଇଥାଏ ଏବଂ ଏହା ହିଁ ଆଶା କରାଯାଏ। କୌତୂହଳର ବିଷୟ ହେଉଛି, ଅର୍ଥନୀତିକୁ ରାଜନୀତିରେ ଏକ ପ୍ରାସଙ୍ଗିକ ବିତର୍କର ବିଷୟ ଭାବେ ଗ୍ରହଣ କରାଯାଏ ନାହିଁ। ଏମିତିକି ନିର୍ବାଚନ ବିତର୍କରେ ମଧ୍ୟ ଏହି ପ୍ରସଙ୍ଗକୁ ଆଦୌ ନିଆଯାଏ ନାହିଁ। ଆମେ ଆଉ ପାଦେ ଆଗକୁ ଯାଇ କହିବୁ ଯେ, ଅର୍ଥନୈତିକ ଅଭିବୃଦ୍ଧି ହୋଇ ନ ପାରିଲେ ବି ଶାସକ ଦଳ ଉପରେ ତାହାର କୌଣସି ପ୍ରଭାବ ପଡ଼ି ନ ଥାଏ। ଏହା କୌଣସି ନୂଆ ଘଟଣା ନୁହେଁ। ଏହାର ଦୃଷ୍ଟାନ୍ତ ମଧ୍ୟ ରହିଛି। ଆମେ ଲକ୍ଷ୍ୟ କରି ପାରିବା ଯେ, ଗତ ଦଶନ୍ଧି ଦଶନ୍ଧି ଧରି ଅଭିବୃଦ୍ଧି ହାର ଖାସ୍‌ କରି ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ସମୟରେ ପ୍ରାୟ ୩ ପ୍ରତିଶତ ରହିଥିଲା, ଯାହାକୁ କି ହିନ୍ଦୁ ଅଭିବୃଦ୍ଧି ହାର କୁହାଯାଉଥିଲା। ଏହା ସତ୍ତ୍ୱେ ସେମାନେ ଏବଂ ସେମାନଙ୍କ ଦଳ ବେଶ୍‌ ଲୋକପ୍ରିୟ ହେବା ସହିତ କ୍ଷମତାରେ ମଧ୍ୟ ରହିପାରିଥିଲେ।
ଚାକିରି କ୍ଷେତ୍ରକୁ ଦେଖିବା। ସରକାରୀ ତଥ୍ୟ ଅନୁଯାୟୀ କେବଳ ଦକ୍ଷିଣ ଏସିଆରେ ନୁହେଁ, ସାରା ବିଶ୍ୱରେ ଭାରତର ଶ୍ରମ ଭାଗୀଦାରି ହାର ସବୁଠୁ କମ୍‌। ଆମେରିକାରେଏହି ହାର ୬୦%, ଥାଇଲାଣ୍ଡରେ ପାଖାପାଖି ୭୦% ଏବଂ ଚାଇନା ଓ ଭିଏତ୍‌ନାମରେ ପ୍ରାୟ ୭୫%। ଭାରତରେ ଉକ୍ତ ହାର ୪୦% ଏବଂ ଏହା ପାକିସ୍ତାନ ଓ ଏପରି କି ଆଫଗାନିସ୍ତାନଠାରୁ କମ୍‌। ଲୋକମାନଙ୍କ ପାଇଁ ଚାକିରି ପାଇବା ସମ୍ଭବ ହେଉ ନ ଥିବାରୁ ସେମାନେ ଚାକିରି ଖୋଜିବା ବି ବନ୍ଦ କରିଦେଇଛନ୍ତି। ୨୦୦୪ ତୁଳନାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଆକାର ଏବେ ୪ ଗୁଣ ବଢ଼ିଥିଲେ ମଧ୍ୟ ସରକାରଙ୍କ ପାଖରେ ଟଙ୍କା ନ ଥିବାରୁ ଏହାର ଚାହିଦା ପୂରଣ ହୋଇପାରିନାହିଁ। ଶ୍ରମ ବଜାରରେ କମ୍‌ ଲୋକ ରହିଥିବାରୁ ସରକାରୀ ତଥ୍ୟ ଅନୁଯାୟୀ ୨୦୧୮ରେ ବେକାରିଙ୍କ ସଂଖ୍ୟା ରେକର୍ଡ ସ୍ତର ୬ ପ୍ରତିଶତରେ ପହଞ୍ଚିଥିଲା ଏବଂ ଏଯାବତ୍‌ ସେହି ହାରରୁ ଏହା ତଳକୁ ଖସି ନାହିଁ। ମାନ୍ଦା ଅର୍ଥ ବ୍ୟବସ୍ଥା ସହ ଚାକିରି ସମସ୍ୟା ଲାଗିରହିଛି। ପୁନର୍ବାର ସରକାରଙ୍କ ତଥ୍ୟକୁ ଦେଖିଲେ ଜଣାପଡ଼େ ଯେ, ମୋଟ୍‌ ଘରୋଇ ଉପତ୍ାଦ(ଜିଡିପି) ଅଭିବୃଦ୍ଧି ଜାନୁୟାରୀ ୨୦୧୮ରୁ ନିମ୍ନଗାମୀ ହେବା ଆରମ୍ଭ ହୋଇ କୋଭିଡ୍‌-୧୯ ମହାମାରୀ ପୂର୍ବରୁ ଲଗାତର ଦୁଇ ବର୍ଷ ୩ ମାସ ଧରି ତଳକୁ ଖସିଚାଲିଥିଲା। ତା’ପରେ ମହାମାରୀ ଅର୍ଥ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମାନ୍ଦା କରିଦେଲା। ଚଳିତ ବର୍ଷ ଯେଉଁ ଉଚ୍ଚ ଅଭିବୃଦ୍ଧି କଥା କୁହାଯାଉଛି ତାହା ଦୁଇ ବର୍ଷ ପୂର୍ବେ ଥିଲା ଏବଂ ଆମେ ସେହି ସ୍ତରରେ ହିଁ ପହଞ୍ଚିବା। ଏଥିରୁ ଜଣାପଡ଼େ, ଭାରତର ଅର୍ଥ ବ୍ୟବସ୍ଥା ଏବଂ ଲୋକଙ୍କୁ କାମ ଯୋଗାଇଦେବାରେ ଏହାର କ୍ଷମତା ଦୀର୍ଘଦିନ ହେବ ସମସ୍ୟାରେ ରହି ଆସିଛି। କିନ୍ତୁ ଏହା ଆମ ରାଜନୈତିକ ବିତର୍କର ପ୍ରସଙ୍ଗ ହୋଇନାହିଁ କି ଏକ୍ଷେତ୍ରରେ ସୁଧାର ଆଣିବା ଲାଗି ଶାସକ ଦଳ ଉପରେ କୌଣସି ଚାପ ମଧ୍ୟ ରହିନାହିଁ। ଆର୍ଥିକ ବିଫଳତା ଏବଂ ବେରୋଜଗାର ପ୍ରସଙ୍ଗରେ ବିରୋଧୀମାନେ ଲୋକମାନଙ୍କୁ ସଂଗଠିତ କରିପାରି ନାହାନ୍ତି। କେବଳ ଦୁଇଟି ଘଟଣାରେ ଅର୍ଥାତ୍‌ କିଛି ବର୍ଷ ପୂର୍ବେ ଚାକିରିକୁ ନେଇ କରାଯାଇଥିବା ପଟିଦାର ଆନ୍ଦୋଳନ ଏବଂ ନିକଟରେ ରେଲଓ୍ବେ ନିଯୁକ୍ତି ପାଇଁ ଉତ୍ତରପ୍ରଦେଶ ଏବଂ ବିହାରରେ ହୋଇଥିତ୍ବା ଆନ୍ଦୋଳନରେ ଲୋକମାନେ ସ୍ବତଃସ୍ଫୂର୍ତ୍ତ ଭାବେ ସଂଗଠିତ ହୋଇଛନ୍ତି। ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ ପଛକୁ ରଖି ଅର୍ଥ ବ୍ୟବସ୍ଥା ଓ ଚାକିରି ଉପରେ ବିରୋଧୀ ବିତର୍କ ବା ଆଲୋଚନା କରିବାକୁ ଚାହଁଲେ ବି ସେଥିରେ ସକ୍ଷମ ହୋଇନାହିଁ। ତେବେ କାହିଁକି ଏମିତି ହୋଇଛି? ମିଡିଆ ଏସବୁ ବିଷୟକୁ କଭର୍‌ କରିବାକୁ ଚାହଁୁନାହିଁ ବୋଲି ନ୍ୟୁଜ ଆଙ୍କର ରବିସ୍‌ କୁମାର ଯାହା କହିଛନ୍ତି, ତାହା ଏକ ଉତ୍ତର ହୋଇପାରେ। ସେ କହିଛନ୍ତି, ଯଦି ମିଡିଆ ଲଗାତର ଦୁଇ ସପ୍ତାହ ଚାକିରି ପ୍ରସଙ୍ଗକୁ ଧ୍ୟାନଦେବ ତେବେ ସରକାର ରାସ୍ତାରେ ଆନ୍ଦୋଳନରତ ଲୋକଙ୍କ ଦାବିକୁ ମାନିନେବେ। ସମ୍ଭବତଃ ଏହା ହିଁ ହୋଇଥାଏ। କିନ୍ତୁ ସାମ୍ପ୍ରତିକ ସମୟରେ ସୋସିଆଲ ମିଡିଆର ବ୍ୟାପକ ପ୍ରଚଳନ ଯୋଗୁ ୧୫ ବର୍ଷ ପୂର୍ବେ ଯେଭଳି ମୁଖ୍ୟଧାରା ମିଡିଆର ଆବଶ୍ୟକତା ରହିଥିଲା ତାହା ଆଉ ଦରକାର ପଡୁନାହିଁ। ଏଣୁ ମୁଖ୍ୟଧାରା ମିଡିଆ ସେ ସେବୁ ବିଷୟ ପ୍ରତି ଧ୍ୟାନ ନ ଦେଲେ ମଧ୍ୟ ତାହା ଦବିଯିବାର କୌଣସି ସମ୍ଭାବନା ନାହିଁ।
ଉତ୍ତରର ରହସ୍ୟ ଆହୁରି ଗଭୀରରେ ରହିଥିତ୍ବା ଜଣାପଡ଼ୁଛି। ସୁସ୍ଥ ଅର୍ଥ ବ୍ୟବସ୍ଥା, ଦକ୍ଷ ପରିଚାଳନା ଏବଂ ଚାକିରି ମିଳିବା ଭଳି ଏକ ପରିବେଶ ସୃଷ୍ଟି କରିବାରେ ସରକାରଙ୍କ ଦକ୍ଷତା ଆଦି ବ୍ୟାପକ ପ୍ରସଙ୍ଗଗୁଡ଼ିକ ଆମମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇନାହିଁ। ଯଦି ଏହାର ଗୁରୁତ୍ୱ ରହିଛି, ତେବେ ଆମେ କାହିଁକି ଏହାକୁ କମ୍‌ ଗୁରୁତ୍ୱ ଦେଉଛୁ। ଅଧିକ ମନ୍ଦିର, ଅଧିକ ପ୍ରତିମୂର୍ତ୍ତି ଏବଂ ଚଳିତ ସପ୍ତାହରେ କର୍ନାଟକରେ ବୁର୍ଖା ପିନ୍ଧିଥିବା ଯୁବତୀଙ୍କ କଲେଜ ପ୍ରବେଶକୁ ବନ୍ଦ କରିବା ଉପରେ ଆମେ ଯେତିକି ଗୁରୁତ୍ୱ ଦେଉଛେ ଅର୍ଥବ୍ୟବସ୍ଥା ଓ ଚାକିରି ଉପରେ ସେତିକି ଧ୍ୟାନ ଦେଉନାହଁୁ। ଆମମାନଙ୍କ ମଧ୍ୟରୁ ଯେଉଁ କେତେଜଣ ଆର୍ଥିକ ସଙ୍କଟ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନେ ଗୁଜରାଟରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ସଂଗଠିତ ହୋଇଛନ୍ତି କିମ୍ବା ନିକଟରେ ରେଲଓ୍ବେ ନିଯୁକ୍ତି ପାଇଁ ଆନ୍ଦୋଳନ କରିଛନ୍ତି। ଏଥିରୁ ବୁଝାପଡ଼ୁଛି ତୃଣମୂଳ ସ୍ତରରେ କିଛି କାର୍ଯ୍ୟକଳାପ ଚାଲୁଛି। କିନ୍ତୁ ଅର୍ଥ ବ୍ୟବସ୍ଥା ଓ ବେକାରି ଭଳି ସମସ୍ୟାଭିତ୍ତିକ ପ୍ରସଙ୍ଗଗୁଡ଼ିକ ଉପରେ ମୁଖ୍ୟତଃ ପାଶ୍ଚାତ୍ୟର ଗଣତାନ୍ତ୍ରିକ ଦେଶଗୁଡ଼ିକ ଗୁରୁତ୍ୱ ଦେଉଥିବାବେଳେ ଆମେ ଏହିସବୁ ସମସ୍ୟାକୁ ଅଣଦେଖା କରୁଛୁ। ଲଗାତର ବିତର୍କରେ ରହୁଥିବା ବିଭିନ୍ନ ପ୍ରସଙ୍ଗ ନେତାମାନଙ୍କୁ ଏବଂ ପାର୍ଟିଗୁଡ଼ିକୁ ଗଢ଼ିତୋଳେ କିମ୍ବା ଭାଙ୍ଗିଦିଏ। କିନ୍ତୁ ଆମ ଦେଶରେ ଏହା ଉପରେ ଗୁରୁତ୍ୱ ଦିଆଯାଉନାହିଁ କି ଚିନ୍ତା ପ୍ରକଟ କରାଯାଉନାହିଁ।

ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?