ପ୍ରସଙ୍ଗକୁ ଅଣଦେଖା

ପୁନର୍ବାର ଏକ ବଜେଟ ଆସିଛି ଓ ଉପସ୍ଥାପିତ ହୋଇଯାଇଛି। ଏହା ଆସିବାର ଦୁଇଦିନ ପର୍ଯ୍ୟନ୍ତ ଅର୍ଥବ୍ୟବସ୍ଥା ବା ବଜେଟ ସମ୍ପର୍କରେ ଲୋକଙ୍କ ପ୍ରତିକ୍ରିୟା ଦେଖିଛୁ ଏବଂ ବୁଝିଛୁ। ଏହା ମଧ୍ୟରୁ ଅଧିକାଂଶ ଦୁଇଟି ଜିନିଷ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ପ୍ରଥମଟି ହେଉଛି ସରକାରଙ୍କ ଟିକସ ଓ ଖର୍ଚ୍ଚ ବ୍ୟବସ୍ଥା ଏବଂ ଏହାର ନିଅଣ୍ଟିଆ ସ୍ଥିତି। ଦ୍ୱିତୀୟଟି ହେଉଛି ମାଗଣା ବଣ୍ଟନ ଏବଂ ରିହାତି। ବଜେଟରେ ଏସବୁ ସ୍ଥାନ ପାଇଥାଏ ଏବଂ ଏହା ହିଁ ଆଶା କରାଯାଏ। କୌତୂହଳର ବିଷୟ ହେଉଛି, ଅର୍ଥନୀତିକୁ ରାଜନୀତିରେ ଏକ ପ୍ରାସଙ୍ଗିକ ବିତର୍କର ବିଷୟ ଭାବେ ଗ୍ରହଣ କରାଯାଏ ନାହିଁ। ଏମିତିକି ନିର୍ବାଚନ ବିତର୍କରେ ମଧ୍ୟ ଏହି ପ୍ରସଙ୍ଗକୁ ଆଦୌ ନିଆଯାଏ ନାହିଁ। ଆମେ ଆଉ ପାଦେ ଆଗକୁ ଯାଇ କହିବୁ ଯେ, ଅର୍ଥନୈତିକ ଅଭିବୃଦ୍ଧି ହୋଇ ନ ପାରିଲେ ବି ଶାସକ ଦଳ ଉପରେ ତାହାର କୌଣସି ପ୍ରଭାବ ପଡ଼ି ନ ଥାଏ। ଏହା କୌଣସି ନୂଆ ଘଟଣା ନୁହେଁ। ଏହାର ଦୃଷ୍ଟାନ୍ତ ମଧ୍ୟ ରହିଛି। ଆମେ ଲକ୍ଷ୍ୟ କରି ପାରିବା ଯେ, ଗତ ଦଶନ୍ଧି ଦଶନ୍ଧି ଧରି ଅଭିବୃଦ୍ଧି ହାର ଖାସ୍‌ କରି ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ସମୟରେ ପ୍ରାୟ ୩ ପ୍ରତିଶତ ରହିଥିଲା, ଯାହାକୁ କି ହିନ୍ଦୁ ଅଭିବୃଦ୍ଧି ହାର କୁହାଯାଉଥିଲା। ଏହା ସତ୍ତ୍ୱେ ସେମାନେ ଏବଂ ସେମାନଙ୍କ ଦଳ ବେଶ୍‌ ଲୋକପ୍ରିୟ ହେବା ସହିତ କ୍ଷମତାରେ ମଧ୍ୟ ରହିପାରିଥିଲେ।
ଚାକିରି କ୍ଷେତ୍ରକୁ ଦେଖିବା। ସରକାରୀ ତଥ୍ୟ ଅନୁଯାୟୀ କେବଳ ଦକ୍ଷିଣ ଏସିଆରେ ନୁହେଁ, ସାରା ବିଶ୍ୱରେ ଭାରତର ଶ୍ରମ ଭାଗୀଦାରି ହାର ସବୁଠୁ କମ୍‌। ଆମେରିକାରେଏହି ହାର ୬୦%, ଥାଇଲାଣ୍ଡରେ ପାଖାପାଖି ୭୦% ଏବଂ ଚାଇନା ଓ ଭିଏତ୍‌ନାମରେ ପ୍ରାୟ ୭୫%। ଭାରତରେ ଉକ୍ତ ହାର ୪୦% ଏବଂ ଏହା ପାକିସ୍ତାନ ଓ ଏପରି କି ଆଫଗାନିସ୍ତାନଠାରୁ କମ୍‌। ଲୋକମାନଙ୍କ ପାଇଁ ଚାକିରି ପାଇବା ସମ୍ଭବ ହେଉ ନ ଥିବାରୁ ସେମାନେ ଚାକିରି ଖୋଜିବା ବି ବନ୍ଦ କରିଦେଇଛନ୍ତି। ୨୦୦୪ ତୁଳନାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଆକାର ଏବେ ୪ ଗୁଣ ବଢ଼ିଥିଲେ ମଧ୍ୟ ସରକାରଙ୍କ ପାଖରେ ଟଙ୍କା ନ ଥିବାରୁ ଏହାର ଚାହିଦା ପୂରଣ ହୋଇପାରିନାହିଁ। ଶ୍ରମ ବଜାରରେ କମ୍‌ ଲୋକ ରହିଥିବାରୁ ସରକାରୀ ତଥ୍ୟ ଅନୁଯାୟୀ ୨୦୧୮ରେ ବେକାରିଙ୍କ ସଂଖ୍ୟା ରେକର୍ଡ ସ୍ତର ୬ ପ୍ରତିଶତରେ ପହଞ୍ଚିଥିଲା ଏବଂ ଏଯାବତ୍‌ ସେହି ହାରରୁ ଏହା ତଳକୁ ଖସି ନାହିଁ। ମାନ୍ଦା ଅର୍ଥ ବ୍ୟବସ୍ଥା ସହ ଚାକିରି ସମସ୍ୟା ଲାଗିରହିଛି। ପୁନର୍ବାର ସରକାରଙ୍କ ତଥ୍ୟକୁ ଦେଖିଲେ ଜଣାପଡ଼େ ଯେ, ମୋଟ୍‌ ଘରୋଇ ଉପତ୍ାଦ(ଜିଡିପି) ଅଭିବୃଦ୍ଧି ଜାନୁୟାରୀ ୨୦୧୮ରୁ ନିମ୍ନଗାମୀ ହେବା ଆରମ୍ଭ ହୋଇ କୋଭିଡ୍‌-୧୯ ମହାମାରୀ ପୂର୍ବରୁ ଲଗାତର ଦୁଇ ବର୍ଷ ୩ ମାସ ଧରି ତଳକୁ ଖସିଚାଲିଥିଲା। ତା’ପରେ ମହାମାରୀ ଅର୍ଥ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମାନ୍ଦା କରିଦେଲା। ଚଳିତ ବର୍ଷ ଯେଉଁ ଉଚ୍ଚ ଅଭିବୃଦ୍ଧି କଥା କୁହାଯାଉଛି ତାହା ଦୁଇ ବର୍ଷ ପୂର୍ବେ ଥିଲା ଏବଂ ଆମେ ସେହି ସ୍ତରରେ ହିଁ ପହଞ୍ଚିବା। ଏଥିରୁ ଜଣାପଡ଼େ, ଭାରତର ଅର୍ଥ ବ୍ୟବସ୍ଥା ଏବଂ ଲୋକଙ୍କୁ କାମ ଯୋଗାଇଦେବାରେ ଏହାର କ୍ଷମତା ଦୀର୍ଘଦିନ ହେବ ସମସ୍ୟାରେ ରହି ଆସିଛି। କିନ୍ତୁ ଏହା ଆମ ରାଜନୈତିକ ବିତର୍କର ପ୍ରସଙ୍ଗ ହୋଇନାହିଁ କି ଏକ୍ଷେତ୍ରରେ ସୁଧାର ଆଣିବା ଲାଗି ଶାସକ ଦଳ ଉପରେ କୌଣସି ଚାପ ମଧ୍ୟ ରହିନାହିଁ। ଆର୍ଥିକ ବିଫଳତା ଏବଂ ବେରୋଜଗାର ପ୍ରସଙ୍ଗରେ ବିରୋଧୀମାନେ ଲୋକମାନଙ୍କୁ ସଂଗଠିତ କରିପାରି ନାହାନ୍ତି। କେବଳ ଦୁଇଟି ଘଟଣାରେ ଅର୍ଥାତ୍‌ କିଛି ବର୍ଷ ପୂର୍ବେ ଚାକିରିକୁ ନେଇ କରାଯାଇଥିବା ପଟିଦାର ଆନ୍ଦୋଳନ ଏବଂ ନିକଟରେ ରେଲଓ୍ବେ ନିଯୁକ୍ତି ପାଇଁ ଉତ୍ତରପ୍ରଦେଶ ଏବଂ ବିହାରରେ ହୋଇଥିତ୍ବା ଆନ୍ଦୋଳନରେ ଲୋକମାନେ ସ୍ବତଃସ୍ଫୂର୍ତ୍ତ ଭାବେ ସଂଗଠିତ ହୋଇଛନ୍ତି। ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ ପଛକୁ ରଖି ଅର୍ଥ ବ୍ୟବସ୍ଥା ଓ ଚାକିରି ଉପରେ ବିରୋଧୀ ବିତର୍କ ବା ଆଲୋଚନା କରିବାକୁ ଚାହଁଲେ ବି ସେଥିରେ ସକ୍ଷମ ହୋଇନାହିଁ। ତେବେ କାହିଁକି ଏମିତି ହୋଇଛି? ମିଡିଆ ଏସବୁ ବିଷୟକୁ କଭର୍‌ କରିବାକୁ ଚାହଁୁନାହିଁ ବୋଲି ନ୍ୟୁଜ ଆଙ୍କର ରବିସ୍‌ କୁମାର ଯାହା କହିଛନ୍ତି, ତାହା ଏକ ଉତ୍ତର ହୋଇପାରେ। ସେ କହିଛନ୍ତି, ଯଦି ମିଡିଆ ଲଗାତର ଦୁଇ ସପ୍ତାହ ଚାକିରି ପ୍ରସଙ୍ଗକୁ ଧ୍ୟାନଦେବ ତେବେ ସରକାର ରାସ୍ତାରେ ଆନ୍ଦୋଳନରତ ଲୋକଙ୍କ ଦାବିକୁ ମାନିନେବେ। ସମ୍ଭବତଃ ଏହା ହିଁ ହୋଇଥାଏ। କିନ୍ତୁ ସାମ୍ପ୍ରତିକ ସମୟରେ ସୋସିଆଲ ମିଡିଆର ବ୍ୟାପକ ପ୍ରଚଳନ ଯୋଗୁ ୧୫ ବର୍ଷ ପୂର୍ବେ ଯେଭଳି ମୁଖ୍ୟଧାରା ମିଡିଆର ଆବଶ୍ୟକତା ରହିଥିଲା ତାହା ଆଉ ଦରକାର ପଡୁନାହିଁ। ଏଣୁ ମୁଖ୍ୟଧାରା ମିଡିଆ ସେ ସେବୁ ବିଷୟ ପ୍ରତି ଧ୍ୟାନ ନ ଦେଲେ ମଧ୍ୟ ତାହା ଦବିଯିବାର କୌଣସି ସମ୍ଭାବନା ନାହିଁ।
ଉତ୍ତରର ରହସ୍ୟ ଆହୁରି ଗଭୀରରେ ରହିଥିତ୍ବା ଜଣାପଡ଼ୁଛି। ସୁସ୍ଥ ଅର୍ଥ ବ୍ୟବସ୍ଥା, ଦକ୍ଷ ପରିଚାଳନା ଏବଂ ଚାକିରି ମିଳିବା ଭଳି ଏକ ପରିବେଶ ସୃଷ୍ଟି କରିବାରେ ସରକାରଙ୍କ ଦକ୍ଷତା ଆଦି ବ୍ୟାପକ ପ୍ରସଙ୍ଗଗୁଡ଼ିକ ଆମମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇନାହିଁ। ଯଦି ଏହାର ଗୁରୁତ୍ୱ ରହିଛି, ତେବେ ଆମେ କାହିଁକି ଏହାକୁ କମ୍‌ ଗୁରୁତ୍ୱ ଦେଉଛୁ। ଅଧିକ ମନ୍ଦିର, ଅଧିକ ପ୍ରତିମୂର୍ତ୍ତି ଏବଂ ଚଳିତ ସପ୍ତାହରେ କର୍ନାଟକରେ ବୁର୍ଖା ପିନ୍ଧିଥିବା ଯୁବତୀଙ୍କ କଲେଜ ପ୍ରବେଶକୁ ବନ୍ଦ କରିବା ଉପରେ ଆମେ ଯେତିକି ଗୁରୁତ୍ୱ ଦେଉଛେ ଅର୍ଥବ୍ୟବସ୍ଥା ଓ ଚାକିରି ଉପରେ ସେତିକି ଧ୍ୟାନ ଦେଉନାହଁୁ। ଆମମାନଙ୍କ ମଧ୍ୟରୁ ଯେଉଁ କେତେଜଣ ଆର୍ଥିକ ସଙ୍କଟ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନେ ଗୁଜରାଟରେ ହାର୍ଦ୍ଦିକ ପଟେଲଙ୍କ ନେତୃତ୍ୱରେ ସଂଗଠିତ ହୋଇଛନ୍ତି କିମ୍ବା ନିକଟରେ ରେଲଓ୍ବେ ନିଯୁକ୍ତି ପାଇଁ ଆନ୍ଦୋଳନ କରିଛନ୍ତି। ଏଥିରୁ ବୁଝାପଡ଼ୁଛି ତୃଣମୂଳ ସ୍ତରରେ କିଛି କାର୍ଯ୍ୟକଳାପ ଚାଲୁଛି। କିନ୍ତୁ ଅର୍ଥ ବ୍ୟବସ୍ଥା ଓ ବେକାରି ଭଳି ସମସ୍ୟାଭିତ୍ତିକ ପ୍ରସଙ୍ଗଗୁଡ଼ିକ ଉପରେ ମୁଖ୍ୟତଃ ପାଶ୍ଚାତ୍ୟର ଗଣତାନ୍ତ୍ରିକ ଦେଶଗୁଡ଼ିକ ଗୁରୁତ୍ୱ ଦେଉଥିବାବେଳେ ଆମେ ଏହିସବୁ ସମସ୍ୟାକୁ ଅଣଦେଖା କରୁଛୁ। ଲଗାତର ବିତର୍କରେ ରହୁଥିବା ବିଭିନ୍ନ ପ୍ରସଙ୍ଗ ନେତାମାନଙ୍କୁ ଏବଂ ପାର୍ଟିଗୁଡ଼ିକୁ ଗଢ଼ିତୋଳେ କିମ୍ବା ଭାଙ୍ଗିଦିଏ। କିନ୍ତୁ ଆମ ଦେଶରେ ଏହା ଉପରେ ଗୁରୁତ୍ୱ ଦିଆଯାଉନାହିଁ କି ଚିନ୍ତା ପ୍ରକଟ କରାଯାଉନାହିଁ।

ଆକାର ପଟେଲ

Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri