ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୬ା୨(ଡି.ଏନ୍‌.ଏ.): ଭକ୍ତ କବି ଦ୍ୱିଜ ଗୌରଚରଣ ଅଧିକାରୀଙ୍କ ସ୍ମୃତି ପୀଠ ମାଟିରେ ଲୀନ ହେବାକୁ ବସିଛି। ଦୀର୍ଘବର୍ଷ ହେବ ଏହି ପୀଠ ଅଲୋଡ଼ା ହୋଇ ପଡିରହିଛି। ଓଡ଼ିଶାର ଧାର୍ମିକ ଭାବଧାରାକୁ ଲେଖନୀ ଚାଳନାରେ ଦେଶରେ ପରିଚିତ କରାଇଥିବା ଗୌରଚରଣଙ୍କୁ ମନେ ପକାଇବାକୁ ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରତିନିଧି ତତ୍ପରତା ଦେଖାଉନାହାନ୍ତି। ତାଙ୍କର ପ୍ରତିମୂର୍ତ୍ତିକୁ ସାଇତି ରଖିବାକୁ ବାସଗୃହ ମରାମତି ହୋଇପାରୁ ନାହିଁ। କେବଳ ଭୋଟ ସମୟରେ ପ୍ରାର୍ଥୀଙ୍କ ପକ୍ଷରୁ ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତି ମିଳୁଛି। ଭୋଟ୍‌ ପରେ ଜନପ୍ରତିନିଧିମାନେ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଗ୍ରାମର ଦିବାକର ମହାପାତ୍ର ଓ ଅଜିତ ପଟ୍ଟନାୟକ କହିଛନ୍ତି। ଏହି ସ୍ମୃତିପୀଠର ପୁନରୁଦ୍ଧାର ପାଇଁ ପ୍ରାଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ବେଗୁନିଆ ବ୍ଲକ ଲେହଙ୍ଗ ଗ୍ରାମରେ ୧୮୧୪ରେ ଗୌରଚରଣ ଜନ୍ମଗ୍ରହଣ କରିଥିଲେ। ବାଲ୍ୟ ନାମ ପଦ୍ମଚରଣ ରହିଥିଲା। ୧୮୨୯ରେ ସେ ବୈଷ୍ଣବ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାମ ଦ୍ୱିଜ ଗୌରଚରଣ ଅଧିକାରୀ ହୋଇଥିଲା। ହିନ୍ଦୁ ଧର୍ମ ଉପରେ ବହୁ ଗ୍ରନ୍ଥ କବିତା ଆକାରରେ ରଚନା କରି ବୈଷ୍ଣବ କବି ଭାବେ ଖ୍ୟାତି ଅର୍ଜନ କରିଥିଲେ। ଶେଷରେ ‘କୃଷ୍ଣଲୀଳା’ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ୩୧୭ ଛାନ୍ଦ ଓ ୩୬୫ଟି ଗୀତର ସମାହାରକୁ ନେଇ ଗୌରଚରଣ କୃଷ୍ଣଲୀଳା ଲେଖିଥିଲେ। ଯେଉଁଥିରେ କୃଷ୍ଣଙ୍କ ବାଲ୍ୟଲୀଳାକୁ ସୁନ୍ଦରଭାବେ ଉପସ୍ଥାପନା କରିଥିଲେ। କୃଷ୍ଣଙ୍କ ଜନ୍ମଠାରୁ କଂସ ବଧ ପର୍ଯ୍ୟନ୍ତ ସମସ୍ତ କଥା ଛାନ୍ଦରେ ପ୍ରତିଫଳିତ ହୋଇଛି। ସେହିପରି ଲକ୍ଷ୍ମୀ ନାରାୟଣ କଳି, ଗୌରଚରଣ ପଦ୍ୟାବଳୀ, ଗୌରଚରଣ ଭଜନ ଶତକ ଆଦି ବହୁ ପୁସ୍ତକ ଲୋକପ୍ରିୟତା ହାସଲ କରିଛି। ଏଥିସହ ଓଡ଼ିଆ ଓ ବଙ୍ଗଳାରେ ଚୈତନ୍ୟ କୀର୍ତ୍ତନ, ସଙ୍କୀର୍ତ୍ତନ ମଣ୍ଡଳୀ ଆଦି ବହୁ ପୁସ୍ତକ ସେ ରଚନା କରିଛନ୍ତି। ୧୮୯୦ରେ ପୁରୀର ସିଦ୍ଧ ବ୍ରହ୍ମମଠାରେ ସେ ଶେଷନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କୁ ମନେ ପକାଇବାକୁ ଶ୍ରଦ୍ଧାଳୁମାନେ ପ୍ରତି ବର୍ଷ କାର୍ତ୍ତିକ ମାସ ପଞ୍ଚକରେ ଲେହଙ୍ଗ, ସିମୋର, ପଣସବସ୍ତ ସହିତ ଅନେକ ଗ୍ରାମରେ କୃଷ୍ଣଲୀଳାରୁ ଆଧାରିତ ନାଚ, ଗୀତ, ଗପ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରୁଛନ୍ତି। ସମୟାନୁକ୍ରମେ ଆଧୁନିକତାର ସ୍ପର୍ଶରେ ଧର୍ମଗ୍ରନ୍ଥ ପ୍ରତି ଲୋକଙ୍କ ଆଗ୍ରହ କମିବା ସହ ଭକ୍ତ କବିଙ୍କୁ ଭକ୍ତି ନାହିଁ ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଗୀତା, ଭାଗବତର ପ୍ରଚାର ଓ ପ୍ରସାର ପାଇଁ ଉଦ୍ୟମ ଜାରି ରହିଥିବାବେଳେ ଏହି ଧର୍ମଗ୍ରନ୍ଥ ପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?