ପିଏମ୍‌ଓରେ ଆଇଏଫ୍‌ଏସ୍‌

Dillip Cherian

ନିକଟରେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ର ତିନିଜଣ ଅଧିକାରୀ ଦୀପକ ମିତ୍ତଲ, ବିପିନ କୁମାର ଏବଂ ନିଧି ତିଓ୍ବାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରେ ଯଥାକ୍ରମେ ଜଏଣ୍ଟ ସେକ୍ରେଟାରି, ଡେପୁଟି ସେକ୍ରେଟାରି ଏବଂ ଅଣ୍ଡର୍‌ସେକ୍ରେଟାରି ର଼୍ୟାଙ୍କରେ ଯୋଗଦେଇଛନ୍ତି। ଭାରତ ଜି୨୦ ଅଧ୍ୟକ୍ଷତା ଗ୍ରହଣ କରିଥିତ୍ବା ଦୃଷ୍ଟିରୁ ପିଏମ୍‌ଓର ସମ୍ମାନଜନକ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ଏମାନଙ୍କର ପ୍ରବେଶ ହୋଇଛି। ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ପାଇଁ ଗୋଟିଏ ବର୍ଷ ବ୍ୟସ୍ତବହୁଳ ହେବାକୁ ଯାଉଛି। ଜି୨୦ ସମ୍ମିଳନୀ ମୁଖ୍ୟ ଭାବେ ଭାରତର ଏକ ବର୍ଷ କାର୍ଯ୍ୟକାଳ ତ୍ରୁଟିଶୂନ୍ୟ ବୋଲି ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ଉପରେ ନିର୍ଭର କରିବେ। କିନ୍ତୁ ପର୍ଯ୍ୟବେକ୍ଷକଙ୍କ ମତରେ, ମୋଦି ସରକାର କେବଳ ଆଇଏଏସ୍‌ ଲାଗି ପୂର୍ବରୁ ଉଦ୍ଦିଷ୍ଟ ରହିଥିବା ପଦବୀଗୁଡ଼ିକୁ ଅଣ ଆଇଏଏସ୍‌ ସେବାସବୁକୁ ପଦୋନ୍ନତି ଦେବାକୁ ଅଧିକ ଚାହଁୁଛନ୍ତି। ସରକାର ନିଯୁକ୍ତି ସକାଶେ ସମସ୍ତ ସେବାରୁ ଅଧିକାରୀମାନଙ୍କ ନାମ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟଗୁଡ଼ିକରେ ମହତ୍ତ୍ୱପୂର୍ଣ୍ଣ ପଦବୀଗୁଡ଼ିକୁ ପଦୋନ୍ନତି ଦେଉଛନ୍ତି। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ; କାରଣ ସରକାର ପୂର୍ବରୁ ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଓଏସ୍‌) ଏବଂ ଭାରତୀୟ ରାଜସ୍ବ ସେବା ( ଆଇଆର୍‌ଏସ୍‌)ଅଧିକାରୀମାନଙ୍କୁ ଦୀର୍ଘଦିନରୁ ଆଇଏଏସ୍‌ ଅଧିକାରୀଙ୍କ ପଦବୀଗୁଡ଼ିକରେ ନିଯୁକ୍ତି ଦେଇଛନ୍ତି। ସରକାର କହିଛନ୍ତି ଯେ, ଆଇଏଏସ୍‌ ଅଧିକାରୀଙ୍କ ପାଇଁ କୌଣସି ପଦବୀ ସଂରକ୍ଷିତ ନୁହେଁ। ଏଣୁ ସରକାର ସବୁ ସେବାରୁ ଯୋଗ୍ୟତା ଆଧାରରେ ଅଧିକାରୀମାନଙ୍କୁ ନିଯୁକ୍ତ କରୁଛନ୍ତି।
ଏମ୍‌ଏଚ୍‌ଏର କଡ଼ା ପଦକ୍ଷେପ
୨୦୧୯ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ନେବା ପରଠାରୁ ତାଙ୍କ ଦୃଢ ବ୍ୟକ୍ତିତ୍ୱସମ୍ପନ୍ନ ଭାବମୂର୍ତ୍ତିକୁ ଅଧିକ ଆକର୍ଷକ କରିବାକୁ ଚାହଁିଛନ୍ତି। ବାବୁମାନଙ୍କ ଅପରାଧ ରୋକିବା ଲାଗି ମୋଦି ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଧାରାକୁ ସେ ଏକ ନୂଆ ସ୍ତରକୁ ନେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ପାଇଁ ୨୦୨୧ ଏକ ଭଲ ବର୍ଷ ଥିଲା । ଉକ୍ତ ବର୍ଷରେ ପ୍ରତି ସପ୍ତାହରେ ଏମ୍‌ଏଚ୍‌ଏ ଅତି କମ୍‌ରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୨୧ରେ ଅତି କମ୍‌ରେ୧୦ ଜଣ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ପଦଚ୍ୟୁତ, ବହିଷ୍କାର ଏବଂ ବାଧ୍ୟତାମୂଳକ ଅବସର ଭଳି କାର୍ଯ୍ୟାନୁଷ୍ଠାନକୁ ସାମ୍‌ନା କରିଥିଲେ। କିନ୍ତୁ ୨୦୨୦ ଏବଂ ୨୦୧୯ରେ ପ୍ରତ୍ୟେକ ବର୍ଷ ମାତ୍ର ୨ ଜଣ ଅଧିକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡର ମୁଖ୍ୟ ସଚିବ ଜେ. ନରିନ ଯୌନ ନିର୍ଯାତନା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି; ଯାହା ଏବକା ସମୟରେ ଏକ ହାଇ ପ୍ରୋଫାଇଲ କେସ୍‌। ଏମ୍‌ଏଚ୍‌ଏର ବାର୍ଷିକ ରିପୋର୍ଟରୁ ପ୍ରକାଶ ଯେ,୨୦୨୧ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ୨୪୯ ଜଣ ଉଚ୍ଚପଦାଧିକାରୀଙ୍କ ବିରୋଧରେ ୨୩୭ଟି ଶୃଙ୍ଖଳାଗତ ମାମଲା ଦାୟର ହୋଇଥିଲା। ୪୮ଟି ମାମଲାରେ ଜଡ଼ିତ ୫୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସାମାନ୍ୟ ଆଇନ ଉଲ୍ଲଂଘନଠାରୁ ଆରମ୍ଭ କରି ଗମ୍ଭୀର ଅପରାଧ ଉପରେ ଦଣ୍ଡ ବିଧାନ ହୋଇଥିଲା। ଶାହାଙ୍କ ପ୍ରକ୍ରିୟାରେ ଜଣେ ଅଧିକାରୀଙ୍କୁ ଭର୍ତ୍ସନା କରିବା କିମ୍ବା ଚେତାବନୀ ଦେବା ଦୃଷ୍ଟାନ୍ତ କମ୍‌ , କିନ୍ତୁ ଚାକିରିରୁ ପଦଚ୍ୟୁତ ଓ ବହିଷ୍କାର କରିବା ଘଟଣା ଅଧିକ । ଏହି ପ୍ରକ୍ରିିୟାରେ ମନ୍ତ୍ରଣାଳୟରେ ଥିବା ଏକ ଭିଜିଲାନ୍ସ ସେଲ୍‌ ଶାହାଙ୍କୁ ସହଯୋଗ କରୁଛି । ଏହାର ମୁଖ୍ୟ ରହିଛନ୍ତି ଜଣେ ଯୁଗ୍ମ ସଚିବ ସ୍ତରୀୟ ଅଧିକାରୀ।
ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ସବୁଠୁ ବ୍ୟସ୍ତ ସରକାରୀ ସଂସ୍ଥା । ଏସ୍‌.କେ.ମିଶ୍ର ଏହାର ନିର୍ଦ୍ଦେଶକ ଭାବେ ୪ ବର୍ଷ ରହିସାରିବା ପରେ ତାଙ୍କ କାର୍ଯ୍ୟକାଳ ତୃତୀୟ ଥର ବୃଦ୍ଧି କରାଯାଇଛି। ଏହାର ଯୁକ୍ତିଯୁକ୍ତତା ଦର୍ଶାଇବା ଲାଗି ପ୍ରୟାସ କରାଯାଇଛି ଏବଂ କୁହାଯାଇଛି ଯେ, ମିଶ୍ର ଅନେକ ହାଇ ପ୍ରୋଫାଇଲ ତଦନ୍ତର ନେତୃତ୍ୱ ନେଉଛନ୍ତି ଓ ଅନ୍ୟ କେହି ତାଙ୍କ ବଦଳରେ ଦାୟିତ୍ୱ ନେଲେ ତଦନ୍ତଗୁଡ଼ିକ ଗତିଶୀଳତା ହରାଇବ। ଉକ୍ତ ସମ୍ପ୍ରସାରଣ ଯୋଗୁ ମିଶ୍ର ଆସନ୍ତା ବର୍ଷ ତାଙ୍କ କାର୍ଯ୍ୟକାଳର ୫ ବର୍ଷ ପୂରଣ କରିବେ । ସୂଚନାଯୋଗ୍ୟ, ଗତ ବର୍ଷ ସରକାର ସିବିଆଇ ଏବଂ ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣକୁ ନେଇ ଏକ ଅଧ୍ୟାଦେଶ ଆଣି ଦର୍ଶାାଇଥିତ୍ଲେ ଯେ, ଏହି ଦୁଇ ସଂସ୍ଥାର ନିର୍ଦ୍ଦେଶକଙ୍କ ବାଧ୍ୟତାମୂଳକ ୨ ବର୍ଷ କାର୍ଯ୍ୟକାଳ ପରେ ୩ ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇପାରିବ। ଏଥିତ୍ପାଇଁ ମିଶ୍ରଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ସମ୍ପ୍ରସାରଣ କରାଯାଇଥିଲା। ହେଲେ ମିଶ୍ରଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣକୁ ନେଇ ଏବେ ସୁପ୍ରିମକୋର୍ଟରେ ଅନେକ ପିଟିଶନ ବିଚାରାଧୀନ ରହିଛି। କେବଳ ମିଶ୍ରଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ନୁହେଁ, ବରଂ ସିଭିସି ଏବଂ ଡିଏସ୍‌ପିଇ ଆଇନରେ ଅଣାଯାଇଥିବା ସଂଶୋଧନ ଉପରେ ପିଟିଶନଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଯେ, ଇଡି ଓ ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ସୀମିତ କରିବା ଦୁୁର୍ନୀତି ଏବଂ ମନି ଲଣ୍ଡରିଂ ବିରୋଧରେ ଭାରତର ଦୃଢ ପଦକ୍ଷେପ ଉପରେ ବିପରୀତ ପ୍ରଭାବ ପକାଇବ। ଚଳିତ ବର୍ଷ ସେପ୍ଟେମ୍ବରରେ ସରକାର କୋର୍ଟରେ ଦାଖଲ କରିଥିବା ତାଙ୍କ ସତ୍ୟପାଠରେ କହିଛନ୍ତି ଯେ, ବୃହତ୍‌ ସାର୍ବଜନୀନ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦୁଇ ବର୍ଷ ପରେ ଦିଆଯାଉଥିବା ପ୍ରତ୍ୟେକଟି ସମ୍ପ୍ରସାରଣ କ୍ଷେତ୍ରରେ ବହୁ ସୁରକ୍ଷାମତ୍କ ପଦକ୍ଷେପ ନିଆଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri