Posted inଫୁରସତ

ଅଧିକ ସମୟ କାମ କଲେ ଖସିଯିବ ମାଉସ୍‌

କେପ୍‌ ଟାଉନ୍‌: ଅଫିସ୍‌ରେ କାମର ଚାପ ବଢ଼ିବା କାରଣରୁ କର୍ମଜୀବୀ ବ୍ୟକ୍ତି ନିଜ ପରିବାରକୁ ସମୟ ଦେବାରୁ ବଞ୍ଚିତ ହେଉଛନ୍ତି। ଖାଲି ସେତିକି ନୁହେଁ ଓ୍ବାର୍କଲୋଡ୍‌ କାରଣରୁ ଶରୀରରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ୁଥିବା ଯୋଗୁ ବହୁବିଧ ରୋଗରେ ଲୋକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏପ୍ରକାର ସମସ୍ୟାକୁ କିଛିମାତ୍ରାରେ ଲାଘବ କରିବା ପାଇଁ ବିଦେଶୀ କମ୍ପାନୀ ସାମ୍‌ସଙ୍ଗ୍‌ ଏକ ସ୍ବତନ୍ତ୍ର ଧରଣ ମାଉସ୍‌ ତିଆରି କରିଛି, ଯାହାର ନାମ ସାମ୍‌ସଙ୍ଗ ବାଲାନ୍ସ ମାଉସ୍‌ ରଖାଯାଇଛି। ଅଫିସ୍‌ ଟାଇମ୍‌ଠାରୁ ଅଧିକ ସମୟ କାମ କଲେ ଏହି ମାଉସ୍‌ଟି ସ୍ବତଃ ଭାବେ କାମ କରିବା ବନ୍ଦ କରିଦେବ। ବିଶେଷ ପ୍ରକାର ଟେକ୍ନୋଲୋଜିରେ ତିଆରି ହୋଇଥିବା ଏହି ମାଉସ୍‌ରେ ସ୍ବତନ୍ତ୍ର ପ୍ରକାର ଫିଚର୍‌ ରହିଛି, ଯେଉଁଥିରେ ଅଫିସ୍‌ ସମୟ ଅତିବାହିତ ହୋଇଗଲା ପରେ ଏହା ହାତରୁ ଖସିଯିବ। ଅର୍ଥାତ୍‌ ଏହା ନିଜସ୍ବ ସେଲ ବା ଖୋଳରୁ ବାହାରି ଚାଲିଯିବ ଏବଂ ଆଉ ଧରା ଦେବ ନାହିଁ।

ଅଫିସ କାମ ସାଙ୍ଗକୁ ପରିବାର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ଏହି ମାଉସ୍‌ ସାହାଯ୍ୟ କରିବ। ତେବେ ସାଉଥ୍‌ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ନିଜ ଅଫିସିଆଲ ୟୁଟ୍ୟୁବ୍‌ ଚ୍ୟାନେଲରେ ବାଲାନ୍ସ ମାଉସ୍‌ ନେଇ ଏକ ବିଜ୍ଞାପନ ଜାରି କରିଛି। ଜଣେ କର୍ମଚାରୀ ଅଫିସ୍‌ ସମୟ ପରେ ଏକୁଟିଆ କାମ କରୁଥିବାବେଳେ ହଠାତ୍‌ ମାଉସ୍‌ଟି ନିଜ ସ୍ଥାନରୁ ଦୂରକୁ ଚାଲିଯାଉଛି। ଏହାପରେ ଉକ୍ତ କର୍ମଚାରୀ ଯେତେଚେଷ୍ଟା କଲେ ବି ମାଉସ୍‌ଟି ଆଉ ଧରା ଦେଉ ନ ଥିବା ଦେଖିବାକୁ ମିଳିଛି। ତେବେ ଏହି ବିଶେଷ ପ୍ରକାର ମାଉସ୍‌ର ନିର୍ମାଣ ପ୍ରଣାଳୀ ଆରମ୍ଭ ହୋଇଥିବାବେଳେ ଏହା କେଉଁ ସମୟରେ ବଜାରରେ ଉପଲବ୍ଧ ହେବ ତାହା କମ୍ପାନୀ ପକ୍ଷରୁ କୁହାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ରକ୍ଷା ପାଇବା ପାଇଁ ଅଟୋରେ ଲଗାଇଲେ ଓ୍ବାସ୍‌ ବେଶିନ

ମହାମାରୀ କରୋନା (କୋଭିଡ-୧୯) ସମଗ୍ର ବିଶ୍ୱକୁ କବଳିତ କରିଛି। ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେବେ କରୋନା ଠାରୁ...

ନିଲାମ ହେଲା ୭.୫ କୋଟି ବର୍ଷ ତଳର ଡାଇନୋସର କଙ୍କାଳ, ଦାମ୍‌ ରହିଛି…

ନ୍ୟୁୟର୍କ,୨୯ା୭: ନ୍ୟୁୟର୍କର ସୁଥ୍‌ବେ ନିଲାମ ହାଉସ୍‌ରେ ମିଳିଥିବା ୭୭ ମିଲିୟନ ବର୍ଷ ପୁରୁଣା ଡାଇନୋସର କଙ୍କାଳ ୬୧ ମିଲିୟନ ଡଲାରରେ ବିକ୍ରି ହୋଇଛି। ନିଲାମ ଗୃହର...

ମର୍ଡନ୍‌ ମାଙ୍କଡ଼ ଶୋଇବା ପାଇଁ କରୁଛି ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ତ୍ୱଚାରେ ୯ ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ, ୭।୧୦: କରୋନା ମହାମାରୀ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ତ୍ୱଚାରେ କରୋନା...

ଯେଉଁ ଦେଶରେ ନାହିଁ ନିଜସ୍ବ ମୁଦ୍ରା

ପ୍ରତ୍ୟେକ ଦେଶର ଏକ ନିଜସ୍ବ ମୁଦ୍ରା ରହିଥାଏ। ଯେପରି ଭାରତର ଟଙ୍କା ବା ରୁପି, ଆମେରିକାର ଡଲାର, ଇଂଲଣ୍ଡର ୟୁରୋ ଇତ୍ୟାଦି। ହେଲେ ଆପଣ ଜାଣନ୍ତିକି,...

ଆସୁଛି ଆଉ ଏକ ମହାପ୍ରଳୟ

ନ୍ୟୁୟର୍କ: ଆଜକୁ ୨୬୦ ମିଲିଅନ ଅର୍ଥାତ୍‌ ପାଖାପାଖି ୨୬ କୋଟି ବର୍ଷ ପୂର୍ବେ ପୃଥିବୀ ସାମୂହିକ ବିନାଶର ବା ମହାପ୍ରଳୟର ସମ୍ମୁଖୀନ ହୋଇଥିଲା। ସେ ସମୟରେ...

ବିବାହ ଗାଉନ୍‌ ପିନ୍ଧି ଟିକା କେନ୍ଦ୍ରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି

କରୋନା ଭାଇରସ ପୁଣି ଥରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କଲାଣି। ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି। ଲୋକଙ୍କୁ ମଧ୍ୟ ଟିକା...

ରାଗି କି ଅଗ୍ନିଶମ କର୍ମଚାରୀଙ୍କୁ ଗୋଡ଼ାଇଲା ଗାଈ, ଭିଡିଓ ଦେଖିଲେ…

ପୋଲିସ ଅଧିକାରୀ, ଅଗ୍ନିଶମ କର୍ମଚାରୀ ଏବଂ ଜରୁରିକାଳୀନ କମର୍ଚାରୀମାନେ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିର ସମ୍ମୁଖୀନ କରିଥାନ୍ତି। ମାତ୍ର ବେଳେବେଳେ ସେମାନେ କିଛି ବିଚିତ୍ର ପରିସ୍ଥିତିର ସାମ୍ନା...

Advertisement
Archives

Model This Week