Posted inଖେଳ

ଯଦି ଡବ୍ଲୁଟିସି ଫାଇନାଲ ଭଳି ମ୍ୟାଚର ପ୍ରସ୍ତୁତି କରିବାର ଅଛି, ତେବେ ଆଇପିଏଲ ଛାଡିବାକୁ ପଡ଼ିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଫାଇନାଲରେ ଭାରତୀୟ ଦଳ ପରାଜୟ ହୋଇଛି। ଯାହାର ମୁଖ୍ୟ କାରଣ ଦଳର ପ୍ରସ୍ତୁତି ଅଭାବ ବୋଲି ଦର୍ଶାଯାଇଛି। ଫାଇନାଲ ମ୍ୟାଚରେ ପରାଜୟ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ଏଭଳି ମ୍ୟାଚ ପାଇଁ ପ୍ରସ୍ତୁତି ପାଇଁ ଅତି କମରେ ୨୦ରୁ ୨୫ଦିନ ପ୍ରସ୍ତୁତି ପାଇଁ ସମୟ ମିଳିବା ଉଚିତ୍‌। ଭାରତୀୟ ଦଳର ପୂର୍ବତନ ମୁଖ୍ୟ ରବି ଶାସ୍ତ୍ରୀ ତାଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏହି ସବୁ ଜିନିଷ ଖେଳାଳିଙ୍କ ଉପରେ ନିର୍ଭର କରୁଛି, ସେମାନଙ୍କୁ କ’ଣ ବାଛିବାକୁ ପଡ଼ିବ।

ଡବ୍ଲୁଟିସି ଫାଇନାଲରେ ପରାଜୟ ପରେ ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା କରି ରବି ଶାସ୍ତ୍ରୀ କହିଛନ୍ତି ଯେ, ଆଜିର ସମୟରେ ଏହା ଆଦୌ ହେବ ନାହିଁ ଯେ, ଆପଣ ଏକ ସିରିଜ ପାଇଁ ୨୦ରୁ ୨୧ ଦିନ ସମୟ ନେଇପାରିବେ। ୨୦୨୧ରେ ଶେଷ ଥର ଦେଖିବାକୁ ମିଳିଥିଲା, ଯେତେବେଳେ ଭାରତ ୩ ସପ୍ତାହ ପୂର୍ବରୁ ଇଂଲଣ୍ଡ ଗସ୍ତ ଗସ୍ତ କରି ପ୍ରସ୍ତୁତି ଆରମ୍ଭ କରିଥିଲା। ଏହା ମଧ୍ୟ ଆମକୁ ଉପକୃତ କରିଥିଲା ଏବଂ ସେହି ସିରିଜରେ ଆମେ ୨-୧ରେ ଆଗରେ ରହିଥିଲୁ ।

ଶାସ୍ତ୍ରୀ ଆହୁରି କହିଛନ୍ତି, ଏହା ହୋଇପାରେ କାରଣ ସେହି ସମୟରେ କରୋନା କାରଣରୁ ଆଇପିଏଲ ସ୍ଥଗିତ ରଖାଯାଇଥିଲା। ଏହି କାରଣରୁ, ନିର୍ଦ୍ଧାରିତ ସମୟ ପୂର୍ବରୁ ଆମେ ଇଂଲଣ୍ଡରେ ପହଞ୍ଚିଯାଇଥିଲୁ। ଆମକୁ ଆଜିର ସମୟ ଅନୁଯାୟୀ ବଞ୍ଚିବାକୁ ପଡିବ। ଯଦି ଆମକୁ ଏହିପରି ଫାଇନାଲ ମ୍ୟାଚ ପାଇଁ ୨୦ଦିନ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡିବ, ତେବେ ଆମକୁ ଆଇପିଏଲ ଛାଡିବାକୁ ପଡିବ। କିନ୍ତୁ ଏହି ସବୁ ଜିନିଷ ଖେଳାଳିଙ୍କ ଉପରେ ନିର୍ଭର କରେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?