୪୦ ବର୍ଷ ପରେ ନିଜକୁ ଫିଟ୍‌ ରଖିବାକୁ ଚାହୁଁଥିଲେ, ଏହିସବୁ ଅଭିନେତ୍ରୀଙ୍କ ଫିଟ୍‌ନେସ୍‌ ଟିପ୍ସ କରନ୍ତୁ ଫଲୋ

ବଲିଉଡ ସେଲିବ୍ରିଟିମାନେ ନିଜକୁ ଫିଟ୍‌ ରଖିବାକୁ କଠିନ ପରିଶ୍ରମ କରନ୍ତି। ଅନେକ ସେଲିବ୍ରିଟି ଫିଟ୍‌ ରହିବା ପାଇଁ ପ୍ରତିଦିନ ଯୋଗ କରିବାକୁ ଆଦୌ ଭୁଲନ୍ତି ନାହିଁ। ମଲାଇକା ଆରୋରାଙ୍କଠାରୁ ବିପାଶାଙ୍କ ପର୍ଯ୍ୟନ୍ତ ଅଭିନେତ୍ରୀମାନେ ୪୦ ବର୍ଷ ବୟସ ଅତିକ୍ରମ କରିଥିଲେ ମଧ୍ୟ ସେମାନେ ଗ୍ଲାମରସ ଏବଂ ଫିଟ ଦେଖାଯାଉଛନ୍ତି। ଏହି ଅଭିନେତ୍ରୀମାନେ କେବଳ ଯୋଗକୁ ସେମାନଙ୍କର ଦୈନନ୍ଦିନ ଜୀବନରେ ସାମିଲ କରିନାହାନ୍ତି, ବରଂ ସେମାନଙ୍କର ଖାଦ୍ୟପେୟକୁ ମଧ୍ୟ ସନ୍ତୁଳିତ ରଖିଛନ୍ତି। ଆସନ୍ତୁ ଜାଣିବା ନିଜକୁ ଫିଟ ରଖିବା ପାଇଁ ଅଭିନେତ୍ରୀମାନେ କ’ଣ କରନ୍ତି।

मलाइका अरोड़ा
ଅଭିନେତ୍ରୀ ମଲାଇକା ଆରୋରାଙ୍କୁ ୪୭ ବର୍ଷ ବୟସ ହୋଇଛି କିନ୍ତୁ ତାଙ୍କ ଫିଟନେସ ଏବଂ ଗ୍ଲାମର ସହିତ ସେ ଯୁବ ଅଭିନେତ୍ରୀମାନଙ୍କୁ ପଛରେ ପକାଇ ଦିଅନ୍ତି। ମଲାଇକା ପ୍ରତିଦିନ ଯୋଗ କରିବା ସହ ସୋସିଆଲ ମିଡିଆ ମାଧ୍ୟମରେ ଏଥିପ୍ରତି ଲୋକଙ୍କୁ ଉତ୍ସାହିତ କରୁଥିବା ମଧ୍ୟ ଦେଖାଯାଏ। ମଲାଇକା ତାଙ୍କ ବ୍ୟାୟାମ ଏବଂ ଯୋଗ ରୁଟିନକୁ କଡା ଭାବରେ ଅନୁସରଣ କରନ୍ତି। ଯୋଗ କରିବା ସହ ମଲାଇକା ଖାଦ୍ୟ ସଠିକ୍‌ ଭାବେ ନିଅନ୍ତି। ପ୍ରତିଦିନ ଖାଦ୍ୟରେ କିଛି ପରିମାଣର ଘିଅ ଏବଂ ପାଣିରେ ମହୁ ମିଶାଇ ପିଅନ୍ତି। ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ରାତ୍ରୀ ଭୋଜନ କରିବା ଉଚିତ, କାରଣ ଏହା ହଜମ ହେବା ସହଜ ଅଟେ ବୋଲି ମଲାଇକା ବିଶ୍ୱାସ କରନ୍ତି।

शिल्पा शेट्टी
ବଲିଉଡର ଫିଟ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ଶିଳ୍ପା ଶେଟ୍ଟୀ ଅନ୍ୟତମ। ୪୭ ବଷର୍ର୍ୀୟା ଶିଳ୍ପା ଯୋଗ ପାଇଁ ପ୍ରସିଦ୍ଧ। ସେ ଅନେକ ସମୟରେ ନିଜର ଯୋଗ ଭିଡିଓ ପ୍ରଶଂସକଙ୍କ ସହ ଶେୟାର କରନ୍ତି। ଯୋଗ ଏବଂ ବ୍ୟାୟାମ ବ୍ୟତୀତ ସେ ପ୍ରୋଟିନଯୁକ୍ତ ଖାନ୍ୟ ଖାଆନ୍ତି। ତାଙ୍କ ଦିନ ଆମଲା ଏବଂ ଆଲୋଭେରା ରସରୁ ଆରମ୍ଭ ହୁଏ। ଖାଦ୍ୟରେ ଅଲିଭ ତେଲର ବ୍ୟବହାର ସହିତ ସେ ପ୍ରାୟତଃ ଶାକାହାରୀ ଏବଂ ସନ୍ତୁଳିତ ଖାଦ୍ୟକୁ ପସନ୍ଦ କରନ୍ତି।

बिपाशा बसु
ଅଭିନେତ୍ରୀ ବିପାଶା ବସୁ ମଧ୍ୟ ତାଙ୍କ ଚମତ୍କାର ଫିଟନେସ ପାଇଁ ଚର୍ଚ୍ଚାରେ ଥାନ୍ତି। ନିଜକୁ ଫିଟ ରଖିବା ପାଇଁ ବିପାଶା ଯୋଗ ଏବଂ ବିଭିନ୍ନ ବ୍ୟାୟାମରୁ ସକାଳ ଆରମ୍ଭ କରନ୍ତି। ସେ ମଧ୍ୟ ଫିଟ ରହିବାକୁ ଲୋକଙ୍କୁ ପ୍ରେରଣା ଦିଅନ୍ତି। ସେ ନିଜର ଏକ ଡିଭିଡି ମଧ୍ୟ ରିଲିଜ କରିଛନ୍ତି। ଏକାସାଙ୍ଗରେ ଅଧିକ ଖାଇବା ପରିବର୍ତ୍ତେ, ସେ ଦିନକୁ ଛଅରୁ ସାତ ଥର ଖାଦ୍ୟ ଗ୍ରହଣ କରନ୍ତି। ସେ ଖାଦ୍ୟରେ ସବୁଜ ପନିପରିବା, ଅଣ୍ଡା, ଟୋଷ୍ଟ ଏବଂ ଫଳ ସାମିଲ କରନ୍ତି। ଏହା ବ୍ୟତୀତ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ସେ ପ୍ରଚୁର ପାଣି ପିଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିବା ପରେ ମୁହଁ ଖୋଲିଲେ କୋହଲି, ଗିଲ୍‌ଙ୍କ କ୍ୟାପ୍ଟେନ୍ସିକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୨୮ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ମାତ୍ର ୮୮ ବଲ୍‌ରୁ ୧୩୯ ରନ୍‌ର…

ଶାହୀ ମସଜିଦକୁ ନେଇ ଉତ୍ତେଜନା, ପୋଲିସ ଉପରକୁ ପଥରମାଡ଼

ଭୋପାଳ,୨୮ା୯: ସିଂହସ୍ଥ-୨୦୨୮ ପ୍ରସ୍ତୁତି ମଧ୍ୟରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଶାହୀ ମସଜିଦର କିଛି ଅଂଶ ହଟାଇବାକୁ ନେଇ ବିବାଦ ତୀବ୍ର ହୋଇଛି । ସୋମବାର ପ୍ରଶାସନ ପକ୍ଷରୁ ପ୍ରଭାବିତ…

ମହିଳା ସାମ୍ବାଦିକାଙ୍କ ପ୍ରଶ୍ନରେ ଅଜବ ଇଙ୍ଗିତ କଲେ ମନ୍ତ୍ରୀ, ଭିଡିଓ ଭାଇରାଲ ପରେ ହଇଚଇ

ନ୍ୟୁୟର୍କ,୨୮ା୯: ଜାତିସଂଘ ସାଧାରଣ ସଭା ଅବସରରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଆସୁନି ଗାଡ଼ିମୋଟର, ଦରଦାମ୍‌ ଉପରେ ପଡୁଛି ଘୋର ପ୍ରଭାବ

ରାଇକିଆ,୨୮ା୯(ପ୍ରଦୀପ ବେହେରା): କଳିଙ୍ଗା ଘାଟିରେ ଭୂସ୍ଖଳନର ପ୍ରଭାବ କନ୍ଧମାଳ ଜିଲାବାସୀଙ୍କ ଉପରେ ପଡ଼ିବା ଆରମ୍ଭ କରିଛି। ବିଶେଷ କରି ରାଇକିଆ, ଜି. ଉଦୟଗିରି ଅଞ୍ଚଳକୁ ନିୟମିତ ବସ…

ଷୋଡ଼ଶ ପର୍ବ ପାଇଁ ପ୍ରଶାସନ ତତ୍ପର: ଝଲସିବ ମା’ ତାରାତାରିଣୀ ପୀଠ

ପୁରୁଷୋତ୍ତମପୁର,୨୮ା୯(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପବିତ୍ର ଷୋଡ଼ଶ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି…

ଆଫଗାନିସ୍ତାନ ସହ ମ୍ୟାଚ୍ ରଦ୍ଦ, ତଥାପି କିପରି ସେମିଫାଇନାଲରେ ପହଞ୍ଚିଲା ଭାରତ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୮ା୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ବିନା ମଇଦାନକୁ ଓହ୍ଲାଇ ସେମିଫାଇନାଲ୍‌ରେ ପହଞ୍ଚିଛି । ସୋମବାର ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?