ହେଳା କଲେ ଭେଳା ବୁଡ଼େ

ନୂଆଦିଲ୍ଲୀ,୨୪ା୫: ଭାରତ ସମେତ ୧୧ ଦେଶ କୋଭିଡ୍‌-୧୯ ଭୂତାଣୁକୁ ହେୟଜ୍ଞାନ କରି ଉଚିତ ଢଙ୍ଗରେ ଏହାର ମୁକାବିଲା କରି ନାହାନ୍ତି। ଫଳରେ ଏହି ରାଷ୍ଟ୍ରଗୁଡ଼ିକର ଲୋକପ୍ରିୟ ସରକାରଙ୍କୁ ମହାମାରୀ ମହଙ୍ଗା ପଡ଼ିଛି ବୋଲି ସ୍ବିଡେନ୍‌ର ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସି (ଭି-ଡେମ୍‌) ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।
ଗୋଥେନ୍‌ବର୍ଗ ୟୁନିଭର୍ସିଟିର ଭି-ଡେମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏହାର ଗବେଷଣାମୂଳକ ନିବନ୍ଧରେ ୨୦୨୦ରେ ଲୋକପ୍ରିୟ ଓ ଅଣଲୋକପ୍ରିୟ ସରକାରମାନଙ୍କ ପ୍ରଦର୍ଶନକୁ ନେଇ ଏକ ତୁଳନାମତ୍କ ଚିତ୍ର ଅଙ୍କାଯାଇଛି। ଏଥିରେ ୪୨ ବିକଶିତ ଓ ବିକାଶଶୀଳ ଅର୍ଥନୀତିକୁ ସାମିଲ କରାଯାଇଛି। ତନ୍ମଧ୍ୟରୁ ୧୧ଟି ରାଷ୍ଟ୍ରରେ ଭାରତର ମୋଦି ସରକାରଙ୍କ ଭଳି ଲୋକପ୍ରିୟ ସରକାର କ୍ଷମତାସୀନ ଥିବା ଦର୍ଶାଯାଇଛି। ଅନ୍ୟ ୧୦ ରାଷ୍ଟ୍ର ହେଲେ ବ୍ରାଜିଲ, ଚେକ୍‌ ରିପବ୍ଲିକ୍‌, ହଙ୍ଗେରି, ଇସ୍ରାଏଲ୍‌, ମେକ୍ସିକୋ, ପୋଲାଣ୍ଡ, ସ୍ଲୋଭାକିଆ, ତୁର୍କୀ, ବ୍ରିଟେନ ଓ ଆମେରିକା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲସୋନାରୋ, ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ, ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଓ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ସବୁଠୁ ଅଧିକ ଅବହେଳାକାରୀ ଶାସକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଆମେରିକା, ଭାରତ ଓ ବ୍ରାଜିଲରେ ବିଶ୍ୱର ସର୍ବାଧିକ କରୋନା ଭାଇରସ୍‌ ସଂକ୍ରମଣ ମାମଲା ଦେଖିବାକୁ ମିଳୁଥିବାବେଳେ ମହାମାରୀ ଫ୍ରାନ୍ସ, ତୁର୍କୀ, ରୁଷିଆ ଓ ବ୍ରିଟେନକୁ ମଧ୍ୟ ବହୁଳ ଭାବେ ପ୍ରଭାବିତ କରିଛି। ଆମେରିକା ପରେ ସର୍ବାଧିକ ସଂକ୍ରମିତ ଥିବା ଭାରତରେ ଏବେ ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହୁଛି। କୋଭିଡ୍‌ ମହାମାରୀ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଥିବାବେଳେ ଅନେକ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଓ ହ୍ବାଇଟ୍‌ ଫଙ୍ଗସ୍‌ ଆଉ ଦୁଇଟି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ମହାମାରୀ ମୁକାବିଲାରେ ଏହି ଲୋକପ୍ରିୟ ସରକାରମାନଙ୍କ ନୀତି ଦୁର୍ବଳ ରହିଥିବାରୁ ସମ୍ପୃକ୍ତ ଦେଶଗୁଡ଼ିକରେ ଅନ୍ୟ ରାଷ୍ଟ୍ର ଅପେକ୍ଷା ମୃତ୍ୟୁ ହାର ଅଧିକ ରହିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri