ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ପକ୍ଷୀଙ୍କ ମଧ୍ୟରୁ ହଂସକୁ ପହଁରୁଥିବା ପ୍ରାୟ ଦେଖିବାକୁ ମିଳିଥାଏ। ଅନବରତ ହଂସ ପାଣିରେ ଥାଏ। ମାତ୍ର ଏହି ଭିଡିଓରେ ପେଚା ପହଁରୁଥିବା ଦେଖିବାକୁ ମିଳୁଛି। ତାହାପୁଣି ଆଉ କେଉଁଠି ନୁହେଁ, ବେଶିନରେ। ଏକ ବେଶିନ୍ ଟ୍ୟାପ ଖୋଲାଥିବା ବେଳେ ପେଚାଟି ସେଥିରେ ପହଁରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖାଯାଇଛିି, ‘ଯଦି ଆପଣ ଏକ ପେଚାର ପହଁରା ଦେଖି ନାହାନ୍ତି ।’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।
If you haven’t seen an Owl swimming pic.twitter.com/jCYi4arxGl
— Susanta Nanda IFS (@susantananda3) March 18, 2021