ଏସବୁ କୁଅଭ୍ୟାସ ଥିଲେ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଯେ ଲୋକେ ମୋଟା ହୁଅନ୍ତି ତାହା ନୁହେଁ, ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା ହୋଇଯାଇଥାନ୍ତି। ଯାହା ପ୍ରତି ଆଦୌ ଧ୍ୟାନ ନ ଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ସୋସିଆଲ ମିଡିଆ:
ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ମୋବାଇଲ ଦେଖିବା ମୋଟା ହେବାର ମୁଖ୍ୟ କାରଣ। ଏହା ବ୍ୟତୀତ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହିଲେ ମଧ୍ୟ ମୋଟା ହେବାର ସମ୍ଭାବନା ବଢ଼ିଥାଏ। ରାତିରେ ନ ଶୋଇ ମୋବାଇଲ୍‌ରେ ଦୀର୍ଘ ସମୟ ଚାଟିଂ କଲେ ନିଦ ଆସି ନ ଥାଏ। ଫଳରେ ଶରୀରରେ ମେଟାବୋଲିଜିମ୍‌ ଖରାପ ହୋଇ ଫ୍ୟାଟ୍‌ ବଢ଼ାଇଦିଏ।

ଟିଭି ଦେଖି ଖାଦ୍ୟ ଖାଇବା:
ଅଧିକାଂଶ ଲୋକ ଖାଇବା ସମୟରେ ଟିଭି ଦେଖିଥାନ୍ତି। ଟିଭିରେ ଏତେ ନିମଗ୍ନ ହୋଇଯାନ୍ତି ଯେ, ଖାଇବା ଶେଷ ହୋଇଯାଇଥିଲେ ମଧ୍ୟ ଦୀର୍ଘ ସମୟ ଧରି ବସି ରହିଥାନ୍ତି। ଫଳରେ ବସି ରହିବାରୁ ପେଟରେ ଚର୍ବି ବଢ଼ିଯାଏ। ତେଣୁ ଖାଇବାର କିଛି ସମୟ ପରେ ନ ବସି ୧୫/୨୦ ମିନିଟ୍‌ ଚଲାବୁଲା କରିବା ଉଚିତ୍‌।

ପ୍ଲାଷ୍ଟିକ୍‌ ବାସନରେ ଖାଇବା:

ଆଜିକାଲି ଲୋକେ ଖାଇବା ସମୟରେ ପ୍ଲାଷ୍ଟିକ୍‌ ପ୍ଲେଟ୍‌, ବୋତଲ ଆଦି ବ୍ୟବହାର କରୁଛନ୍ତି। ଏହା ମଧ୍ୟ ମୋଟା ହେବାର ଆଉ ଏକ କାରଣ। ଏତଦ୍‌ବ୍ୟତୀତ ପ୍ଲାଷ୍ଟିକ୍‌ ସାମଗ୍ରୀ ଯୋଗୁ ଅନ୍ୟାନ୍ୟ ରୋଗ ବଢ଼ିଯାଉଛି। ପ୍ଲାଷ୍ଟିକ୍‌ରେ ଟକ୍ସିନ୍‌ସ ନାମକ ଏକ ପଦାର୍ଥ ରହିଥାଏ। ଯାହା ଶରୀରରେ ହର୍ମୋନାଲ ଅସନ୍ତୁଳନର କାରଣ ହୋଇଥାଏ। ଏଥିଯୋଗୁ ମେଦବହୁଳତା ବୃଦ୍ଧି ହୋଇଥାଏ। ତେଣୁ ପ୍ଲାଷ୍ଟିକ୍‌ ବାସନରୁ ଦୂରେଇ ରହିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁଠି କରିବେ ଘରର ଶିଡ଼ି,ଜାଣନ୍ତୁ…

ଘରେ ବାସ୍ତୁଦୋଷ ରହିଲେ ଐଶ୍ୱର୍ଯ୍ୟ ହାନି ହେବା ସହ ଅଭାବ ଅନଟନ ଦେଖାଦେଇଥାଏ। ଏହି ତାଲିକାରେ ଘରର ଶିଡ଼ି ମଧ୍ୟ ଆସେ। ଯଦି ଘରର ଶିଡ଼ି...

ଏ ସବୁ କାମ କରି ଜଣେ ବ୍ୟକ୍ତି ସମଗ୍ର ବିଶ୍ୱକୁ ନିୟନ୍ତ୍ରଣ କରିପାରିବେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନର ଅନେକ ସମସ୍ୟାର ସମାଧାନ କରିବା ସହିତ ଜୀବନ ସହ ଜଡିତ ମୂଲ୍ୟବୋଧ ବିଷୟରେ ଆଲୋଚନା କରିଛନ୍ତି। ଏଥି ସହିତ...

ମଧୁମେହ ସହ ଏସବୁ ରୋଗ ଲାଗି ଉପକାରୀ ଛତୁ

ଛତୁରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ରହିଥାଏ। ଏହାସହ ଭିଟାମିନ-ବି ମହଜୁଦ ରହିଥାଏ। ଏହା ଶରୀରରେ କୋଲେଷ୍ଟରଲ ପରିମାଣକୁ ନିୟନ୍ତ୍ରଣ କରିବା ସହ ଓଜନ ମଧ୍ୟ...

ଗୃହିଣୀଙ୍କ ପାଇଁ….

ଟୁଥ୍‌ପେଷ୍ଟ କେବଳ ଦାନ୍ତ ସଫା କରିବା ସହ ଅନେକ କାମରେ ଆସିଥାଏ। ଆପଣ ପ୍ରତିଦିନର କେତୋଟି କାମରେ ଏହାର ଉପଯୋଗ କରିପାରିବେ। ଜାଣନ୍ତୁ ଏ ସମ୍ପର୍କରେ...

ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍‌

ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍‌ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ...

ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ମାଛ

ଘରେ ସୁଖ-ସମୃଦ୍ଧି ଓ ଶାନ୍ତି ଆଣିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ଗୋଲ୍ଡ ଫିସ୍‌ ସହ ଏରୋଓ୍ବାନା ମାଛକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି...

ମାନସିକ ଦୁଶ୍ଚିନ୍ତା

ଦୁଶ୍ଚିନ୍ତା ମନ ଭିତରେ ବହୁ ଦିନ ଧରି ବସା ବାନ୍ଧି ରହିବା ଦ୍ୱାରା ମନ ଭାରାକ୍ରାନ୍ତ ହୋଇ ତାହା ମାନସିକ ତଥା ଶାରୀରିକ ସ୍ତରରେ ପ୍ରଭାବ...

ବର୍ଷାଦିନେ ପ୍ରଫେସନାଲ ଏବଂ ଷ୍ଟାଇଲିଶ ଲୁକ୍‌ ପାଇବା ପାଇଁ ଆପଣାନ୍ତୁ କିଛି ଫ୍ୟାଶନ ଟିପ୍ସ…

ବର୍ଷାଦିନେ ନୀଳ, ଲାଲ୍‌, କମଳା ରଙ୍ଗର କପଡ଼ା ପିନ୍ଧନ୍ତୁ। ଧଳାରଙ୍ଗର ଡ୍ରେସ୍‌ ପିନ୍ଧନ୍ତୁ ନାହିଁ। ବର୍ଷାରେ ଏହା ଖୁବ୍‌ ଶୀଘ୍ର ନଷ୍ଟହେବା ସମ୍ଭାବନା ଥାଏ। ଲମ୍ବା...

Advertisement
Archives

Model This Week