ପିଇଲେ ମରିବ

ଗୁଜରାଟ ଭଳି ବିହାର ଏକ ମଦବିହୀନ ରାଜ୍ୟ ବା ‘ଡ୍ରାଏ ଷ୍ଟେଟ୍‌’। ଚଳିତବର୍ଷ ଜୁଲାଇ ୨୫ରେ ଗୁଜରାଟର ବୋଟାଡ୍‌ ଜିଲାରେ ବିଷାକ୍ତ ମଦ ପିଇ ୪୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ ବିହାରର ସରନ୍‌ ଜିଲା ଅନ୍ତର୍ଗତ ଛାପ୍ରାରେ ମଧ୍ୟ ବିଷାକ୍ତ ମଦ ପିଇ ୮୦ ଜଣଙ୍କ ଜୀବନ ଗଲାଣି। ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବା ପରେ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ସମ୍ପୃକ୍ତ ଅଞ୍ଚଳକୁ ନିଜ ଟିମ୍‌ ପଠାଇ ତଦନ୍ତ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅତ୍ୟନ୍ତ ରୁକ୍ଷ ହୋଇ ମତ ଦେଇଛନ୍ତି, ‘ଯିଏ ପିଇବ ସେ ମରିବ’। ଏଭଳି ମନ୍ତବ୍ୟ ଦେଇ ନୀତୀଶ ତାଙ୍କର ମଦ ବିରୋଧୀ ଆଭିମୁଖ୍ୟ ଅତ୍ୟନ୍ତ କଠୋର ବୋଲି ପ୍ରମାଣ କରିଛନ୍ତି।
ଡ୍ରାଏ ଷ୍ଟେଟ୍‌ରେ ମଦର ଉପଲବ୍ଧତା ନେଇ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ। ରାଜନୈତିକ ସମର୍ଥନ ଓ ପୋଲିସର ବିନା ସାହାଯ୍ୟରେ ବେଆଇନ ମଦ ବିକ୍ରି ସମ୍ଭବ ହୋଇ ନ ଥାଏ। ୨୦୧୬ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାରକୁ ମଦବିହୀନ ରାଜ୍ୟ ଭାବେ ଘୋଷଣା କରିଥିଲେ। ଏହା କୁହାଯାଇପାରେ ଯେ, ନୀତୀଶଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ବିହାରରେ ପୂର୍ବାପେକ୍ଷା ଆପରାଧିକ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଛି। ଏକ ଉତ୍ତମ ଉଦ୍ଦେଶ୍ୟ ରଖି ରାଜ୍ୟରେ ମଦ ବିକ୍ରି ଉପରେ ସେ କଡ଼ା ଆଭିମୁଖ୍ୟ ରଖିଥିଲେ। ହେଲେ ପ୍ରଶାସନ ଓ ପୋଲିସର ବିଫଳତା ତାଙ୍କ ଲକ୍ଷ୍ୟକୁ ଭ୍ରଷ୍ଟ କରିଦେଇଛି। ଯେହେତୁ ରାଜ୍ୟରେ ମଦ କାରବାର ହେଉନାହିଁ, ମଦ ପ୍ରତି ଆସକ୍ତ ବ୍ୟକ୍ତିମାନେ ବାହାର ରାଜ୍ୟରୁ ଏହାକୁ ଚୋରାରେ ଆଣି ପିଇଥାଆନ୍ତି। ସୀମାନ୍ତରେ ଦୁର୍ବଳ ଯାଞ୍ଚ ବ୍ୟବସ୍ଥା ରାଜ୍ୟ ଭିତରକୁ ଅବାଧରେ ମଦ ଆସିବାରେ ସହାୟକ ହେଉଛି। ଯେଉଁସବୁ ଅଞ୍ଚଳକୁ ଏହା ପହଞ୍ଚତ୍ପାରୁ ନାହିଁ ସେଠାରେ ଦେଶୀମଦ ପ୍ରସ୍ତୁତ କରାଯାଇ ଲୁଚାଛପାରେ ବ୍ୟବସାୟ କରାଯାଉଛି। ବେଆଇନ ଭାବେ ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ସମ୍ପୃକ୍ତ ଅଞ୍ଚଳର ପୋଲିସ ଓ ରାଜନୈତିକ ବ୍ୟକ୍ତିଙ୍କୁ ଖୁସି କରାଉଥିବେ। ସେ ଯେତିକି ଅର୍ଥ ଏହି ଦୁଇ ବର୍ଗଙ୍କୁ ଲାଞ୍ଚ ଆକାରରେ ଦେବେ ନିଶ୍ଚିତ ଭାବେ ତାଙ୍କ ବ୍ୟବସାୟରୁ ଲାଭ ଉଠାଇବାକୁ ଚେଷ୍ଟା କରିବେ। ତେଣୁ ଶସ୍ତା ମଦ ପ୍ରସ୍ତୁତ କରିବାକୁ ଯାଇ ବେପାରୀ ଭାଗମାପ ପ୍ରତି ଆଖିବୁଜି ଦେଉଥିବେ। ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଗୋଟିଏ ରାଜ୍ୟକୁ କେବଳ ଡ୍ରାଏ ଷ୍ଟେଟ୍‌ ଘୋଷଣା କରିଦେଲେ ଲକ୍ଷ୍ୟ ପୂରଣ କଷ୍ଟକର ହେବ। କାରଣ ଯଦି ତା’ର ପଡ଼ୋଶୀ ପ୍ରଦେଶରେ ମଦ କାରବାର ହେଉଥିବ, ତାହା ହେଲେ ମଦପ୍ରିୟ ଲୋକଙ୍କୁ ନିୟନ୍ତ୍ରଣରେ ରଖିବା ସହଜ ହେବ ନାହିଁ। ଯେତେବେଳେ ଜଣେ ବ୍ୟକ୍ତି ହୁଅନ୍ତୁ ବା ଗୋଷ୍ଠୀ ମଦ ପିଇବାକୁ ଚାହିଁବେ ଏବଂ ତାହା ହାତ ପାହାନ୍ତାରେ ଉପଲବ୍ଧ ହେବ ନାହିଁ, ସେତେବେଳେ ସେ ବା ସେମାନେ ଜାକିଜୁକି ହୋଇ ରହିପାରନ୍ତି। ତେଣୁ ଏ ଦିଗରେ ପଡ଼ୋଶୀ ରାଜ୍ୟଗୁଡ଼ିକ ପରସ୍ପର ମଧ୍ୟରେ ଆଲୋଚନା କରିବାର ଆବଶ୍ୟକତା ରହିଛି।
ମଦ୍ୟପାନ କରି ଲୋକେ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡ଼ୁଥିବା ବେଳେ ଆପରାଧିକ ଘଟଣା ବୃଦ୍ଧି ପାଉଛି। ତାହା ଓଡ଼ିଶାରେ ଆମେ ଭୋଗୁଛୁ। ସରକାର ଅବକାରୀ ଦ୍ରବ୍ୟରୁ ପ୍ରଚୁର ଟିକସ ଆଦାୟ କରୁଥିବାରୁ ତାହାକୁ ତ୍ୟାଗ କରିବାକୁ ସାଧାରଣରେ ଚାହିଁ ନ ଥାନ୍ତି। ଅନ୍ୟପକ୍ଷରେ କୁହାଯାଇଥାଏ ମଦ କାରବାର ବନ୍ଦ କରିଦିଆଗଲେ ସେଥିରୁ ମିଳିବାକୁ ଥିବା ସୁଫଳ ସରକାରଙ୍କୁ ଏହାର କୁଫଳ ପାଇଁ ବ୍ୟୟ କରୁଥିବା ଅର୍ଥକୁ ରୋକିପାରନ୍ତା। ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁ ପ୍ରତି ମୁହୂର୍ତ୍ତରେ ଲୋକଙ୍କ ଜୀବନ ଯାଉଛି। ସଡ଼କ ଦୁର୍ଘଟଣାର ଏହା ଏକ ପ୍ରମୁଖ କାରଣ ବୋଲି ହିସାବ କରାଯାଇଛି। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି, ଭାରତରେ ନିଶାସକ୍ତ ଡ୍ରାଇଭରଙ୍କ ଯୋଗୁ ପ୍ରତି ଘଣ୍ଟାରେ ୧୬ ଜଣଙ୍କ ଜୀବନ ଯାଉଛି। ଦୁର୍ଘଟଣା ଯୋଗୁ ଆହତଙ୍କୁ ଡାକ୍ତରଖାନା ଅଣାଯିବା ପରେ ସେମାନଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟୟ ହେଉଥିବା ଅର୍ଥ ସରକାରୀ ତହବିଲରୁ ଖର୍ଚ୍ଚ ହୁଏ। ସେହିପରି ପାରିବାରିକ କନ୍ଦଳଠାରୁ ଆରମ୍ଭକରି ରାଜନୀତିଜନିତ ମାର୍‌ପିଟକୁ ମଦ ମଧ୍ୟ ଖୋରାକ ଯୋଗାଇଥାଏ। ତେଣୁ ମଦକୁ ନିୟନ୍ତ୍ରଣ କରିବା ଲାଗି ସଂଘୀୟ ବ୍ୟବସ୍ଥାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଗଲେ ହୁଏତ କିଛି ପରିବର୍ତ୍ତନ ଆସିପାରନ୍ତା। ତା’ ନ ହେଲେ ମଦବିହୀନ ରାଜ୍ୟ ଘୋଷଣା ହେଉଥିଲେ ମଧ୍ୟ ଲୋକେ ଚୋରା କିମ୍ବା ଦେଶୀ ମଦରେ ଭାସିବା ସାର ହେଉଥିବ, ଯାହାକି ଗୁଜରାଟ ଓ ବିହାରରେ ସ୍ପଷ୍ଟ ପ୍ରମାଣିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri