Posted inଫୁରସତ

ସ୍ତ୍ରୀ ହେଲେ ମାସକୁ ୨୫ ଲକ୍ଷ ଅଫର

ମୁମ୍ବାଇ: ସ୍ତ୍ରୀ ହେଲେ ମାସକୁ ମିଳିବ ୨୫ ଲକ୍ଷ। ଜଣେ ବ୍ୟବସାୟୀଙ୍କ ନିକଟରୁ ବଲିଉଡ୍‌ ଅଭିନେତ୍ରୀ ନୀତୁ ଚନ୍ଦ୍ରାଙ୍କୁ ମିଳିଥିଲା ଏଭଳି ଏକ ଘୃଣ୍ୟ ଅଫର। ଅଙ୍ଗେ ନିଭାଇଥିବା ଏଭଳି ଦୁଃଖଦ ଘଟଣାକୁ ନିକଟରେ ଏକ ସାକ୍ଷାତ୍‌କାରରେ ସାର୍ବଜନୀନ କରିଛନ୍ତି ସେ। ବି-ଟାଉନ୍‌ରେ କେତେବେଳେ କାହା ଭାଗ୍ୟ ବଦଳିଯିବ ତାହା କହିବା ମୁସ୍କିଲ୍‌। ଇଣ୍ଡଷ୍ଟ୍ରିରେ କିଏ କେତେବେଳେ ଉପରକୁ ଉଠିଯାଏ ତ କିଏ କେବେ ହଜିଯାଆନ୍ତି। ଠିକ୍‌ ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି ନୀତୁ ଚନ୍ଦ୍ରା। ନାୟିକା ନୀତୁ ୨୦୦୫ରେ ଫିଲ୍ମ ‘ଗରମ ମସଲା’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ସେ ଏୟାରହୋଷ୍ଟେସ୍‌ ଚରିତ୍ରରେ ନଜରକୁ ଆସିଥିଲେ। ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ ଜନ୍‌ ଆବ୍ରାହମ୍‌ ମଧ୍ୟ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହା ପରେ ସେ ‘ଟ୍ରାଫିକ୍‌ ସିଗ୍‌ନାଲ୍‌’, ‘ୱାନ୍‌ ଟୁ ଥ୍ରୀ’, ‘ଓଏ ଲକି ଲକି ଓଏ’ ଭଳି ସିନେମାରେ ଅଭିନୟ କରିଥିଲେ। ଶେଷ ଥର ପାଇଁ ତାଙ୍କୁ ‘କୁଛ୍‌ ଲଭ୍‌ ଜୈସା’ରେ ଦେଖିବାକୁ ମିଳିଥିଲା। ହାତଗଣତି ସିନେମାରେ ଅଭିନୟ କରିଥିଲେ ମଧ୍ୟ ନୀତୁ ଦର୍ଶକଙ୍କ ମନରେ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ। ତେବେ ମାସିକ ୨୫ ଲକ୍ଷ ଟଙ୍କାରେ ଜଣେ ବ୍ୟବସାୟୀ ନୀତୁଙ୍କୁ ତାଙ୍କର ଧର୍ମପତ୍ନୀ ହେବାକୁ ଅଫର ଦେଇଥିଲେ। ଲୋକମାନେ ବିବାହ ଭଳି ପବିତ୍ର ସମ୍ପର୍କକୁ ନେଇ ଡିଲ୍‌ କରିପାରନ୍ତି, ଏହା ଭାବିବା ବେଳକୁ ବିଶ୍ୱାସ କରିବା କଷ୍ଟକର ବୋଲି ନୀତୁ କୋହଭରା କଣ୍ଠରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ଜନଶୁଣାଣି ଶିବିରରେ ଅଭାବନୀୟ ଘଟଣା, ବାର୍ଦ୍ଧକ୍ୟ ଭତ୍ତା ନ ମିଳିବାରୁ ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ ସଦର,୧୮ା୮(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ୪୨ ମୌଜା ଅନ୍ତର୍ଗତ କଳପଡାଠାରେ ସୋମବାର ଅନୁଷ୍ଠିତ କଟକ ସଦର ବିଧାୟକଙ୍କ ଜନଶୁଣାଣି ଶିବିରରେ ଏକ ଅଭାବନୀୟ…

ଆଖିବୁଜା ଗୁଳି ଚଳାଇଲେ ସପ୍ତମ ଶ୍ରେଣୀର ଛାତ୍ର, ୨ ମୃତ

ମାନିଲା,୧୮।୮: ଫିଲିପାଇନ୍ସର ଏକ ସ୍କୁଲରେ ଗୁଳିକାଣ୍ଡ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣେ ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର…

ଶେଷ ପର୍ଯ୍ୟାୟରେ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ବାତିଲ: ପଲିଥିନରେ ଘୋଡ଼ାହୋଇ ରହିଛି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି

ଲୋଇସିଂହା,୧୮।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଏନଏସି ଅନ୍ତର୍ଗତ ଲୋଇସିଂହାସ୍ଥିତ ହରେକୃଷ୍ଣ ମହତାବ ହାଇସ୍କୁଲ ପରିସରରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ୮୦…

ଦେବୋତ୍ତର ଜମି ଧାନବିକ୍ରି ପଞ୍ଜୀକରଣକୁ ନା: ଚିନ୍ତାରେ ଦେବଦେବୀଙ୍କ ସେବାୟତ

ବରଗଡ଼,୧୮।୮(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବରଗଡ଼ ଜିଲାରେ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଏହି ପଞ୍ଜୀକରଣରେ ଏଥର ନୂଆଁ କଟକଣାଗୁଡ଼ିକ ଚାଷୀଙ୍କ ପାଇଁ ଅଡୁଆ ସାଜିଛି।…

୩୨୬ ଏମ୍‌ପି, ୧୪ ମୁଖ୍ୟମନ୍ତ୍ରୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୧୮ା୮(ପି.ଟି.): ଲୋକ ସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ୨୫୧ ଜଣ ଏବଂ ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୭୫ ଜଣଙ୍କ ନାମରେ ଆପରାଧିକ ମାମଲା ରହିଥିବା…

ଯୋବ୍ରା ଆନିକଟ ବ୍ରିଜ୍‌ରେ ଭାସୁଛି ମହିଳାଙ୍କ ମୃତଦେହ, ପୋଲିସ…

କଟକ,୧୮।୮(ପ୍ରଭୁକଲ୍ୟାଣ ପାଲ): କଟକ ଯୋବ୍ରା ଆନିକଟ ବ୍ୟାରେଜରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମଙ୍ଗଳବାର ସକାଳୁ ଗେଟ ନମ୍ବର ୪୧/୪୨ ରେ ଅଜଣା ମହିଳାଙ୍କ ମୃତଦେହ…

ଓଡ଼ିଶାର ନୂଆ DGP ଚୟନ ପ୍ରକ୍ରିୟା ମାମଲା, ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଭୁବନେଶ୍ୱର,୧୮।୮(ସୁନିତ୍‌ ମିଶ୍ର): ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଅଛି। ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ୧୪ ତାରିଖରେ ଶୁଣାଣି ହୋଇଥିଲା।…

ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ଆକ୍ରମଣ: ୨ ମୃତ

ଲଣ୍ଡନ, ୧୮।୮: ୟୁକ୍ରେନ୍‌ସ୍ଥିତ ଆର୍ସେଲର ମିତ୍ତଲ ପ୍ଲାଣ୍ଟରେ ରୁଷିଆର ମିଶାଇଲ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି। ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ମାଲିକାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri