ଗାଁ ବୁଡ଼ିଗଲେ ଚାକିରି ଯିବ

ବଲାଙ୍ଗୀର ଅଫିସ, ୭ା୧୧: ବଲାଙ୍ଗୀର ଜିଲାରେ ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ କାମ ଜୋରସୋରରେ ଚାଲିଛି। ଏହି ପ୍ରକଳ୍ପରେ ୨୯ଟି ଗାଁ ପ୍ରଭାବିତ ହେବ। ସେଥିରୁ କେତେକ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହେବ ଏବଂ କିଛି ଗାଁ ଆଂଶିକ ଜଳମଗ୍ନ ହେବ। ତେବେ ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଅନ୍ୟତ୍ର ଥଇଥାନ ପ୍ରକ୍ରିୟା ଜାରି ରହିଛି। ଏଭଳି ସମୟରେ ଯେଉଁ ସବୁ ଗାଁ ଜଳମଗ୍ନ ହେବ ସେଇ ଗାଁ ଅଙ୍ଗନୱାଡି କର୍ମୀମାନେ ଚାକିରି ହରାଇବା ଆଶଙ୍କା କରି ସୋମବାର ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ସେମାନଙ୍କୁ ଉଚିତ୍‌ ଥଇଥାନ କରିବା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଲୋୟର ସୁକ୍‌ତେଲ ପ୍ରକଳ୍ପ ପାଇଁ ବିଭିନ୍ନ ପ୍ରଭାବିତ ଗାଁରେ ଏବେ ବିସ୍ଥାପନ ପ୍ରକ୍ରିୟା ଜାରି ରହିଛି। ଏଭଳି ସମୟରେ ଏହି ଗଁାଗୁଡିକର ଅଙ୍ଗନୱାଡି କର୍ମୀମାନେ ଚାକିରି ହରାଇବା ଆଶଙ୍କା କରିଛନ୍ତି। ପ୍ରକଳ୍ପ ପ୍ରଭାବିତ ଖୁଣ୍ଟପାଲି, ଢ଼ୁଲୁସର, ଚୁଡାପାଲି, ଖଗସାବାହାଲ, ବଡତେଲେନପାଲି, ସାନତେନେପାଲି, ଗର୍ଜନ, ବରପିଟା, କୁଟେନସିଲେଟ, କଙ୍କରା, କୁମିଆପାଲି, କବିଲବାହାଲ, ଧରୁଆପାଲି, ବୁଡାବାହାଲ, ଅନ୍ତପାଲି, ବୁଢ଼ାବାହାଲ, ଡୁଙ୍ଗୁରିପାଲି, ବନଛୋରପାଲି, ବରପିଟା, ବିଜାପାଟି ଗାଁ ଅଙ୍ଗନୱାଡି କର୍ମୀମାନେ ଚାକିରି ହରାଇବା ଆଶଙ୍କା ବୃଦ୍ଧି ପାଇଛି। ଅଙ୍ଗନୱାଡିମାନେ କହିଛନ୍ତି ଯେ, ସେମାନଙ୍କ ଗାଁ ଗୁଡିକ ବୁଡିଯିବା ପରେ ସେମାନେ କେଉଁଠି କାର୍ଯ୍ୟ କରିବେ। ଏଦିଗରେ ପ୍ରଶାସନ ବିଚାର କରି ଉଚିତ୍‌ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ଉଚିତ୍‌ ଥଇଥାନ କରା ନ ଗଲେ ଏହି ଅଙ୍ଗନୱାଡି କର୍ମୀଙ୍କ ପରିବାରଗୁଡିକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଯୋଗ କରିଛନ୍ତି। ଏଦିଗରେ ସହୃଦୟତାର ସହ ବିଚାର କରିବା ଉଚିତ୍‌ ବୋଲି ସେମାନେ ଅନୁରୋଧ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?