Posted inଜାତୀୟ

ବିକ୍ଷୋଭ ଯଦି ଦେଶଦ୍ରୋହ, ଜେଲରେ ରହିବି

ନୂଆଦିଲ୍ଲୀ, ୨୧।୨: ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଯଦି ଦେଶଦ୍ରୋହ ହୁଏ, ତେବେ ଜେଲରେ ରହିବା ଭଲ ବୋଲି ଜଳବାୟୁ କର୍ମୀ ଦିଶା ରବିଙ୍କ ଓକିଲ ସିଦ୍ଧାର୍ଥ ଅଗ୍ରଓ୍ବାଲ କହିଛନ୍ତି। ଶନିବାର ଦିଲ୍ଲୀର ଏକ ଅଦାଲତରେ ଦିଶାଙ୍କ ଜାମିନ ଆବେଦନର ଶୁଣାଣି ବେଳେ ସିଦ୍ଧାର୍ଥ ଏହା କହିଥିଲେ। ପଟିଆଲା ହାଉସ୍‌ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି।
ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ଟ୍ରାକ୍ଟର ରାଲି ହିଂସାର ରୂପ ନେଇଥିଲା। ଏହା ପଛରେ ଚାଷୀ ଆନ୍ଦୋଳନ ଟୁଲ୍‌କିଟ୍‌ର ସମ୍ପର୍କ ଥିବା ଅଭିଯୋଗରେ ୨୨ ବର୍ଷୀୟ ଜଳବାୟୁ କର୍ମୀ ଦିଶାଙ୍କୁ ଗତ ସପ୍ତାହରେ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଓ ଦେଶଦ୍ରୋହ ଅଭିଯୋଗରେ ମାମଲା ରୁଜୁ ହୋଇଛି। ବେଆଇନ ସଂଗଠନ ‘ଶିଖ୍‌ସ୍‌ ଫର
ଜଷ୍ଟିସ’ ସହ ଜଳବାୟୁ କର୍ମୀ ଦିଶାଙ୍କ ସମ୍ପର୍କ ଥିବାର କୌଣସି ପ୍ରମାଣ ନାହିଁ ବୋଲି ତାଙ୍କ ଓକିଲ କୋର୍ଟକୁ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ ପୋଲିସ ଯୁକ୍ତି ବାଢ଼ିଥିଲା, ଦିଶା ନିଜ କାର୍ଯ୍ୟର ଆପରାଧିକତା ସମ୍ପର୍କରେ ସଚେତନ ଥିଲେ, ଏହାର ଅଧିକ ତଦନ୍ତ ଆବଶ୍ୟକ। ଭାରତକୁ ବଦ୍‌ନାମ କରାଇବା ଲାଗି ଯୋଜନା ହୋଇଥିଲା କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିବା ପରେ ଅଦାଲତ ଜାମିନ ଆବେଦନର ରାୟ ଫେବୃୟାରୀ ୨୩କୁ ସଂରକ୍ଷିତ ରଖିଥିଲେ।
ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ ଟୁଲ୍‌କିଟ୍‌ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ଦିଶା ରବିଙ୍କୁ ଶୁକ୍ରବାର ୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତାଙ୍କ ଓକିଲ କୋର୍ଟକୁ କହିଥିଲେ, ବିନା କାରଣରେ ଦିଶା ବିରୋଧ କରିନାହାନ୍ତି। ଏଠାରେ ପରିବେଶ ଓ କୃଷି ପ୍ରସଙ୍ଗ ରହିଛି। ପରିବେଶ ଓ କୃଷି ପରସ୍ପର ସହ ଜଡ଼ିତ ବୋଲି ଦିଶାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଦିଶା ଯୋଗ ଏବଂ ଚା’କୁ ଟାର୍ଗେଟ କରିଥିବା ଏତଲାରେ ଦର୍ଶାଯାଇଥିବାବେଳେ ଏହା କ’ଣ ଅପରାଧ କି ବୋଲି ତାଙ୍କ ଓକିଲ ପ୍ରଶ୍ନ କରିଥିଲେ। ଲାଲ୍‌କିଲ୍ଲା ହିଂସା ମାମଲାରେ କାହାକୁ ଗିରଫ କରାଯାଇନାହିଁ। କାରଣ ବିକ୍ଷୋଭକାରୀ ଟୁଲ୍‌କିଟ୍‌ ଦ୍ୱାରା ପ୍ରଭାବିତ ହୋଇଥିଲେ ବୋଲି କୁହାଯାଉଛି। ତେବେ ଜାନୁୟାରୀ ୨୬ ଟ୍ରାକ୍ଟର ରାଲି ବେଳେ ଦଙ୍ଗା ପାଇଁ ଟୁଲ୍‌କିଟ୍‌ ଦାୟୀ, ସେଭଳି କୌଣସି ପ୍ରମାଣ ନାହିଁ। ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ଜାମିନ ଆବେଦନର ଶୁଣାଣି କରୁଥିବାବେଳେ ଦିଲ୍ଲୀ ପୋଲିସ ପାଇଁ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌.ଭି. ରାଜୁ କହିଥିଲେ, ଦିଶା ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଉପରକୁ ଦୋଷ ଖସାଇବାକୁ ଉଦ୍ୟମ କରୁଥିବାରୁ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବା ଆବଶ୍ୟକ। ତେଣୁ ଜଳବାୟୁ କର୍ମୀଙ୍କୁ ଜାମିନରେ ଛଡ଼ାଗଲେ ହାଜତ ଜେରାର ଉଦ୍ଦେଶ୍ୟ ପୂରଣ ହେବନାହିଁ ବୋଲି ସେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri