Posted inଜାତୀୟ

କର୍ମଚାରୀ ଟ୍ରାଫିକ ନିୟମ ପାଳନ ନ କଲେ ମାଲିକଙ୍କ ପାଖରେ ଅଭିଯୋଗ କରିବ ପୋଲିସ ବିଭାଗ: ନୂଆ ଟ୍ରାଫିକ ଆଇନ…

ବେଙ୍ଗାଲୁରୁ,୧୬।୧୨ : ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ପାନେ ଦେବା ପାଇଁ ବେଙ୍ଗାଲୁରୁ ଟ୍ରାଫିକ ପୋଲିସ ଏକ ନିଆରା ପଦକ୍ଷେପ ନେଇଛି। ଏହି ଅନୁଯାୟୀ, ଯଦି କୌଣସି କର୍ମଚାରୀ ଟ୍ରାଫିକ ନିୟମ ଉଲ୍ଲଂଘନ କରନ୍ତି, ତେବେ ପୋଲିସ ଏହି ଘଟଣାରେ ତାଙ୍କ ମାଲିକଙ୍କ ନିକଟରେ ସିଧାସଳଖ ଅଭିଯୋଗ କରିବ ଏବଂ ତାଙ୍କୁ ଏହା କରିବାର କାରଣ କହିବାକୁ ପଡିବ।

ସର୍ଜାପୁର ଏବଂ ହ୍ବାଇଟଫିଲ୍ଡ ଅଞ୍ଚଳରେ ଟ୍ରାଫିକ ପୋଲିସ ଏହି ଅଭିଯାନ ଆରମ୍ଭ କରିଛି। ଏହା ମହାଦେବପୁରା ଟ୍ରାଫିକ ପୋଲିସ ବିଭାଗ ଅଧୀନରେ ରହିଛି। ଯେଉଁଠାରେ ଆଇଟି କମ୍ପାନୀଗୁଡିକ ଅଧିକ ରହିଛି। ଏହି ଅଭିଯାନ ଅନ୍ତର୍ଗତ ସମ୍ପୃକ୍ତ କର୍ମଚାରୀଙ୍କ ବିଷୟରେ ତୁରନ୍ତ ହ୍ବାଟସ ଆପରେ ତାଙ୍କ ମାଲିକଙ୍କ ନିକଟରେ ଅଭିଯୋଗ କରାଯିବ। ମହାଦେବପୁରା ଟ୍ରାଫିକ ପୋଲିସ ଇନ୍ସପେକ୍ଟର ରମେଶ ଆର କହିଛନ୍ତି ଏହି ଅଭିଯାନ ମାଧ୍ୟମରେ ଆମେ ଜାଣିବାକୁ ଚାହୁଁଛୁ କର୍ମଚାରୀମାନେ ଟ୍ରାଫିକ ନିୟମ ବିଷୟରେ ଅବଗତ ଅଛନ୍ତି କି ନାହିଁ।

ଟ୍ରାଫିକ ନିୟମ ଉଲ୍ଲଂଘନ କରି କର୍ମଚାରୀଙ୍କ ମାଲିକଙ୍କ ନିକଟରେ ଅଭିଯୋଗ ଭାବରେ ଏଫଆଇସିସି ପୋଲିସ ମଧ୍ୟ ଏକ ଚାଲାଣ ପଠାଉଛି। ପୋଲିସ କହିଛି ଏହି ଅଭିଯାନ ବିଷୟରେ କାହାକୁ ବ୍ୟକ୍ତିଗତ ସୂଚନା ଦିଆଯାଉ ନାହିଁ, ବରଂ ଜଣେ ବ୍ୟକ୍ତି କେତେଥର ନିୟମ ଉଲ୍ଲଂଘନ କରିଛନ୍ତି ସେ ନେଇ ଅଭିଯୋଗ ହୋଇଛି। ଟ୍ରାଫିକ ନିୟମ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆମେ କମ୍ପାନୀଗୁଡିକୁ ସୁପାରିଶ କରୁଛୁ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଲୋକମାନେ ଦେଶର ନିୟମ ପାଳନ କରୁଛନ୍ତି ବୋଲି କେବଳ ସୁନିଶ୍ଚିତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ସେଲିବ୍ରିଟିଙ୍କ ପାଖରେ ଅଉଛି ସବୁଠୁ ଅଧିକ ସୁନା: ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି ସମୟରେ ଦେଶର ନାଗରିକମାନଙ୍କୁ ଆଗାମୀ ବର୍ଷ ପାଇଁ ସୁନା କିଣିବାରୁ ନିବୃତ୍ତ ରହିବାକୁ ଅନୁରୋଧ କରିଛନ୍ତି। କାରଣ ଏହି…

ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍‌ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ: ରାନୀତିରେ ହଲଚଲ

ଚେନ୍ନାଇ,୧୧।୫: ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ…

ଆକ୍ସନ ମୋଡ୍‌ରେ ଶୁଭେନ୍ଦୁ ସରକାର: କଲେ ବଡ ଘୋଷଣା

କୋଲକାତା,୧୧।୫: ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିବା ପରେ ଆକ୍ସନ ମୋଡ୍‌ରେ ଅଛି। କ୍ଷମତା ଗ୍ରହଣ କରିବା ମାତ୍ରେ ଶୁଭେନ୍ଦୁ ପ୍ରଶାସନ…

ବିଦ୍ୟୁତ ଆଘାତ ଦେଇ ସ୍ବାମୀଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ସ୍ତ୍ରୀ, ନିଦରୁ ଉଠିପଡିଲେ ସ୍ବାମୀ, ଆଉ ତା’ପରେ…

ମୁମ୍ବାଇ, ୧୧।୫: ମହାରାଷ୍ଟ୍ରର ଯବତମାଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସାତ ପ୍ରତିଜ୍ଞାର ଏକ ବିବାହ ହତ୍ୟା ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ଅଭିଯୋଗ…

ପେଟ୍ରୋଲ-ଡିଜେଲ, ଏଲପିଜି ସମ୍ପର୍କରେ ବଡ଼ ବୟାନ ଜାରି କଲା ପେଟ୍ରୋଲିୟମ ମନ୍ତ୍ରଣାଳୟ, ଭାରତ ଉପରେ…

ନୂଆଦିଲ୍ଲୀ,୧୧।୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ନାଗରିକଙ୍କୁ…

ପୁଣିଥରେ ହେବ ଲକଡାଉନ! ପ୍ରଧାନମନ୍ତ୍ରୀଙ୍କ ଏହି ୩ଟି ବଡ଼ ଅପିଲ ପରେ ଦେଶରେ ହଇଚଇ

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଇଦ୍ରାବାଦରେ ନିକଟରେ ଭାଷଣ ସାରା ଦେଶରେ ବ୍ୟାପକ ଆଲୋଚନାର ସୂତ୍ରପାତ କରିଛି, ଅନେକ ଲୋକ ତାଙ୍କ ଆବେଦନକୁ COVID-19 ଲକଡାଉନ ସମୟରେ…

ସୁନା ନ କିଣିବା ପାଇଁ କାହିିଁକି ଅପିଲ କଲେ ପ୍ରଧାନମନ୍ତ୍ରୀ, ୧୯୮୦ରେ ଘଟିଥିଲା କ’ଣ? ଜାଣିଲେ ଆପଣ ବି…

ନୂଆଦିଲ୍ଲୀ,୧୧।୫: ଗତ ଦେଢ଼ ବର୍ଷ ମଧ୍ୟରେ ସୁନାର ବୃଦ୍ଧି ପାଉଥିବା ମୂଲ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ଭାରତରେ ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ…

RCBକୁ ଜିତାଇବା ପରେ ମଧ୍ୟ କାନ୍ଦିଲେ କ୍ରୁନାଲ ପାଣ୍ଡ୍ୟା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୫: IPL ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଭାବପ୍ରବଣତା, ଉତ୍ସାହ ଏବଂ ଅବିସ୍ମରଣୀୟ ମୁହୂର୍ତ୍ତରେ ପରିପୂର୍ଣ୍ଣ ଥିଲା। ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri