ଦାବି ପୂରଣ ନ ହେଲେ ରବି ମଣ୍ଡିରେ ଧାନ କିଣିବେନି ମିଲର

ଜୟପୁର, ୩୦ା୫(ନି.ପ୍ର.): କୋରାପୁଟ ଜିଲା ମିଲର୍ସ ସଂଘ ବୈଠକ ବୋରିଗୁମ୍ମାଠାରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂଆ ନିୟମ ଏମ୍‌ଏମ୍‌ଡିଏଫ୍‌କୁ କୋରାପୁଟ ଜିଲା ମିଲର୍ସ ମାଲିକ ସଂଘ ବିରୋଧ କରିଛି। ୨୦୨୦-୨୧ ଆର୍ଥତ୍କ ବର୍ଷର ବକେୟା ପ୍ରାପ୍ୟ ପ୍ରଶାସନ ଦେଇ ନ ଥିବାରୁ ବୈଠକରେ ସଦସ୍ୟମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ଖରିଫ ଧାନର ୬୦.୬୩% ଚାଉଳ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ନେଇଛି। ବଳକା ଚାଉଳ ମିଲରଙ୍କ ପାଖରେ ପଡିଛି। ଏହା ମିଲରଙ୍କ ପାଇଁ ବୋଝ। ପ୍ରଶାସନ ତୁରନ୍ତ ମିଲର୍ସଙ୍କ ସମସ୍ୟା ସମାଧାନ ନ କରି ମିଲରଙ୍କ ଉପର ଚାପ ପ୍ରୟୋଗ କରୁଛନ୍ତି। ଦାବି ନେଇ ମିଲରମାନେ ୩୧ରେ ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ। ପ୍ରଶାସନ ଦାବି ପୂରଣ ନ କଲେ ରବି ମଣ୍ଡିରେ କୋରାପୁଟ ଜିଲା ମିଲ ମାଲିକ ସଂଘ ଭାଗ ନେବେନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ମିଲ୍‌ ମାଲିକ ସଂଘ ସଭାପତି ପୂର୍ଣ୍ଣ ପଟ୍ଟନାୟକ, ଉପସଭାପତି ଜଗଦୀଶ ପାଣିଗ୍ରାହୀ ଓ ପି. ଦିଲୀପ କୁମାର, ତିରୁପତି ରାଓ, ସମ୍ପାଦକ ଦୀନେଶ ବିଷୋୟୀ, ଯୁଗ୍ମ ସମ୍ପାଦକ ସନ୍ତୋଷ ସାହୁ, ଉପଦେଷ୍ଟା ବି.ସି. ପଣ୍ଡା, ନରେନ୍ଦ୍ର ସ୍ବାଇଁଙ୍କ ସହ ୬୭ ମିଲ୍‌ ମାଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri