ହଠାତ୍‌ ପିମ୍ପୁଡ଼ି ବାହାରୁଥିଲେ…

ବେଳେବେଳେ ଘରୁ ହଠାତ୍‌ ମେଞ୍ଚା ମେଞ୍ଚା ହୋଇ ପିମ୍ପୁଡ଼ି ବାହାରୁ ଥିବାର ଦେଖାଯାଏ। କେବେ ନାଲି ତ କେବେ କଳା ରଙ୍ଗର ପିମ୍ପୁଡ଼ି ବାହାରିଥାନ୍ତି। ଏମାନେ ବି ଆମକୁ ଅନେକ କିଛି ସଙ୍କେତ ଦେଇଥାନ୍ତି। ଯଦି ଘରର କେଉଁ ସ୍ଥାନରୁ ନାଲି ରଙ୍ଗର ପିମ୍ପୁଡି ବାହାରୁଥାନ୍ତି, ତେବେ ତାହା ଆଗକୁ କରଜ ହେବାର ସଙ୍କେତ ଦେଇଥାଏ। ଅର୍ଥାତ୍‌ ହଠାତ୍‌ କୌଣସି ଅସୁବିଧାରେ ପଡି ଆମେ ଆଗକୁ ଧାରକରଜ କରିବାକୁ ଯାଉଛୁ ବୋଲି ଏହା ପୂର୍ବରୁ ଆମକୁ ସୂଚନା ଦେଇ ଦେଇଥାଏ। ହେଲେ ଏମାନଙ୍କୁ ଦେଖିବା ମାତ୍ରେ ଆମ ଭିତରୁ ଅନେକେ ପିମ୍ପୁଡି ମରା ଔଷଧ ପକାଇ ଏମାନଙ୍କୁ ମାରି ଦେଇଥାଉ। ଏହାଦ୍ୱାରା ପ୍ରଥମତଃ ଆମେ ଜୀବହତ୍ୟାର ଭାଗିଦାର ହେଲୁ। ତା’ସହିତ ସମସ୍ୟାକୁ ଆହୁରି ବଢିବାକୁ ମଧ୍ୟ ବାଟ ଖୋଲିଦେଲୁ। ତେଣୁ ସେମାନଙ୍କୁ ଜୀବନରୁ ନ ମାରି ପିମ୍ପୁଡ଼ି ବାହାରୁଥିବା ସ୍ଥାନରେ କିଛି ଲବଙ୍ଗ କିମ୍ବା କିଛି ତେଜପତ୍ର ଅଥବା ଲେମ୍ବୁକୁ ଦୁଇଫାଳ କରି ରଖିଦିଅନ୍ତୁ। ଦେଖିବେ କିଛି ସମୟ ପରେ ପିମ୍ପୁଡ଼ି ଆପେ ଆପେ କୁଆଡ଼େ ଚାଲିଯିବେ, ତା’ସହିତ କରଜ ସମସ୍ୟା ବି କିଛିଟା ଦୂର ହୋଇଯିବ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷେ କଳା ପିମ୍ପୁଡ଼ି ବାହାରୁଥିଲେ, ଏହା ଶୁଭ ସଙ୍କେତ ଦେଇଥାଏ। ଖାସ୍‌ କରି କଳା ପିମ୍ପୁଡ଼ି ଧାଡ଼ି ଧାଡ଼ି ହୋଇ ସାଙ୍ଗରେ କିଛି ଧଳା ଜିନିଷ ନେଇ ଯାଉଥିବାର ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୃଙ୍ଗାର ବଦଳିଛି ପରିଭାଷା

ଶୃଙ୍ଗାର ପ୍ରିୟ ନାରୀ। ଏମିତି କୌଣସି ନାରୀ ହିଁ ନ ଥିବେ ଯାହାଙ୍କୁ ଶୃଙ୍ଗାର କରିବା ବା ସଜେଇ ହେବାକୁ ଭଲ ନ ଲାଗେ। ହେଲେ...

ଗାଜର, ଧନିଆପତ୍ର ରୁଟି

ଆବଶ୍ୟକ ସାମଗ୍ରୀ ଗାଜର- ଅଧା କପ୍‌ (କୋରା), ଧନିଆ ପତ୍ର- ଅଳ୍ପ (କଟା), ଚାଉଳ ଗୁଣ୍ଡ- ଅଳ୍ପ, ସୋୟା ଅଟା- ଚଉଠ କପ୍‌, ହଳଦୀ ଗୁଣ୍ଡ-...

୨୦୨୨ରେ ଏହି ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ମନପସନ୍ଦର ଜୀବନସାଥୀ, ରହିଛି ଏଭଳି ଯୋଗ

ଆସିଛି ନୂଆ ବର୍ଷ। ନୂତନ ବର୍ଷକୁ ନେଇ ସମସ୍ତଙ୍କ ମନରେ ଅନେକ ଆଶା। କିଏ ଚାକିରି ତ କିଏ ବିବାହକୁ ନେଇ ଅନେକ କିଛି ଭାବି...

ନୀରବ ଘାତକ

ଆଜିକାଲି ମଧୁମେହ ବା ଡାଇବେଟିସ ଏକ ସାଧାରଣ ସ୍ବାସ୍ଥ୍ୟଜନିତ ସମସ୍ୟା ପାଲଟି ଗଲାଣି। ଏହି ରୋଗ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତି ବେଶ୍‌ କେତୋଟି ଦିଗ ପ୍ରତି...

ଚିକେନ୍‌ ଦମ୍‌ ବିରିଆନି

ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରଟି ବିଦ୍ୟାନଗରୀ ଭାବେ ପରିଚିତ। ଏହି ବିଦ୍ୟାନଗରୀରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌...

ଜାଣନ୍ତୁ ଦୀପାବଳିରେ କାହିଁକି କରାଯାଏ ମା’ ଲକ୍ଷ୍ମୀ ଏବଂ ଗଣେଶଙ୍କ ପୂଜା

କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ପାଳନ କରାଯାଇଥାଏ ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଏହି ରାତିଟି ଅମା ଅନ୍ଧାକାର ହୋଇଥିଲେ ମଧ୍ୟ ଦୀପ ଆଲୋକରେ...

ହ୍ୟାଟ୍‌ ଫ୍ୟାଶନ

ଖରାଦିନେ ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷାପାଇବା ପାଇଁ ଅନେକେ ମୁଣ୍ଡରେ ହ୍ୟାଟ୍‌ (ଟୋପି) ବ୍ୟବହାର କରିଥାଆନ୍ତି। ଟୋପି କେବଳ ଖରାରୁ ସୁରକ୍ଷା ଦେଇଥାଏ ତାହା ନୁହେଁ, ଏହା...

ପିଲାମାନେ ବୟସ୍କଙ୍କ ଟୁଥ୍‌ବ୍ରଶ୍‌ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏନେଇ କ’ଣ କୁହନ୍ତି ବିଶେଷଜ୍ଞ

ପାଟିର ସ୍ବଚ୍ଛତାକୁ ଅଧିକ ଗମ୍ଭୀରତାର ସହ ନେବା ଆବଶ୍ୟକ। ବିଶେଷକରି ପିଲାମାନଙ୍କ ପାଟିର ଯତ୍ନସଠିକ୍‌ ଉପାୟରେ ନେବା ନିତ୍ୟାନ୍ତ ଜରୁରୀ। ଏଥିପାଇଁ ପିଲାମାନେ ବ୍ୟବହାର କରୁଥିବା...

Advertisement
Archives

Model This Week