‘ପୋପ୍‌ ଲାଇକ୍‌ କଲେ, ସ୍ବର୍ଗକୁ ଯିବି’

ଭାଟିକାନ୍‌ ସିଟି,୨୩ା୧୧:ରୋମାନ୍‌ କ୍ୟାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଏକ ଉତ୍ତେଜକ ଫଟୋକୁ ଲାଇକ୍‌ କରାଯିବା ପରେ ବିବାଦ ମୁଣ୍ଡ ଟେକିଛି। ଫଟୋଟି ହେଉଛି ବ୍ରାଜିଲୀୟ ମଡେଲ ନଟାଲିଆ ଗରିବୋଟୋଙ୍କର, ଯେଉଁଠି ସେ ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି। ସେ ଏପରି ଭାବେ ପୋଷାକ ପରିଧାନ କରିଛନ୍ତି ଯେ, ଫଟୋରେ ତାଙ୍କର ନିତମ୍ବ ଦେଖାଯାଉଛି। ପୋପ୍‌ ଏହି ଫଟୋକୁ ଲାଇକ୍‌ କରି କମେଣ୍ଟ ଦେଇଥିବା ସ୍କ୍ରିନ୍‌ଶଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖ୍ରୀଷ୍ଟିଆନମାନଙ୍କ ସବୁଠୁ ବଡ଼ ଧର୍ମଗୁରୁ ଏପରି ଏକ ସେକ୍ସି ଫଟୋକୁ କିପରି ଲାଇକ୍‌ କଲେ ବୋଲି ଅନେକେ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହେବା ପରେ ଭାଟିକାନ ଏହାର ତଦନ୍ତ ଆରମ୍ଭ କରିଛି। ମଡେଲ୍‌ ନଟାଲିଆ କହିଛନ୍ତି, ‘ପୋପ୍‌ ମୋ ଫଟୋ ଲାଇକ୍‌ କରିଛନ୍ତି। ତେଣୁ ମୁଁ ସ୍ବର୍ଗକୁ ଯିବା ନିଶ୍ଚିତ’।
ଫଟୋରେ ୨୭ ବର୍ଷୀୟା ବିକିନି ମଡେଲ୍‌ ତଥା ଇନ୍‌ଫ୍ଲୁଏନ୍ସର ନଟାଲିଆ ଗରିବୋଟୋ ସ୍କୁଲ ଗର୍ଲ ୟୁନିଫର୍ମ ପିନ୍ଧି ପୁସ୍ତକଗୁଡ଼ିକୁ ଲକର୍‌ରେ ରଖୁଥିବା ଦେଖିବାକୁ ମିଳିଛି। ଏହାକୁ ସେ ଅକ୍ଟୋବର ୫ରେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅଫିସିଆଲ ଆକାଉଣ୍ଟ @franciscusରୁ ଏହାକୁ ଲାଇକ୍‌ କରାଯାଇ କ୍ୟାପ୍ସନ ଲେଖାଯାଇଥିଲା ‘ମୁଁ ତୁମକୁ ଗୋଟିଏ କିମ୍ବା ଦୁଇଟି ଶିକ୍ଷା ଦେଇପାରିବି’। କ୍ୟାଥୋଲିକ୍‌ ଧର୍ମଗୁରୁ ଏହାକୁ ଲାଇକ୍‌ କରିବା ପରେ ବହୁ ସଂଖ୍ୟକ ୟୁଜର୍ସ ଆଗ୍ରହ ଦେଖାଇ ପସନ୍ଦ କରିବାରେ ଲାଗିଛନ୍ତି। ଅନେକେ ଏହା ଉପରେ କମେଣ୍ଟ ମଧ୍ୟ ଦେଉଛନ୍ତି। ଟ୍ରୋଲ୍‌ ହେବା ପରେ ନଟାଲିଆ କହିଛନ୍ତି, ତାଙ୍କ ମା’ ଉକ୍ତ ଫଟୋକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ପୋପ୍‌ ଏହାକୁ ପସନ୍ଦ କରିଛନ୍ତି। ତାଙ୍କୁ ପୋପ୍‌ଙ୍କ ଆଶୀର୍ବାଦ ମିଳିଥିବାରୁ ସେ ନିଜ ଫଲୋୟର୍ସଙ୍କ ସହ ଭାଟିକାନ୍‌ ଯିବେ। ଅନ୍ତତଃ ମୁଁ ସ୍ବର୍ଗକୁ ଯିବି ବୋଲି ସେ କହିଛନ୍ତି। ବିବାଦ ଉଠିବା ପରେ ନଭେମ୍ବର ୧୪ରେ ପୋପ୍‌ଙ୍କ ଆକାଉଣ୍ଟରୁ ଏହାକୁ ଅନ୍‌ଲାଇକ୍‌ କରି ଦିଆଯାଇଛି। ଫଟୋକୁ ଭୁଲ୍‌ରେ ଲାଇକ୍‌ କରାଯାଇଥିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୋପ୍‌ଙ୍କ ଆକାଉଣ୍ଟରୁ ସ୍ବଳ୍ପ ବସ୍ତ୍ର ପରିହିତା ମଡେଲଙ୍କ ଫଟୋକୁ କିପରି ଲାଇକ୍‌ କରାଯାଇଥିଲା ସେନେଇ ଇନ୍‌ଷ୍ଟାଗ୍ରାମକୁ ସ୍ପଷ୍ଟୀକରଣ ମଗାଯାଇଥିବା ଭାଟିକାନ୍‌ ପକ୍ଷରୁ କୁହାଯାଇଛି। ଭାଟିକାନ୍‌ ଏହି ପ୍ରସଙ୍ଗରେ ତଦନ୍ତ ଆରମ୍ଭ କରିଛି।
ଇନ୍‌ଷ୍ଟାଗ୍ରାମ୍‌ରେ ନଟାଲିଆଙ୍କ ୨୪ ଲକ୍ଷରୁ ଅଧିକ ଫଲୋୟର୍ସ ଅଛନ୍ତି। ବହୁ ଲୋକ ତାଙ୍କ ଓ୍ବେବ୍‌ସାଇଟ୍‌ natagata.comର ପ୍ରାଇଭେଟ ମେମ୍ବର ମଧ୍ୟ ହୋଇଛନ୍ତି। ଉକ୍ତ ଓ୍ବେବ୍‌ସାଇଟ୍‌ରେ ବହୁସଂଖ୍ୟକ ଅଶ୍ଳୀଳ ଫଟୋ ଓ ଭିଡିଓ ରହିଛି। ଅନ୍ୟପକ୍ଷେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋପ୍‌ଙ୍କ ୭୪ ଲକ୍ଷ ଫଲୋୟର୍ସ ରହିଛନ୍ତି। ତାଙ୍କ ଇନ୍‌ଷ୍ଟାଗ୍ରାମ ଓ ଟୁଇଟର୍‌ ଆକାଉଣ୍ଟକୁ କେତେଜଣ ବିଶ୍ୱସ୍ତ ପ୍ରଫେସନାଲ୍‌ ମିଶି ପରିଚାଳନା କରିଥାଆନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri