‘ବଦଳି ନ ହେଲେ ଆତ୍ମାହୁତି’

ଡେରାବିଶ,୧୪ା୭ (ବେବର୍ତ୍ତା ଅଜୟ ଦାସ): ଜଣେ ପ୍ରଧାନ ଶିକ୍ଷକ ଅନ୍ୟତ୍ର ବଦଳି ପାଇଁ ଉଚ୍ଚ ଅଧିକାରୀଙ୍କ ନିକଟରେ ବାରମ୍ବାର ଆବେଦନ କରି ବିଫଳ ହୋଇଛନ୍ତି। ପ୍ରତିବାଦରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ଡେରାବିଶ ବ୍ଲକ ଅଧୀନ ବାରିମୂଳସ୍ଥିତ ରାଧାମୋହନ ଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖଗେଶ୍ୱର ନାଥ ଆଣିଛନ୍ତି। ସେ ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କୁ ବୁଧବାର ଲିଖିତ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି, ୨୦୨୦ ଅକ୍ଟୋବର ୨୧ରୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ବିଦ୍ୟାଳୟରେ କାର୍ଯ୍ୟରତ ଥିବା ୨ ସହକାରୀ ଶିକ୍ଷୟିତ୍ରୀ ବିଦ୍ୟାଳୟର କାମରେ ତାଙ୍କୁ ସହଯୋଗ କରୁ ନ ଥିବାରୁ ସେ ବିଆର୍‌ସିସି ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରି ଆସୁଥିଲେ। ଅଭିଯୋଗରେ ୨୦୨୩ ଶିକ୍ଷାବର୍ଷ ଆରମ୍ଭରେ ବିଦ୍ୟାଳୟରେ ପିଲାଙ୍କୁ ପାଠପଢ଼ା ସହ ଅନ୍ୟ କାର୍ଯ୍ୟ ପାଇଁ ବୈଠକ ଡକାଯାଇ ସମ୍ପୃକ୍ତ ୨ ସହକାରୀ ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ। ହେଲେ ସେମାନେ କାର୍ଯ୍ୟ କରି ନ ଥିଲେ। ଅପରପକ୍ଷରେ ତାଙ୍କ ବିରୋଧରେ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ୨ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ ୨ ସିଆର୍‌ସିସିଙ୍କ ଦ୍ୱାରା ଏହାର ତଦନ୍ତ କରାଯାଇ ଶିକ୍ଷୟିତ୍ରୀ ଦ୍ୱୟଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ପ୍ରମାଣିତ ହୋଇଥିଲା। ପରେ ଶିକ୍ଷୟିତ୍ରୀ ଦ୍ୱୟ ତାଙ୍କ ନାମକୁ ଯୋଡ଼ି ବିଭିନ୍ନ ପ୍ରକାର ଖରାପ ମନ୍ତବ୍ୟ ବିଦ୍ୟାଳୟର କାନ୍ଥ ଓ ପାଚେରି ଇତ୍ୟାଦିରେ ଖଳ ପ୍ରକୃତିର ଲୋକଙ୍କ ସହାୟତାରେ ଲେଖିଥିଲେ। ପରେ ସେହି ବିଦ୍ୟାଳୟରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବ୍ଲକ ଓ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ୨୦୨୨ ମସିହାରୁ ବାରମ୍ବାର ଆବେଦନ କରି ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନ ଥିଲେ। ସେ ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ଜନିତ ରୋଗରେ ପୀଡ଼ିତ ହୋଇ ବିଦ୍ୟାଳୟରେ ବିଭିନ୍ନ ମାନସିକ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗରେ ନାଥ ଦର୍ଶାଇଛନ୍ତି। ଦୀର୍ଘ ୯ ମାସ ଧରି ତାଙ୍କୁ ଚାହୁଁଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର ପାଇଁ କାକୁତି ମିନତି କରୁଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି। ଅପରପକ୍ଷରେ ଆସନ୍ତା ୧୫ ସୁଦ୍ଧା ତାଙ୍କୁ ଅନ୍ୟ ବିଦ୍ୟାଳୟକୁ ବଦଳି କରା ନ ଗଲେ ଆସନ୍ତା ୧୭ ତାରିଖରେ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ। ସେ ସମୟରେ ଯଦି କୌଣସି ସାମାଜିକ ଓ ବ୍ୟକ୍ତିଗତ ଦୁର୍ଘଟଣା ଘଟିବ ସେଥିପାଇଁ ବ୍ୟକ୍ତିଗତ ଭାବେ ବ୍ଲକ ଶିକ୍ଷାଧିକାରୀ ଦାୟୀ ରହିବେ ବୋଲି ଖଗେଶ୍ୱର ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ କୁମାର ବେହେରାଙ୍କୁ ପଚାରିବାରେ ଖଗେଶ୍ୱରଙ୍କ ପାଖରୁ ଆସିଥିବା ଅଭିଯୋଗକୁ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଇ ଦିଆଯାଇଛି। ତାଙ୍କର ବଦଳିର କ୍ଷମତା ନ ଥିବାରୁ ଏହି ଘଟଣା ଉପରେ ସେ କୌଣସି ପଦକ୍ଷେପ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ପଚାରିବାରେ ଏହି ଘଟଣାର ସତ୍ୟାସତ୍ୟ ଉପରେ ଖୁବ୍‌ଶୀଘ୍ର ତଦନ୍ତ କରାଯିବ। ତଦନ୍ତ ପରେ ସେ ଯାହାକିଛି ପଦକ୍ଷେପ ନେବେ ବୋଲି କହିଛନ୍ତି। ତେବେ ଖଗେଶ୍ୱର ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ କରିଥିବା ଅଭିଯୋଗର ନକଲ ୫-ଟି ସଚିବ, ଗଣିଶିକ୍ଷା ବିଭାଗର ନିର୍ଦ୍ଦେଶକ, କେନ୍ଦ୍ରାପଡ଼ା ଜିଲାପାଳ, ପାଟକୁରା ବିଧାୟିକା, ଜିଲା ପରିଷଦ ସଭାପତିଙ୍କ ନିକଟକୁ ପଠାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?