‘ଇମ୍ରାନ ଖାଁ ବାହାରକୁ ଆସିଲେ ହେବ ହିଂସା,’ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଲେ କାହିଁକି ୨୦୨୯ ପର୍ଯ୍ୟନ୍ତ ଜେଲରେ ରହିବା ଉଚିତ ଇମ୍ରାନ

ଇସଲାମାବାଦ,୧୬।୬: ପାକିସ୍ତାନର ଲୋକମାନେ ବିଶ୍ୱାସ କରନ୍ତି ଯେ ଦେଶର ଆର୍ଥିକ ସ୍ଥିରତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ୨୦୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ଜେଲରେ ରଖିବା ଆବଶ୍ୟକ। ପାକିସ୍ତାନର ଜଣେ ମନ୍ତ୍ରୀ ଏହି ଦାବି କରିଛନ୍ତି।
ସଂଘିୟ ଯୋଜନା ଏବଂ ବିକାଶ ମନ୍ତ୍ରୀ ଅହସାନ ଇକବାଲ ଉଦବେଗ ପ୍ରକାଶ କରିଛନ୍ତି ଯେ ୭୧ ବର୍ଷିୟ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ମୁକ୍ତ ହେବା ଦ୍ୱାରା ନୂତନ ବିରୋଧ ତଥା ଅଶାନ୍ତି ଦେଖାଦେଇପାରେ, ଯାହା ଦେଶ ସହ୍ୟ କରିପାରିବ ନାହିଁ।

ଶାସକ ପାକିସ୍ତାନ ମୁସଲିମ ଲିଗ (ଏନ) ର ସାଧାରଣ ସମ୍ପାଦକ ଇକବାଲ ଶନିବାର ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଲୋକମାନେ ଆମ ପାଖକୁ ଆସି କୁହନ୍ତି ଯେ ଯଦି ପାକିସ୍ତାନକୁ ଅଗ୍ରଗତି କରିବାକୁ ପଡିବ ତେବେ ଇମ୍ରାନ ଖାଁଙ୍କୁ ୫ବର୍ଷ ଜେଲରେ ରଖିବାକୁ ପଡ଼ିବ। ଖାଁ ଗତ ବର୍ଷ ଅଗଷ୍ଟରୁ ବିଭିନ୍ନ ମାମଲାରେ ଜେଲରେ ଥିଲେ। ଇକବାଲ କହିଛନ୍ତି ଯେ ଖାନ ଜଣେ ‘କ୍ରୋଧିତ ବ୍ୟକ୍ତି’।
ମନ୍ତ୍ରୀ କହିଛନ୍ତି ଯେ ଦେଶର ଆର୍ଥିକ ସ୍ଥିରତା ପାଇଁ ଇମ୍ରାନ ଖାନଙ୍କୁ ବାର୍‌ ପଛରେ ରଖିବା ଆବଶ୍ୟକ ବୋଲି ଲୋକମାନେ ଅନୁଭବ କରିଛନ୍ତି। ଇକବାଲ କହିଛନ୍ତି ଯେ ଉଭୟ ପାକିସ୍ତାନ ଏବଂ ପିଟିଆଇ ପାଇଁ ଏହା ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସେ ଯୁକ୍ତି ବାଢିଛନ୍ତି ଯେପର୍ଯ୍ୟନ୍ତ ପାର୍ଟି ରାଜ୍ୟ ଅନୁଷ୍ଠାନ ବିରୋଧରେ ଏକ ଅଭିଯାନରେ ଜଡିତ ନହେବା ପର୍ଯ୍ୟନ୍ତ ପିଟିଆଇ ସହିତ ଅର୍ଥପୂର୍ଣ୍ଣ କଥାବାର୍ତ୍ତା ହୋଇପାରିବ ନାହିଁ। ସେ କହିଛନ୍ତି ଯେ ଯଦି ଇମ୍ରାନ ଖାଁ ସରକାରଙ୍କ ସହ କଥା ହେବାକୁ ଚାହାଁନ୍ତି ତେବେ ତାଙ୍କୁ ଗମ୍ଭୀରତା ଦେଖାଇବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ, ୫ ଜଣଙ୍କୁ ପୋଲିସ ଅଟକ ରଖି…

ବଲାଙ୍ଗୀର,୨୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଥରମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ନଦୀରେ ବୁଡ଼ିଗଲେ ନାବାଳିକା କାଉଡ଼ିଆ: ଶିବ ମନ୍ଦିରରେ ଜଳଲାଗି ପାଇଁ….

ବାଲେଶ୍ୱର, ୨୭ (ବାଞ୍ଛାନିଧି ଦେ): ଶ୍ରାବଣ ମାସର ପ୍ରଥମ ସୋମବାରରେ ଘଟିଛି ଏକ ଅଭାବନୀୟ ଘଟଣା। ଶିବ ମନ୍ଦିରରେ ଜଳଲାଗି ପାଇଁ ନଦୀରୁ ପାଣି ଆଣିବାକୁ ଯାଇଥିବା…

ଫାଶୀ ଖୁଣ୍ଟର ସମ୍ମୁଖୀନ ହେବେ ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି? ଅଡୁଆରେ ଶେଖ ହାସିନାଙ୍କ ଶେଷ ସହଯୋଗୀ

ଢାକା,୨୭।୭: ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ପ୍ରତି ଇସ୍ତଫା ଦେଇଛନ୍ତି। ବାଂଲାଦେଶରେ ବିପ୍ଳବ ପରେ, ସେ ଶେଖ ହାସିନାଙ୍କ ଅନ୍ତର୍ନିହିତ ସଦସ୍ୟ ମଧ୍ୟରୁ କ୍ଷମତାରେ ଥିବା ଶେଷ…

ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ପୋଲିସର ଲାଠିମାଡ଼ ଠିକ୍‌ ନୁହେଁ

ନୂଆଦିଲ୍ଲୀ,୨୭।୮: ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସମସ୍ତଙ୍କ ଅଧିକାର ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କଲେ ଲାଠିଚାର୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ CJPର କାହା ଉପରେ ନଜର? ନେଲା ନୂଆ ପଦକ୍ଷେପ, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୨୭॥୭: ନିଟ୍‌ ପେପର ଲିକ୍‌ ମାମଲାରେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ କକ୍ରୋଚ ଜନତା ପାର୍ଟି (CJP) ଉତ୍ତରପ୍ରଦେଶରେ ମୋର୍ଚ୍ଚା ଖୋଲିଛି। ୟୁପି ସରକାର ରାମପୁରର ଜୌହର…

ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍‌ ଗଲେ ବାପ-ପୁଅ

ଜୟପାଟଣା,୨୭ା୭(ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ପୋଲିସ ବଡ଼ ସଫଳତା ପାଇଛି।…

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ସଂସଦରେ ପହଞ୍ଚିବା ପରେ ହଠାତ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘଟିଲା ଏମିତି, ଯାହା କେବେ ସେ ଭାବିନଥିଲେ…

ନୂଆଦିଲ୍ଲୀ, ୨୭॥୭: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ନିକଟରେ ଶେଷ ହୋଇଛି। ଏହି ଆନ୍ଦୋଳନ NEET-UG…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri