Posted inଜାତୀୟ

ବୁଦ୍ଧି ଶିଖିବ ଚାଇନା: ଏବେ ଏସବୁ ସଂସ୍ଥା ଉପରେ ମୋଦି କରିବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨।୮: ଭାରତ ସରକାର ଚାଇନାର ୧୦୦ରୁ ଅଧିକ ଆପ୍‌କୁ ବ୍ୟାନ୍‌ କରିଛନ୍ତି। ଏହା ସହିତ ଚାଇନା କମ୍ପାନୀକୁ ଦିଆଯାଇଥିବା ବହୁ ଠିକାକୁ ମଧ୍ୟ ରଦ୍ଦ କରାଯାଇଛି। ଏବେ ଚାଇନାକୁ ବୃଦ୍ଧି ଶିଖାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଣ୍ଟା ଭିଡ଼ିଛନ୍ତି। ଚାଇନା ସହିତ ସମ୍ପର୍କ ରଖୁଥିବା ଦେଶର ଶିକ୍ଷାସଂସ୍ଥା ଗୁଡ଼ିକ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ଦେଶର ଉଚ୍ଚ ଶିକ୍ଷା ସଂସ୍ଥାରେ କନଫୁସିୟସ୍‌ ସଂସ୍ଥାନର ପ୍ରଭାବ ସମାପ୍ତ କରିବା ଲାଗି ସରକାର ଚିନ୍ତା କରୁଛନ୍ତି। ସୁରକ୍ଷା ଏଜେନ୍ସିର ସତର୍କ ସୂଚନା ମିଳିବା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଚାଇନା ପ୍ରଭାବକୁ ନେଇ ୭ କଲେଜ ଏବଂ ବିଶ୍ୱବିଦ୍ୟାଳୟର ସମୀକ୍ଷା କରାଯିବ ବୋଲି କୁହାଯାଉଛି। ସେସବୁ ମଧ୍ୟରେ ଆଇଆଇଟି, ବିଏଚ୍‌ୟୁ, ଜେଏନ୍‌ୟୁ ଏବଂ ଚାଇନାର ସଂସ୍ଥା ରହିଛି। ଏସବୁ ସଂସ୍ଥା ସହିତ ଶିକ୍ଷା ମନ୍ତ୍ରଣାଳୟର ହୋଇଥିବା ୫୪ ଏମ୍‌ଓୟୁର ସମୀକ୍ଷା କରାଯିବ ବୋଲି କୁହାଯାଉଛି। ଏନେଇ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ୟୁଜିସିକୁ ଏକ ଅଧିସୂଚନା ମଧ୍ୟ ଜାରି କରାଯାଇଛି। ଭାରତରେ ଥିବା କନଫୁସିୟସ୍‌ ସଂସ୍ଥା ମଧ୍ୟରେ ଗୁରୁଗ୍ରାମ୍‌ର କେ.ୟାର୍‌. ମଙ୍ଗଳମ୍‌ ବିଶ୍ୱବିଦ୍ୟାଳୟ, ଜଳନ୍ଧରର ଲଭଲି ପ୍ରଫେସନାଲ୍‌ ୟୁନିଭରସିଟି, ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଭେଲୋର ପ୍ରାଦ୍ୟୋଗିକ ସଂସ୍ଥାନ, ସୋନିପତର ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି, କୋଳକାତାର ସ୍କୁଲ ଅଫ୍‌ ଚାଇନିଜ୍‌ ଲାଙ୍ଗୁଏଜ୍‌ ଏବଂ କୋଏମ୍ବାଟୁରର ଭାରଥୀୟର ବିଶ୍ୱବିଦ୍ୟାଳୟ ରହିଛି। ଜେଏନ୍‌ୟୁ ସହିତ ମଧ୍ୟ ଏମ୍‌ଓୟୁ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ବଡ଼ ଝଟକା ଦେଲେ ଟ୍ରମ୍ପ; କାହିଁକି ଏହି ନିଷ୍ପତ୍ତି ନେଲା ଟ୍ରମ୍ପ ପ୍ରଶାସନ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକା ଏପରି ଏକ ନିଷ୍ପତ୍ତି ନେଇଛି ଯାହା ଚାଇନା ପାଇଁ ଏକ ଆଘାତ ସୃଷ୍ଟି କରୁଛି। ଟ୍ରମ୍ପ ପ୍ରଶାସନ ଚାଇନାରୁ ଆମଦାନି ହେଉଥିବା କିଛି ପ୍ରଯୁକ୍ତିବିଦ୍ୟା…

‘ରାହୁଲ ଗାନ୍ଧୀଙ୍କୁ ବିବାହ ପାଇଁ ମନାନ୍ତୁ’, କାହାକୁ ଏମିତି ଅନୁରୋଧ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୨୯।୭: କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନରୁ ଚର୍ଚ୍ଚାକୁ ଆସିଥିବା ମହମ୍ମଦ ଇରଫାନ ସୋସିଆଲ ମିଡ଼ିଆରେ ବେଶ ଛାଇ ହୋଇ ରହିଛନ୍ତି। ଜନ୍ତର-ମନ୍ତରରେ ପ୍ରଦର୍ଶନ ସମୟର ତାଙ୍କର…

ଜାପାନରେ ଭୟଙ୍କର ଭୂମିକମ୍ପ: ୧୩ ମୃତ ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଟୋକିଓ,୨୯।୭: ମଙ୍ଗଳବାର, ଜୁଲାଇ ୨୮ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା। ରଏଟର୍ସ ଅନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ପରେ ପ୍ରଥମେ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ…

ମୋଦି ସରକାରଙ୍କୁ ଚେତାବନୀ: ସାବଧାନ ହୋଇଯାଅ ନଚେତ୍‌…

ନୂଆଦିଲ୍ଲୀ,୨୯।୭: ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ (AIMIM) ମୁଖ୍ୟ ଅସଦୁଦ୍ଦିନ ଓଓ୍ବାଇସି ପେପର ଲିକ ବିରୋଧୀ ବିଲ ସମ୍ପର୍କରେ ସରକାରଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ ସରକାରଙ୍କୁ…

ଭାରତ ଉପରେ ଲାଗୁ ହେବ ୧୦୦% ଶୁଳ୍କ? ଆମେରିକାର ନୂଆ ବିଲ କାହିଁକି ଚିନ୍ତା ସୃଷ୍ଟି କରିଛି? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ଆମେରିକାର ସିନେଟ ରୁଷିଆ ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ଏକ ବିଲ ପାସ କରିଛି – ଏହା ଭାରତ ସମେତ ଅନେକ ଦେଶକୁ…

ଭାରତରେ ନିଶା କବଳରେ ଏକ ପଞ୍ଚମାଂଶ କିଶୋରୀକିଶୋର

ନୂଆଦିଲ୍ଲୀ,୨୯ା୭: ସମ୍ପ୍ରତି କିଶୋରୀକିଶୋରଙ୍କ ମଧ୍ୟରେ ନିଶା ସେବନର ପ୍ରବଣତା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ନିଶା ସେବନ କରି ଏକ ଖୁସ୍‌ମିଜାସ୍‌ ସ୍ଥିତିରେ ରହିବାକୁ ଚାହୁଁଛନ୍ତି। ନିକଟରେ…

ଆମେରିକା ସହ ଯୁଦ୍ଧକୁ ଡେଇଁଲା ସାଉଦି ଆରବ, ଇରାନ ଉପରେ କଲା ବୋମା ବର୍ଷା

ତେହରାନ,୨୯।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବିଶ୍ୱର ଅନେକ ଦେଶକୁ ପ୍ରଭାବିତ କରୁଛି। ଏହି ଦୁଇଟି ଦେଶ ସହିତ, ଅନ୍ୟ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ…

‘ସୁପ୍ରିମ କୋର୍ଟଙ୍କ ସର୍ତ୍ତ ଗ୍ରହଣୀୟ ନୁହେଁ,’ ସରକାରଙ୍କୁ ସମାଲୋଚନା ସହ ଅଲଟିମେଟମ ଦେଲା CJP

ନୂଆଦିଲ୍ଳୀ,୨୯।୭: କକ୍ରୋଚ ଜନତା ପାର୍ଟି (CJP) ମଙ୍ଗଳବାର କହିଛି ଯେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶ ପ୍ରତିବାଦ ସମୟରେ ପଞ୍ଜିକୃତ FIR ଗୁଡ଼ିକର ତଦନ୍ତ ଜାରି ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri