Posted inଖେଳ

ଆମେରିକା ଚାହିଁଲେ ୨ ଘଣ୍ଟାରେ ଗ୍ରୀନଲାଣ୍ଡ ଉପରେ କରିପାରେ କବ୍ଜା, ପଢ଼ନ୍ତୁ ସ୍ବତନ୍ତ୍ର ରିପୋର୍ଟ…

ନ୍ୟୁୟର୍କ,୮।୧: ଗ୍ରୀନଲ୍ୟାଣ୍ଡକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ‘ଗ୍ରେଟର୍‌ ଆମେରିକା’ ମିଶନ ଏକ ନୂଆ ଆଲୋଡ଼ନ ସୃଷ୍ଟି କରିଛି। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ଅନ୍ତର୍ଭୁକ୍ତ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏପରିକି ସେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ଦେଇଛନ୍ତି। ଏମିତିରେ ଆସନ୍ତୁ ଜାଣିବା ଗ୍ରୀନଲ୍ୟାଣ୍ଡକୁ ନେଇ ଆମେରିକାର ବିପଦ କେତେ?

ବର୍ତ୍ତମାନ ଆମେରିକୀୟ ସୈନିକମାନେ ଗ୍ରୀନଲ୍ୟାଣ୍ଡରେ ଉପସ୍ଥିତ ଅଛନ୍ତି। ଆମେରିକାର ଥୁଲ୍‌ ଏୟାର ବେସ୍‌ ଗ୍ରୀନଲ୍ୟାଣ୍ଡରେ ଅଛି, ଯାହା ବର୍ତ୍ତମାନ ପିଟୁଫିକ୍‌ ସ୍ପେସ୍‌ ଫୋର୍ସ ବେସ୍‌ ଭାବେ ଜଣାଶୁଣା।ଏହା ହେଉଛି ଆମେରିକାର ଉତ୍ତରତମ ସାମରିକ ବେସ। ଆମେରିକାର ବିଶ୍ୱସ୍ତରୀୟ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ।

କେବଳ ଏତିକି ନୁହେଁ ଆମେରିକାର ଗ୍ରୀନଲ୍ୟାଣ୍ଡରେ ଅନ୍ୟାନ୍ୟ ଗୁପ୍ତ ବେସ୍‌ ଥାଇପାରେ, ଯାହାର ସବିଶେଷ ତଥ୍ୟ ସାର୍ବଜନୀନ ନୁହେଁ। ନିକଟରେ ନାଶା ଗ୍ରୀନଲ୍ୟାଣ୍ଡରେ ଆମେରିକାର ଏକ ଅଣ୍ଡରଗ୍ରାଉଣ୍ଡ ବେସ୍‌ ଥିବା ନିଶ୍ଚିତ କରିଥିଲା। ଏଣୁ ଏହାକୁ କବ୍ଜା କରିବାକୁ ଆମେରିକାର ଆଖପାଖ ଅଞ୍ଚଳରେ ଅନେକ ସାମରିକ ବେସ ଅଛି। ଏଭଳି ସ୍ଥିତିରେ ଯଦି ଆମେରିକା ଏସବୁ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ:-

-ଗ୍ରୀନଲ୍ୟାଣ୍ଡର ଥୁଲେ ଏୟାର ବେସ୍‌ ଏବଂ ଆଖପାଖର ଆମେରିକୀୟ ସାମରିକ ବେସରୁ ଏୟାର ଷ୍ଟ୍ରାଇକ୍‌ କରାଯାଇପାରିବ। ସାଇବର ଆକ୍ରମଣ ମାଧ୍ୟମରେ ଡେନମାର୍କ ଏବଂ ଗ୍ରୀନଲ୍ୟାଣ୍ଡର ଯୋଗାଯୋଗ ଏବଂ ପ୍ରତିରକ୍ଷା ପ୍ରଣାଳୀ ଅକ୍ଷମ ହୋଇପାରିବ।

-ଗ୍ରୀନଲ୍ୟାଣ୍ଡର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ବତନ୍ତ୍ର ଫୋର୍ସ ମୁତୟନ କରାଯିବ। ସ୍ଥାନୀୟ ପ୍ରଶାସନକୁ କବ୍ଜାକୁ ନେଇ ଗ୍ରୀନଲ୍ୟାଣ୍ଡର ସାର୍ବଭୌମତ୍ୱ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ସ୍ଥାପିତ ହୋଇପାରିବ।

-ଗ୍ରୀନଲ୍ୟାଣ୍ଡର ଚାରିପାଖରେ ଏକ ନୌସେନା କର୍ଡନ ଲାଗୁ ହେବ ଯାହାଦ୍ୱାରା ଡେନଓ୍ବାର୍କ କିମ୍ବା ନାଟୋ କୌଣସି ସାହାଯ୍ୟ ପଠାଇପାରିବ ନାହିଁ।

-ଥୁଲେ ଏୟାରବେସ୍‌ ମାଧ୍ୟମରେ ଗ୍ରୀନଲ୍ୟାଣ୍ଡର ସାମରିକ ଏବଂ ଅର୍ଥନୈତିକ ସମ୍ବଳ ଉପରେ ସ୍ଥାୟୀ ନିୟନ୍ତ୍ରଣ ସୁନିଶ୍ଚିତ କରାଯାଇପାରେ। ଏହି ଅପରେଶନ ଅତିବେଶିରେ ଦୁଇ ଘଣ୍ଟା ମଧ୍ୟରେ ସମାପ୍ତ ହୋଇପାରିବ, ବିଶେଷତଃ ଯଦି ଡେନମାର୍କ ଏବଂ ନାଟୋ ସକ୍ରିୟ ଭାବେ ବିରୋଧ ନ କରନ୍ତି।

୧୯୪୧ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଆମେରିକା ଏବଂ ଡେନମାର୍କ ଗ୍ରୀନଲ୍ୟାଣ୍ଡର ସୁରକ୍ଷା ନିଶ୍ଚିତ କରିବାକୁ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଏହା ଅଧୀନରେ ଗ୍ରୀନଲ୍ୟାଣ୍ଡରେ ସାମରିକ ବେସ ନିର୍ମାଣ ଏବଂ ଏହାକୁ ରଣନୈତିକ ଭାବେ ସୁରକ୍ଷିତ ରଖିବା ଦାୟିତ୍ୱ ଆମେରିକାକୁ ଦିଆଯାଇଥିଲା।

୧୯୫୧ ମସିହାରେ ଏହି ଚୁକ୍ତିନାମା ନାଟୋ ସହଯୋଗରେ କାର୍ଯ୍ୟକାରୀ ହୋଇଥିଲା। ଯାହା ଗ୍ରୀନଲ୍ୟାଣ୍ଡରେ ସ୍ଥାୟୀ ସାମରିକ ଉପସ୍ଥିତି ରହିବା ପାଇଁ ଆମେରିକାକୁ ଅଧିକାର ଦେଇଥିଲା। ଏହି ଚୁକ୍ତିନାମାର ଉଦ୍ଦେଶ୍ୟ ଥିଲା ଆର୍କଟିକ ଅଞ୍ଚଳରେ ସୋଭିଏତ ୟୁନିଅନର ପ୍ରଭାବକୁ ବନ୍ଦ କରିବା।

ଗ୍ରୀନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମ୍ୟୁଟ୍‌ ବୋଡେ ଟ୍ରମ୍ପଙ୍କ ଯୋଜନାକୁ ଦିବାସ୍ବପ୍ନ ବୋଲି କହିଛନ୍ତି। ଗ୍ରୀନଲ୍ୟାଣ୍ଡ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା କ୍ଷୁର୍ଣ୍ଣ ହେବ ନାହିଁ। ଆନ୍ତର୍ଜାତୀୟ ସଂଗଠନ ଏବଂ ଡେନମାର୍କର ସହଯୋଗରେ ଆମେ ଆମର ଅଧିକାର ରକ୍ଷା କରିବୁ । ଆମେ ଆମେରିକାର ଏହି ଧମକକୁ ଦୃଢ଼ ବିରୋଧ କରୁଛୁ ଏବଂ ନାଟୋର ସହଯୋଗରେ ଗ୍ରୀନଲ୍ୟାଣ୍ଡକୁ ସୁରକ୍ଷା ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?