ରାସ୍ତାକୁ ଗୋରୁ ଛାଡ଼ିଲେ ଗଣିବେ ଜରିମାନା

ଭୁବନେଶ୍ୱର,୧୧।୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବୁଲା ଗାଈଗୋରୁଙ୍କ ପ୍ରାର୍ଦୁଭାବ କମାଇବା ପାଇଁ ବିଏମ୍‌ସି ପଦକ୍ଷେପ ନେଉଛି। ଏଣିକି ବୁଲାଗୋରୁ ହୁଅନ୍ତୁ ଅବା ଗୃହପାଳିତ ପ୍ରାଣୀ ସେମାନେ ରାସ୍ତାରେ ବୁଲିପାରିବେ ନାହିଁ। ରାସ୍ତାରେ ବୁଲିଲେ ସେମାନଙ୍କୁ ବିଏମ୍‌ସି ସ୍କ୍ବାଡ୍‌ ଉଠାଇନେବ। ସେହିପରି ଯେଉଁ ମାଲିକମାନେ ସେମାନଙ୍କ ଗୋରୁକୁ ରାସ୍ତାକୁ ଛାଡ଼ିବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ ବୋଲି ବିଏମ୍‌ସି ପକ୍ଷରୁ ଯୋଜନା ହୋଇଛି। ରାଜଧାନୀ ତଥା ଉପକଣ୍ଠ ଅଞ୍ଚଳ ରାସ୍ତାରେ ଦଳ ଦଳ ହୋଇ ଗୋରୁପଲଙ୍କ ଯୋଗୁ ଅନେକ ସମୟରେ ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଘଟୁଛି। ତେଣୁ ବିଏମ୍‌ସି ପକ୍ଷରୁ ଖୁବ୍‌ଶୀଘ୍ର ଏ ନେଇ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି। ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ୍‌ ରାସ୍ତାରେ ବୁଲୁଥିବା ଗୋରୁଙ୍କୁ ଧରି କାଞ୍ଜିଆହୁଦାରେ ରଖିବ। ଏହି ସମୟରେ ମାଲିକ ସେମାନଙ୍କ ଗୋରୁ ନେବାକୁ ଆସିଲେ ବାଛୁରୀଙ୍କୁ ଦିନ ପିଛା ୧ହଜାର ଟଙ୍କା ଏବଂ ଗାଈ ପାଇଁ ଦିନକୁ ଦେଢ଼ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଯଦି ୨/୩ ଦିନ ଭିତରେ ସମ୍ପୃକ୍ତ ଗୋରୁଙ୍କ ମାଲିକ ସେମାନଙ୍କୁ ନେବାକୁ ନ ଆସନ୍ତି ତେବେ ବିଏମ୍‌ସିର ଗୋଶାଳା ଜାମୁକୋଳିକୁ ପଠାଇ ଦିଆଯିବ। ବିଏମ୍‌ସି ସେମାନଙ୍କର ରକ୍ଷଣାବେକ୍ଷଣ କରିବ ବୋଲି ବିଏମ୍‌ସି ଡେପୁଟି କମିଶନର (ଓ୍ବେଲଫେୟାର୍‌) ରମେଶ ଚନ୍ଦ୍ର ଜେନା ରବିବାର ସୂଚନା ଦେଇଛନ୍ତି। ସହରରେ ଅନେକ ବ୍ୟକ୍ତି ଗୋରୁ ରଖୁଥିଲେ ବି ସେମାନଙ୍କର ଠିକ୍‌ ଭାବେ ଯତ୍ନ ନେଉ ନାହାନ୍ତି। ଅନେକଙ୍କର ଗୁହାଳ ନ ଥିବାରୁ ଗୋରୁଙ୍କୁ ରାସ୍ତା କଡ଼ରେ ଛାଡ଼ି ଦେଉଛନ୍ତି। ତେଣୁ ସେମାନଙ୍କ ପାଇଁ ବିଏମ୍‌ସି ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରିବ। ଏହି ସ୍କ୍ବାଡ୍‌ ଗୋରୁ ରଖୁଥିବା ଲୋକଙ୍କ ଘରକୁ ଯାଇ ଗୁହାଳ ଅଛି କି ନାହିଁ ତଦାରଖ କରିବେ। ଏଥିସହ ଗୋପାଳନ କରିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଦେଖିବେ। ଖୁବ୍‌ ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ଡେପୁଟି କମିଶନର କହିଛନ୍ତି।
ବିଏମ୍‌ସି ପକ୍ଷରୁ ଖୁବ୍‌ଶୀଘ୍ର ଆଉ ଦୁଇଟି ଗୋଶାଳା ନିର୍ମାଣ କରାଯିବ। ଏଥିପାଇଁ ଖୋର୍ଦ୍ଧା ଜିଲାପାଳଙ୍କୁ ୧୨ ଏକର ଏବଂ ୯ ଏକର ପରିମିତ ଦୁଇଟି ଜାଗା ମଗାଯାଇଛି। ଜାଗା ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ବୁଲା ଗୋରୁଙ୍କ ପାଇଁ ଜାମୁକୋଳିଠାରେ ଗୋଟିଏ ଗୋଶାଳା ରହିଛି। ସେଠାରେ ଏବେ ୧୭୫ ଗୋରୁ ରହିଛନ୍ତି। ସହରରେ ୨ହଜାରରୁ ଊର୍ଦ୍ଧ୍ୱ ବୁଲା ଗୋରୁ ଥିବାବେଳେ ଗୋଟିଏ ଗୋଶାଳାରେ ସମସ୍ତଙ୍କୁ ରଖିବା ସମ୍ଭବ ହେଉନାହିଁ। ତେଣୁ ଆଉ ଦୁଇଟି ଗୋଶାଳା ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ ହେଉଛି। ଏ ସମ୍ପର୍କରେ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଅନେକ ସମୟରେ ବୁଲା ଗୋରୁଙ୍କ ପାଇଁ ଦୁର୍ଘଟଣା ଘଟୁଛି। ତେଣୁ ଏହାକୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଖୁବ୍‌ ଶୀଘ୍ର ଏନେଇ ସମସ୍ତ ପ୍ରକ୍ରିୟା ସହ ଗୋଶାଳା ନିର୍ମାଣ କରାଯିବ। ବାହାରେ ଗୋରୁମାନେ ପଲିଥିନ୍‌ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍‌, ଅଇଁଠା ଆଦି ଖାଉଛନ୍ତି। ମାତ୍ର ସେଠାରେ ସେମାନଙ୍କୁ ଭଲ ଖାଇବା ଦିଆଯିବା ସହ ଉପଯୁକ୍ତ ଯତ୍ନ ନିଆଯିବ। ପ୍ରାୟ ୪/୫ ହଜାର ଗୋରୁ ରହିବା ଭଳି ବ୍ୟବସ୍ଥା କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri