ବନ୍ଧୁଙ୍କୁ ସହାୟତା କରି ବନ୍ଧାହେଲେ : କନିଷ୍ଠଯନ୍ତ୍ରୀଙ୍କ ନିକଟରୁ ମିଳିଲା ଜୀବନ୍ତ ଗୁଳି

ଦାମନଯୋଡି,୨୮ା୭(ନରସିଂହ ବ୍ରହ୍ମା): ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସୁନାବେଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବିଦ୍ୟୁତ୍‌ ବିଭାଗ ଟାଟାପାଓ୍ବାରର କନିଷ୍ଠଯନ୍ତ୍ରୀ ସରୋଜ କୁମାର ବେହେରା(୪୩) ଅଛନ୍ତି। ତାଙ୍କ ଘର ଦାମନଯୋଡି ନିକଟସ୍ଥ ଭେଜାପୁଟ ଅଞ୍ଚଳର ଶାନ୍ତି ନଗରରେ। ଗିରଫ ଅନ୍ୟ ଜଣେ ହେଉଛନ୍ତି ସଞ୍ଜୟ ପ୍ରଧାନ(୪୩)। ଉଭୟଙ୍କୁ ୧୩୮ଆଇପିସି ଧାରା ୨୫(୧-ଖ) (କ) ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଗିରଫ ପରେ ପୋଲିସ କୋର୍ଟଚାଲାଣ କରିଛି। ଖବରରୁ ଜଣାପଡିଛି, ସଞ୍ଜୟଙ୍କ ତାଙ୍କ ବାପାଙ୍କ ସହ ପାରିବାରିକ କୌଣସି ବିଷୟକୁ ନେଇ ନିକଟରେ କଳହ ହୋଇଥିଲା। ବାପାଙ୍କୁ ଭୟଭୀତ କରାଇବା ପାଇଁ ସଞ୍ଜୟ ବାପାଙ୍କୁ ବନ୍ଧୁକ ଦେଖାଇଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସୁନାବେଡ଼ା ପୋଲିସ ସଞ୍ଜୟଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ତେବେ ବନ୍ଧୁକ ସମ୍ପର୍କରେ ତାଙ୍କୁ ପଚରାଯିବାରୁ ସେ ଟାଟାପାଓ୍ବାରର କନିଷ୍ଠଯନ୍ତ୍ରୀ ସରୋଜଙ୍କ ନାଁ ନେଇଥିଲେ। ପୋଲିସ ଏହାର ତଦନ୍ତ କରି ସରୋଜଙ୍କଠାରୁ ଜୀବନ୍ତ ଗୁଳି ଜବତ କରିଥିଲା। ତାଙ୍କୁ ଗିରଫ କରି ଆଣି ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଥିଲା ବୋଲି ସୁନାବେଡା ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ କହିଛନ୍ତି। ତେବେ ସଞ୍ଜୟ ତାଙ୍କ ବାପାଙ୍କୁ ବନ୍ଧୁକ ଦେଖାଉଥିବା ବେଳେ ସେଥିରେ ଗୁଳି ନ ଥିଲା। ଏହି ଗୁଳି ସରୋଜଙ୍କ ନିକଟରେ ଥିଲା। ବନ୍ଧୁତା ଦୃଷ୍ଟିରୁ ସଞ୍ଜୟଙ୍କୁ ସାହଯ୍ୟ କରି ସରୋଜ ଜେଲ ଗଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଦାମନଯୋଡିର ଭେଜାପୁଟ ଅଞ୍ଚଳ ସୁନାବେଡା ଥାନା ଅଧୀନରେ ଯାଉଥିବାରୁ ଏହି ମାମଲା ସୁନାବେଡା ଥାନାରେ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ମହିଳା ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ

ଆମଷ୍ଟେଲଭିନ୍‌,୧୮ା୮: ଓଡ଼ିଆ ଝିଅ ସୁନେଲିତା ଟପ୍ପୋଙ୍କ ଗୋଲ ବଳରେ ଚଳିତ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ୬-୧ ଗୋଲରେ ଦକ୍ଷିଣ…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

ଥୁଆମୂଳ ରାମପୁରରେ ବିପର୍ଯ୍ୟସ୍ତ ଆଲୋକୀକରଣ ବ୍ୟବସ୍ଥା: ୧୦ ଲକ୍ଷର ସୋଲାର ହାଇମାକ୍ସ ଲାଇଟ୍ ଅଚଳ, ତହସିଲରୁ ମାର୍କେଟ୍ ଯାଏ ଅନ୍ଧାର

ଥୁଆମୂଳ ରାମପୁର,୧୮।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସଦର ମହକୁମାରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୋଟିଏ ପଟେ ମାନ୍ୟବର ରାଜ୍ୟସଭା MP ସୁଜିତ…

ହାଟଡିହୀ: ଶ୍ରେଷ୍ଠ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ଜିତେନ୍ଦ୍ର କୁମାର ସମ୍ବର୍ଦ୍ଧିତ, ଛୁଟିଛି ଶୁଭେଚ୍ଛାର…

ହାଟଡିହୀ/ଛେନାପଦୀ,୧୮।୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସଂଯୋଜନାରେ ସାରା ଓଡ଼ିଶାରେ ସ୍ୱତନ୍ତ୍ର ସଂଘନ ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri