ଅବହେଳିତ ଜୈନ କୀର୍ତ୍ତିରାଜି ଚିହ୍ନଟ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ଓଡ଼ିଶାରେ ପ୍ରାଚୀନ କାଳରୁ ବିଭିନ୍ନ ସମ୍ପ୍ରଦାୟର ରାଜାଙ୍କ ଶାସନ ଚାଲିଆସୁଥିବା ବେଳେ ଅନେକ କୀର୍ତ୍ତିରାଜିର ଛାପ ଛାଡ଼ିଯାଇଛନ୍ତି। ସେହି କୀର୍ତ୍ତିରାଜିଗୁଡ଼ିକ ଏବେ ବି ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୁକ୍କାୟିତ ଭାବେ ରହିଛି। ସେଥିମଧ୍ୟରୁ ଅନେକ କୀର୍ତ୍ତିରାଜି ଓ ପ୍ରତିମୂର୍ତ୍ତି ଭାଙ୍ଗିରୁଜି ଯାଇଥିବାବେଳେ କିଛି ଏବେ ବି ଅବହେଳିତ ଅବସ୍ଥାରେ ପଡିରହିଛି। ଏଭଳି କିଛି ଅବହେଳିତ ଅବସ୍ଥାରେ ଥିବା ପ୍ରାଚୀନ ଜୈନ କୀର୍ତ୍ତିରାଜିକୁ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଅଡ଼ା ଗ୍ରାମରୁ ଚିହ୍ନଟ କରାଯାଇଛି। ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ଦ୍ୱାରା ଚିହ୍ନଟ ଏହି କୀର୍ତ୍ତିରାଜିଗୁଡ଼ିକ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ବର୍ଷ ପୁରାତନ ହେବ ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ସୁରକ୍ଷା ଓ ସଂରକ୍ଷଣ ଅଭାବରୁ ଏଭଳି ଐତିହ୍ୟ କୀର୍ତ୍ତିରାଜି ଧୀରେ ଧୀରେ ନଷ୍ଟ ତଥା ବିଲୁପ୍ତ ହେବାରେ ଲାଗିଛି।
ଐତିହ୍ୟ ଗବେଷକ ଦୀପକଙ୍କ କହିବା ଅନୁଯାୟୀ, ଅଡ଼ା ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଗ୍ରାମ। ଗ୍ରାମର ଶେଷ ମୁଣ୍ଡରେ ଉଆସ ନାମକ ଏକ ସ୍ଥାନ ରହିଛି। ହୁଏତ ପୂର୍ବରୁ ଏହି ସ୍ଥାନରେ ସ୍ଥାନୀୟ କେଉଁ ରାଜବଂଶ କିମ୍ବା ଜମିଦାରମାନଙ୍କ ବାସସ୍ଥଳୀ/ଉଆସ ଥିଲା। ଏହି ସ୍ଥାନରେ ଖୋଲାମେଲା ଆକାଶ ତଳେ ପଡି ରହିଛନ୍ତି ଅନେକ ପ୍ରାଚୀନ ଜୈନ ମୂର୍ତ୍ତି। ଗବେଷକ ନାୟକ ଏହି ପ୍ରତିମା ସବୁକୁ ପାର୍ଶନାଥ, ଚନ୍ଦ୍ରପ୍ରଭା, ଋଷଭନାଥ, ଶାନ୍ତିନାଥ, ଅମ୍ବିକା ତଥା ଚକ୍ରେଶ୍ୱରୀ ରୂପେ ଚିହ୍ନଟ କରିଛନ୍ତି। ଏ ସମସ୍ତ ଦେବଦେବୀ ଜୈନଧର୍ମ ସହ ସମ୍ପର୍କିତ। ଅଡ଼ାର ନିକଟବର୍ତ୍ତୀ ଅଞ୍ଚଳ ଯେପରିକି ଚରମ୍ପା, କୁପାରୀ ତଥା ପୋଡ଼ସିଙ୍ଗିଡ଼ି ଆଦି ସ୍ଥାନରେ ଅନେକ ଜୈନ ପ୍ରତ୍ନତାତ୍ତ୍ୱିକ ଅବଶେଷ ଦେଖିବାକୁ ମିଳେ। ଏଥିରୁ ସ୍ପଷ୍ଟ ଯେ, ଏହି ଅଞ୍ଚଳରେ ପ୍ରାଚୀନ ସମୟରେ ଜୈନଧର୍ମ ପ୍ରଭାବ ବିସ୍ତାର କରିଥିଲା। ଏସବୁ ମୂର୍ତ୍ତିର ଗଠନ ସମୟ ୮ମରୁ ୧୦ମ ଶତାବ୍ଦୀ ନିକଟବର୍ତ୍ତୀ କାଳରେ ହୋଇପାରେ ବୋଲି ଗବେଷକ ନାୟକ ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଅଧିବାସୀ ତଥା ଯୁବ ଐତିହ୍ୟପ୍ରେମୀ ମନୋଜ ପଣ୍ଡା କୁହନ୍ତି, ଏହି ଅଞ୍ଚଳରେ ପୂର୍ବରୁ ଭଞ୍ଜରାୟ ମହାପାତ୍ର ବଂଶର ରାଜାମାନେ ଶାସନ କରୁଥିଲେ ବୋଲି ଜନମତ ରହିଛି। ତେଣୁ ସେ ସମୟରେ ଏହି ମୂର୍ତ୍ତିଗୁଡ଼ିକ ହୋଇପାରେ। ଦୀର୍ଘବର୍ଷ ରହିବା ସହ ଖରା ଓ ବର୍ଷା ପ୍ରକୋପରେ ଅନେକ ମୂର୍ତ୍ତି ଭାଙ୍ଗିରୁଜି ଗଲାଣି। ଏପରି ବିରଳ ମୂର୍ତ୍ତି ସବୁର ସୁରକ୍ଷା ପାଇଁ ପ୍ରଶାସନ ଯତ୍ନବାନ ହେବା ଉଚିତ। ଅଡା ଗ୍ରାମବାସୀ ଉକ୍ତ ସ୍ଥାନରେ ଏକ ସଂଗ୍ରହାଳୟ ନିର୍ମାଣ କରି ମୂର୍ତ୍ତିଗୁଡିକୁ ସୁରକ୍ଷିତ କରି ରଖିବାକୁ ଦାବି କରିଛନ୍ତି। ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରାଗଲେ ଏହି ସ୍ଥାନର ଇତିହାସ ସମ୍ପର୍କରେ ଆହୁରି ଅନେକ ତଥ୍ୟର ସନ୍ଧାନ ମିଳିପାରିବ ବୋଲି ଗବେଷକ ଦୀପକ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri