ଖରାପ ଖବରବେଳେ ଲୁଚୁଛନ୍ତି

୨୦୦୪ରେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲାବେଳେ ପଣ୍ୟଦ୍ରବ୍ୟ ରପ୍ତାନି ଥିଲା ୬୩ ବିଲିୟନ ଡଲାର(ଆମେରିକୀୟ)। ୨୦୧୪ରେ ସିଂ ଦାୟିତ୍ୱ ଛାଡ଼ିବାବେଳେ ଭାରତର ଉକ୍ତ ରପ୍ତାନି ଥିଲା ୩୧୨ ବିଲିୟନ ଡଲାର। ଅର୍ଥାତ୍‌ ୟୁପିଏ ସରକାର ଅମଳରେ ରପ୍ତାନି ୧୦ ବର୍ଷ ପାଇଁ ପ୍ରତିବର୍ଷ ୧୭% ହାରରେ ଅଭିବୃଦ୍ଧି ଘଟିଥିଲା। କୋଭିଡ୍‌ ପୂର୍ବରୁ ମାର୍ଚ୍ଚ ୨୦୨୦ରେ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ଥିଲା ୩୧୪ ବିଲିୟନ ଡଲାର। ଏଥିରୁ ବୁଝାପଡ଼ୁଛି ଯେ, ୬ ବର୍ଷରେ ଉକ୍ତ ରପ୍ତାନିରେ କୌଣସି ଅଭିବୃଦ୍ଧି ହୋଇ ନ ଥିଲା। ଭାରତରେ ଏଭଳି ମାନ୍ଦାବସ୍ଥା ଲାଗି ବ୍ୟବସ୍ଥା କିମ୍ବା ନୀତିର କିଛି ଭୁଲ୍‌ ନାହିଁ। ପ୍ରକୃତ କଥା ହେଉଛି, ଏହି ସମୟରେ ୟୁପିଏ ଶାସନ ସମୟରେ ବୃଦ୍ଧି ପାଇଥିବା ବୈଶ୍ୱିକ ବାଣିଜ୍ୟ ଅଟକିଯାଇଥିଲା। କିନ୍ତୁ ସେହି ସମାନ ବର୍ଷଗୁଡ଼ିକରେ ଆମେ ଅଟକି ରହିଲାବେଳେ ବାଂଲାଦେଶ ଓ ଭିଏଟ୍‌ନାମ ସେମାନଙ୍କ ରପ୍ତାନି ଓ ବୈଶ୍ୱିକ ବାଣିଜ୍ୟରେ ଭାଗୀଦାରି ବଢ଼ାଇପାରିଥିଲେ। ମାନ୍ଦାବସ୍ଥାର ଦୀର୍ଘ ଅବଧି ମଧ୍ୟରେ କିଛି ମାସରେ ଭାରତ ଅଭିବୃଦ୍ଧି କଲାବେଳେ ଏନ୍‌ଡିଏ ମନ୍ତ୍ରୀମାନେ ବାହାରି ଆସି ବହୁତ କିଛି କହିବା ଦେଖାଯାଏ। ୧୩ ଅକ୍ଟୋବର ୨୦୧୭ରେ ତକତ୍ାଳୀନ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍‌ କରିଥିଲେ ଯେ, ଭାରତର ଅଭିବୃଦ୍ଧି ଫେରିଛି ଓ ୨୦୧୬ ସେପ୍ଟେମ୍ବର ତୁଳନାରେ ସେପ୍ଟେମ୍ବର ୨୦୧୭ରେ ରପ୍ତାନି ୨୫.୬% ଅଭିବୃଦ୍ଧି ଘଟିଛି। କିନ୍ତୁ ପୂରା ବର୍ଷରେ ରପ୍ତାନିରେ କେତେ ଅଭିବୃଦ୍ଧି ଘଟିଥିଲା ତାହା କହି ନ ଥିଲେ। ବାସ୍ତବରେ ଏହା ଥିଲା ୩୦୨ ବିଲିୟନ୍‌ ଡଲାର, ଯାହା ୨୦୧୪ ଠାରୁ କମ୍‌। ମୋଦି ଦାୟିତ୍ୱ ନେବା ପରେ ଏଥିରେ ହ୍ରାସ ଘଟିଛି ବୋଲି କାଳେ ପ୍ରକାଶ ପାଇଯିବ ସେଥିପାଇଁ ମନ୍ତ୍ରୀ ମୁହଁ ଖୋଲିଲେ ନାହିଁ। ଅଗଷ୍ଟ ୨୦୧୮ରେ ସେ ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଆଗାମୀ ୫ ବର୍ଷରେ ରପ୍ତାନି ଦୁଇଗୁଣ ବୃଦ୍ଧି ପାଇବ। କିନ୍ତୁ ଏ ବିଷୟରେ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା କହି ନ ଥିଲେ।
କୋଭିଡ୍‌ ମହାମାରୀର ପ୍ରଥମ ଲହର ପରେ ୨୦୨୧ରେ ବୈଶ୍ୱିକ ବାଣିଜ୍ୟ ଦ୍ରୁତଗତିରେ ବଢ଼ିଲା। ଅତ୍ୟାବଶ୍ୟକ ସାମଗ୍ରୀ ଓ ତେଲ ଦର ଅହେତୁକ ବୃଦ୍ଧି ହେଲା। ଏହି କାରଣରୁ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ବୃଦ୍ଧି ପାଇ ପ୍ରଥମ ଥର ଲାଗି ୪୦୦ ବିଲିୟନ ଡଲାରକୁ ଟପିଗଲା। ଚଳିତ ବର୍ଷ ଏପ୍ରିଲ ୪ରେ, ୨୦୨୧-୨୦୨୨ ଆର୍ଥିକ ବର୍ଷରେ ଭାରତର ପଣ୍ୟଦ୍ରବ୍ୟ ରପ୍ତାନି ସର୍ବକାଳୀନ ଉଚ୍ଚସ୍ତର ୪୧୭.୮୧ ବିଲିୟନ ଡଲାରକୁ ଛୁଇଁଛି ଏବଂ ପୂର୍ବ ଆର୍ଥିକ ବର୍ଷର ରପ୍ତାନି ୨୯୧.୮୧ ଡଲାର ତୁଳନାରେ ଏହା ୪୩.୧୮% ବୃଦ୍ଧି ଘଟିଛି ବୋଲି ପ୍ରେସ୍‌ ଇନ୍‌ଫରମେଶନ ବ୍ୟୁରୋ (ପିଆଇବି) ପ୍ରକାଶ କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୨୦-୨୧ରେ ଅର୍ଥାତ୍‌ ମୋଦି ପ୍ରଧାନମନ୍ତ୍ରୀ ହେବାର ୭ ବର୍ଷ ପରେ ପଣ୍ୟଦ୍ରବ୍ୟ ରପ୍ତାନି ମନମୋହନ ସିଂ ଦାୟିତ୍ୱ ନେବା ବର୍ଷ ତୁଳନାରେ କମ୍‌ ରହିଥିଲା। ତଥାପି ସରକାର ଏହା ପ୍ରଧାନମନ୍ତ୍ରୀଙ୍କ ଅଲୌକିକ ନୀତି ଯୋଗୁ ହାସଲ ହୋଇପାରିଲା ବୋଲି ଦାବି କରିବାକୁ ବାହାରି ଆସିଲେ। ୨୦୩୦ ସୁଦ୍ଧା ଭାରତ ୧ ଟ୍ରିଲିିୟନ (୧୦୦୦ ବିଲିୟନ) ଡଲାର ରପ୍ତାନି ଲକ୍ଷ୍ୟ ରଖୁଛି ବୋଲି ଏବକାର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କ ମନ୍ତବ୍ୟକୁ ଏକ ନ୍ୟୁଜ ଏଜେନ୍ସି ପ୍ରକାଶ କଲା। ଏହା ସମ୍ଭବ ହୋଇପାରିବ ଏବଂ ଭାରତ ପ୍ରଥମ ଥର ଲାଗି ୪୦୦ ବିଲିୟନ ଡଲାରରୁ ଅଧିକ ଐତିହାସିକ ସ୍ତର ହାସଲ କରିବା ପରେ ତାଙ୍କ ମନରେ ନୂତନ ଉତ୍ସୁକତା ପ୍ରକାଶ ପାଇଛି ବୋଲି ଗୋୟଲ କହିଲେ। କିନ୍ତୁ କାହିଁକି ଏହି ଅଭିବୃଦ୍ଧି ଘଟିଲା ସେ ବିଷୟରେ କିଛି ଜଣାଇଲେ ନାହିଁ। ମହାମାରୀ ପୂର୍ବରୁ ବର୍ଷଗୁଡ଼ିକରେ କାହିଁକି ଏହା ହୋଇପାରିଲା ନାହିଁ ତାହା ସୂଚିତ କଲେ ନାହିଁ। ଆଗକୁ କେମିତି ଆମେ ଅଭିବୃଦ୍ଧି ହାସଲ କରିବୁ ସେ ପ୍ରସଙ୍ଗକୁ ମଧ୍ୟ ଏଡ଼ାଇଗଲେ। ବାସ୍ତବତାକୁ ଦେଖିଲେ ୪୧୭ ବିଲିୟନ ଡଲାରରୁ ଯାଇ ୨୦୩୦ ସୁଦ୍ଧା ୧୦୦୦ ବିଲିୟନ ଡଲାରରେ ପହଞ୍ଚତ୍ବା ଅର୍ଥ ଆମକୁ ବାର୍ଷିକ ୧୩% ହାରରେ ଅଭିବୃଦ୍ଧି ହାସଲ କରିବାକୁ ହେବ। ମାର୍ଚ୍ଚ ଶେଷରେ ପୂର୍ବ ଆର୍ଥିକ ବର୍ଷର ତଥ୍ୟ ବା ସଂଖ୍ୟା ସାମ୍ନାକୁ ଆସିଲାବେଳେ ଗୋୟଲ ଏକଥା କହିଥିଲେ। ତା’ ପରଠାରୁ କ’ଣ ଘଟିଲା? ପଣ୍ୟଦ୍ରବ୍ୟ ରପ୍ତାନି ବର୍ଷକ ଭିତରେ ସେପ୍ଟେମ୍ବର ୨୦୨୨ରେ କମ୍‌ ଥିଲା ବୋଲି କିଛି ଦିନ ପୂର୍ବରୁ ଅକ୍ଟୋବର ୩ରେ ପିଆଇବି ପ୍ରକାଶ କରିଥିଲା। ଅଗଷ୍ଟରେ ମଧ୍ୟ ରପ୍ତାନି ୨୦୨୧ ତୁଳନାରେ କମ୍‌ ରହିଥିଲା। ବିଶ୍ୱର ସ୍ଥିତି, ୟୁକ୍ରେନ ଯୁଦ୍ଧ ଏବଂ ବିକଶିତ ଦେଶ ବିଶେଷକରି ଆମେରିକାରେ ମାନ୍ଦାବସ୍ଥାକୁ ଦେଖିଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ ଗୋଟିଏ ବର୍ଷରେ ରପ୍ତାନି ବୃଦ୍ଧି ହୋଇ କାହିଁିକି ଅଟକିଗଲା ସେ ସମ୍ପର୍କରେ ସରକାରଙ୍କ ପ୍ରତିକ୍ରିୟା କିଛି ନ ଥିଲା। ବାସ୍ତବରେ ଏହା ଆଶା ବି କରିବା ବୃଥା। ସରକାର କିଭଳି ଚାଲିଛି ଏହା ତାହାର ଦୃଷ୍ଟାନ୍ତ। ଯେତେବେଳେ କିଛି ଭଲ ଖବର ଅଛି ଓ ଏହାର ସମ୍ପର୍କ ସରକାରୀ ନୀତି ସହ ନ ଥିଲେ ମଧ୍ୟ ସେତେବେଳେ ସରକାର ଶ୍ରେୟ ନେବାକୁ ଆଗଭର ହୋଇ ପଡ଼ୁଛନ୍ତି। ଯେତେବେଳେ ଖରାପ ଖବର ରହୁଛି କିମ୍ବା କିଛି ଜଣାଇବାର ଆବଶ୍ୟକତା ମଣୁନାହାନ୍ତି, ସେତେବେଳେ ସରକାର ପଛଘୁଞ୍ଚା ଦେବା ସହ ଲୁଚୁଛନ୍ତି।
ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ) ଆକଳନ କରିଛି ଯେ, ୨୦୨୩ ପାଇଁ ବୈଶ୍ୱିକ ବାଣିଜ୍ୟ ଅଭିବୃଦ୍ଧି ୧% କମ୍‌ ହେବ। ୟୁକ୍ରେନ ଯୁଦ୍ଧ ଏହାକୁ ଆହୁରି କମ୍‌ କରି ଆର୍ଥିକ ସଙ୍କଟ ଆଣିପାରେ ବୋଲି କହିଛି। ଆମ ରପ୍ତାନିକୁ ସ୍ପଷ୍ଟଭାବେ ପ୍ରଭାବିତ କରୁଥିବା ତତ୍ତ୍ୱଗୁଡ଼ିକୁ ରୋକିବାରେ ଯଦି ଭାରତ ପୂର୍ଣ୍ଣ ସକ୍ରିୟତା ପ୍ରକାଶ ନ କରେ ତେବେ କୋଭିଡ୍‌ ପୂର୍ବରୁ ଅନେକ ବର୍ଷ ଧରି ବିଶ୍ୱରେ ବାଣିଜ୍ୟ ଅଭିବୃଦ୍ଧି ଧାରା ଯେମିତି କମିବାରେ ଲାଗିଥିଲା ଠିକ୍‌ ସେମିତି ଆମ ଅଭିବୃଦ୍ଧି ହ୍ରାସ ପାଇବ। ଏଠାରେ ମୁଖ୍ୟ ପ୍ରସଙ୍ଗ ହେଉଛି ରପ୍ତାନି, କିନ୍ତୁ ଏହାର ଅଭିବୃଦ୍ଧି ପ୍ରସଙ୍ଗରୁ ଦୂରେଇ ଯାଇ ସରକାର ଅର୍ଥ ବ୍ୟବସ୍ଥା ସମ୍ପର୍କିତ ଅନ୍ୟ ବିଷୟଗୁଡ଼ିକୁ ୨୦୧୪ରୁ ଅଧିକ ଉପସ୍ଥାପନ କରି ଆସିଛନ୍ତି। କାରଣ ଯାହା ଥାଉ ନା କାହିଁକି, ଭାରତରେ ମିଡିଆ ସହିତ ବିଜ୍‌ନେସ ପ୍ରେସ୍‌ ଦୀର୍ଘମିଆଦୀ ସମସ୍ୟାଗୁଡ଼ିକୁ ପ୍ରକାଶ କରୁନାହାନ୍ତି। ଫଳରେ ସରକାର ନିଜେ କରୁଥିବା କିଛି ନିର୍ଦ୍ଦିଷ୍ଟ ବିଷୟରେ କହୁଛନ୍ତି ଓ ନିଜର ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରିବାକୁ ଚାହୁଁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri